ସ୍ଵପ୍ନରେ ଯଦି ଦେଖୁଛନ୍ତି ଏହି ୫ଟି ଜିନିଷ ତ ଆପଣ ଶୀଘ୍ର ହେଇଯିବେ କୋଟିପତି

ଆମେ ସ୍ୱପ୍ନରେ ଯାହା ବି ଦେଖିଥାଉ ତା’ ର କିଛି ନା କିଛି ବିଶେଷ ଅର୍ଥ ଥାଏ । କୁହାଯାଏ ସ୍ୱପ୍ନରେ ବ୍ୟକ୍ତି ଯାହା ଦେଖେ ତାହା ତା’ ର ଭ୍ୟବିଷତ ସହ ଯୋଡ଼ି ହୋଇଥାଏ । ସ୍ଵପ୍ନଶାସ୍ତ୍ର ରେ ଏମିତି ସ୍ବପ୍ନ ବିଷୟରେ କୁହା ଯାଇଛି ଯାହାକୁ ଦେଖିଲେ ଦାରିଦ୍ର୍ୟ ଦୂର ହେବାର ସଂକେତ ମିଳିଥାଏ । ଏହି ସ୍ଵପ୍ନ ଗୁଡ଼ିକ ବହୁତ ଧୀରେ ଧୀରେ ହେଲେ ମଧ୍ୟ ନିଶ୍ଚୟ ସତ ହୁଏ ।

ପ୍ରଥମେ ହେଉଛି ସ୍ୱପ୍ନରେ ମୂଷା ଦେଖିବା ଦରିଦ୍ରତା ଦୂର ହେବାର ସୂଚକ ଅଟେ । କୁହାଯାଏ ଯେଉଁ ବ୍ୟକ୍ତି ସ୍ୱପ୍ନରେ ମୂଷା ଦେଖେ, ଧୀରେ ଧୀରେ ତା ଘର ପରିବାରରୁ ଦରିଦ୍ରତା ଦୂର ହୋଇଯାଇଥାଏ । ଏହା ଅତି ଶୁଭ ବୋଲି ମଧ୍ୟ କୁହାଯାଏ । ଆପଣ ଯଦି ଏପରି ସ୍ବପ୍ନ ଦେଖୁଛନ୍ତି, ଏହାକୁ ଘରର ସବୁଠୁ ଛୋଟ ପିଲାକୁ ନିଶ୍ଚୟ କୁହନ୍ତୁ ।

ଦ୍ଵିତୀୟରେ, ସ୍ୱପ୍ନରେ ଖାଲି ପାତ୍ର କୁ ପୂର୍ଣ୍ଣ ହେଉଥିବାର ଦେଖିବାକୁ ଅତ୍ୟନ୍ତ ଶୁଭ କୁହାଯାଏ । ବିଶ୍ୱାସ କରାଯାଏ ଯେପରି ସ୍ୱପ୍ନରେ ଖାଲି ପାତ୍ର ପୂର୍ଣ୍ଣ ହୋଇଥାଏ । ସେହିପରି ବ୍ୟକ୍ତିର ପକେଟ୍ ମଧ୍ୟ ଧୀରେ ଧୀରେ ପୂର୍ଣ୍ଣ ହୋଇ ଚାଲିଥାଏ।

ସ୍ୱପ୍ନରେ ନିଜକୁ ଗାଈ ର ଗୋବରରେ ଘଷି ବନାଉଥିବା ର ଦେଖିଲେ ବ୍ୟକ୍ତି ଉନ୍ନତି କରିଥାଏ । ବିଶ୍ୱାସ ଯେ ଏହି ସ୍ବପ୍ନ ଦରିଦ୍ରତା ଦୂର କରିବା ସହ ଉନ୍ନତିର ପଥରେ ଆସୁଥିବା ବାଧା ବିଘ୍ନ ମଧ୍ୟ ଦୂର କରିବାରେ ସହାୟକ ହୋଇଥାଏ । ଏହି ସ୍ବପ୍ନ ବିଷୟରେ କାହାକୁ ମଧ୍ୟ ନ ଜଣାଇବା ଉଚିତ୍ ।

ସ୍ୱପ୍ନରେ ଝାଡୁ ଦେଖିବା ବହୁତ ଶୁଭ ବୋଲି କୁହାଯାଏ । ଝାଡୁ କୁ ବୈଭବ ର ପ୍ରତୀକ ବୋଲି କୁହାଯାଏ । ବିଶ୍ୱାସ କରାଯାଏ ଯେ ସ୍ୱପ୍ନରେ ଝାଡୁ ଦେଖିଲେ ଘରୁ ଦରିଦ୍ରତା ଦୂର ହେବା ସହ ଧନର ଯୋଗ ଆସିଥାଏ । ଏହି ସ୍ବପ୍ନକୁ ନିଜ ପତ୍ନୀ ଅବା ମାତା ଙ୍କୁ ନିଶ୍ଚୟ ଜଣାନ୍ତୁ ।

ଶେଷରେ ଇଲେକ୍ଟ୍ରୋନିକ ଜିନିଷକୁ ଭାଙ୍ଗୁ ଥିବାର ଦେଖିବା ଶୁଭ ବୋଲି କୁହାଯାଏ । କୁହାଯାଏ କି ଇଲେକ୍ଟ୍ରୋନିକ ଜିନିଷ ଦେଖିବା ଦରିଦ୍ରତା ନେଇ ଆସେ, କିନ୍ତୁ ଇଲେକ୍ଟ୍ରୋନିକ ଜିନିଷକୁ ଭାଙ୍ଗୁ ଥିବାର ଦେଖିଲେ ଦରିଦ୍ରତା ଦୂର ହୋଇଥାଏ । ଏହି ସ୍ବପ୍ନକୁ କାହାକୁ ମଧ୍ୟ କହିବା ଉଚିତ୍ ନୁହେଁ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।