କିଛି ମାସରେ ହିଁ ୩୮ର ଅଣ୍ଟାକୁ ୨୮ ବନେଇ ଦେବ ଏହି ଜାଦୁଇ ଡ୍ରିଂକ, ଆଜିଠୁ ହିଁ ଆରମ୍ଭ କରନ୍ତୁ ସେବନ

ଆଜିର ସମୟରେ ମୋଟାପା ହେଉଛି ସବୁଠୁ ବଡ ସମସ୍ୟା । ମୋଟାପାର କଥା ଆସିଲେ ଭାରତ ଦ୍ଵିତୀୟ ନମ୍ବରରେ ଆସୁଛି ଯେଉଁଠି ଭାରତର ଜନସଂଖ୍ୟା ମଧ୍ୟରୁ ୪୭ ପ୍ରତିଶତ ଲୋକ ମୋଟା ଅଟନ୍ତି । ଏହି ମୋଟାପା କିଛି ଲୋକଙ୍କର ଜିନ୍ ରୁ ଆସିଥାଏ ଓ କିଛି ଲୋକଙ୍କର ଭୁଲ ଖାଦ୍ୟ ପେୟ ପାଇଁ ହୋଇଥାଏ । ପରେ ସେମାନେ ନିଜର ଓଜନ କମେଇବା ପାଇଁ ଜିମ୍ ଓ ଡାଏଟର ସାହାରା ନେଇଥାନ୍ତି । ଜିମ୍ ଓଜନ କମ କରିବା ପାଇଁ ସହାୟତା କରିଥାଏ, ହେଲେ ସେଥିପାଇଁ କଠିନ ପରିଶ୍ରମର ଆବଶ୍ୟକତା ଥାଏ । ଜିମ୍ ଯାଇ ଓଜନ କମାଇବା ପାଇଁ ଉଭୟ ଟଙ୍କା ଓ ସମୟର ଆବଶ୍ୟକତା ଥାଏ ।


କେତେକ ଲୋକ ଡାଇଟିଙ୍ଗ କରି ଓଜନ କମେଇବା ପାଇଁ ଚେଷ୍ଟା କରିଥାନ୍ତି । କିନ୍ତୁ ଡାଏଟ କରିବାର ମଧ୍ୟ ଏକ ସଠିକ ଉପାୟ ଥାଏ । କିଛି ଲୋକ ବିନା ଡାକ୍ତରଙ୍କ ପରାମର୍ଶରେ ଡାଏଟ କରିବା ଆରମ୍ଭ କରନ୍ତି । ଯାହା ଫଳରେ ଭବିଷ୍ୟରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥାଏ । ଜିମ୍ ପରି ଡାଏଟରେ ମଧ୍ୟ ଓଜନ କମ କରିବା ପାଇଁ ସମୟ ଲାଗିଥାଏ ।

କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ କହିବୁ ଯାହାଦ୍ୱାରା ଆପଣ ନିଜର ଓଜନ ବହୁତ ଶୀଘ୍ର କମେଇ ପାରିବେ । ଏହି ସହଜ ଘରୋଇ ଉପାୟ ମାଧ୍ୟମରେ ଆପଣ କିଛି ଦିନ ମଧ୍ୟରେ ନିଜ ଓଜନକୁ କମେଇ ପାରିବେ । ତେବେ ଆସନ୍ତୁ ଜାଣିବା ଏହି ଉପାୟ ।


ଆବଶ୍ୟକ ସାମଗ୍ରୀ

ଏହାକୁ ପ୍ରସ୍ତୁତ କରିବା ପାଇଁ ଦୁଇଟି ଜିନିଷର ଆବଶ୍ୟକତା ଅଛି, ତାହା ହେଲା ଜିରା ପାଉଡର ଓ ଲେମ୍ବୁ ।


ପ୍ରସ୍ତୁତ କରିବାର ଉପାୟ

ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ କିଛି ଜିରାକୁ ନେଇ ଗ୍ରାଇଣ୍ଡରରେ ଭଲ ଭାବରେ ପେଶୀ ଦିଅନ୍ତୁ । ଏହା ପରେ ଆପଣ ଏକ ଲେମ୍ବୁ ନିଅନ୍ତୁ ଓ ଲେମ୍ବୁକୁ ଦୁଇ ଫାଳ କରି କାଟିଦିଅନ୍ତୁ । ଏହା ପରେ ଗୋଟେ ଗ୍ଳାସ ଗରମ ପାଣିରେ ଏକ ଚାମଚ ଜିରା ପାଉଡର ଓ ଫାଳେ ଲେମ୍ବୁକୁ ଚିପୁଡି ପକେଇ ଦିଅନ୍ତୁ । ଏହି ଗରମ ପାଣିକୁ ସକାଳେ ଖାଲି ପେଟରେ ପିଇଲେ ସବୁଠୁ ଭଲ ରେଜଲ୍ଟ ମିଳିଥାଏ ।


ଏହାକୁ ପିଇବାର ଦୁଇ ତିନି ଘଣ୍ଟା ପର୍ଯ୍ୟନ୍ତ କିଛି ବି ଖାଆନ୍ତୁ ନାହିଁ । ଏହି ଉପାୟକୁ କିଛି ଦିନ କରିଲା ପରେ ଆପଣଙ୍କୁ ନିଜ ଶରୀରରେ ଆସିଥିବା ଫରକ ଜଣା ପଡିଯିବ ।