ଯଦି ଜୀବନରେ ଭାଙ୍ଗି ପଡିଛନ୍ତି ଏବଂ ବହୁତ ଦୁଃଖରେ ଅଛନ୍ତି ତେବେ ଏହି କାହାଣୀକୁ ନିଶ୍ଚୟ ଥରେ ପଢନ୍ତୁ (Motivational Story)

ମଣିଷ ହେଉଛି ସୃଷ୍ଟିର ସର୍ବଶ୍ରେଷ୍ଠ ପ୍ରାଣୀ । ତା’ ପାଖେ ଅମୂଲ୍ୟ ଜ୍ଞାନ ଓ ଶକ୍ତି ନିହିତ ଅଛି । କିନ୍ତୁ ସବୁଠୁ ଗୁରୁତ୍ଵପୂର୍ଣ୍ଣ ବିଷୟ ହେଉଛି ମଣିଷ ନିଜ ମଧ୍ୟରେ ନିହିତ ଥିବା ସେହି ଶକ୍ତି ବିଷୟରେ ଅଜ୍ଞାତ ଅଛି । ସୃଷ୍ଟିର ନିୟମ ହେଉଛି ପରିବର୍ତ୍ତନ । ସେଥିପାଇଁ ମଣିଷ ଜୀବନରେ ସୁଖ ଦୁଃଖ ଲାଗି ରହିଥାଏ । କିନ୍ତୁ ମଣିଷ ଦୁଃଖ ବେଳେ ଏତେ ଭାଙ୍ଗି ପଡେ ଯେ ତାକୁ ଲାଗେ ଆଉ ଜୀବନରେ କିଛି ଭଲ ହେବ ନାହିଁ । ଆପଣ ବି ଏମିତି ଭାବୁଥିଲେ ଏହି କାହାଣୀ ନିଶ୍ଚୟ ପଢନ୍ତୁ ।

ଗୋଟିଏ ଯୁବକ ଥିଲା ଯିଏ ସବୁବେଳେ ତା’ ଜୀବନକୁ ନେଇ ଖୁବ ନିରାଶ ରହୁଥିଲା । ସେ ଭାବୁଥିଲା କି ତା’ ଜୀବନରେ ଚାଲିଥିବା ସମସ୍ୟାରୁ ସେ କେବେବି ମୁଖ୍ତ ହୋଇପାରିବ ନାହିଁ । ସେ କିଛି କରିବାକୁ ସକ୍ଷମ ନୁହେଁ । ଏମିତି ଭାବିକି ରହୁଥିବା ବେଳେ ଦିନେ ସେ ତା’ ଗୁରୁଙ୍କ ନିକଟକୁ ଗଲା ଓ ନିଜର ଚିନ୍ତା ଏବଂ ସମସ୍ଯା ତାଙ୍କ ନିକଟରେ ଜଣାଇଲା । ସବୁ ଶୁଣିବା ପରେ ତାକୁ ବୁଝାଇ ଦେବା ପାଇଁ ଗୁରୁ ଏକ ଘଟଣାଟିଏ ତାକୁ ଶୁଣାଇଲେ ।

ଘଟଣାଟି ହେଉଛି ଗୁରୁଙ୍କ ଆଶ୍ରମ ପାଖରେ ଗୋଟିଏ କୁଡିଆ ଘର ଟିଏ ଥିଲା । ଯେଉଁଠି କିଛି କୁକୁଡା ରହୁଥିଲେ ବା ସେହି ଘରେ ଥିବା ମାଲିକ ତାଙ୍କୁ ପାଳିଥିଲେ । କୁକୁଡା ମାନେ ସକାଳ ପାହିଲେ ପ୍ରତିଦିନ କୁକୁଡୁକୁ ଡାକ ଛାଡନ୍ତି । ଦିନେ ବହୁତ ଜୋରରେ ଝଡ ଆସିଲା । ସେହି ଝଡରେ କୁଡିଆ ଘରଟି ଏକଦମ ଛାରଖାର ହୋଇ ଭାଙ୍ଗି ଗଲା ।

ଏହା ଶୁଣି ଯୁବକ ଜଣକ କହିଲା ହଁ ଗୁରୁଜୀ ସେହି ଝଡରେ ଆମ ଘର ମଧ୍ୟ ଭାଙ୍ଗି ଯାଇଥିଲା ଓ ବହୁତ କ୍ଷୟକ୍ଷତି ହୋଇଥିଲା । ଏହା ଶୁଣି ଗୁରୁଜୀ କହିଲେ ସେହି ରାତିର ଝଡ ପରେ କୁଡିଆ ଘରଟି ସଂପୂର୍ଣ୍ଣ ରୂପେ ଭାଙ୍ଗି ଯାଇଥିଲା ଓ କୁଡିଆ ଘରର ମାଲିକର ସର୍ବସ୍ଵ ଚାଲିଗଲା ବୋଲି ସେ କାନ୍ଦୁଥିଲା । କିନ୍ତୁ ଗୁରୁଜୀ ଦେଖିଲେ ପରଦିନ ସକାଳେ ଯେମିତି ସୂର୍ଯ୍ୟ ଉଦୟ ହୋଇଛନ୍ତି କୁକୁଡା ଭାଙ୍ଗି ଯାଇଥିବା କୁଡିଆ ଘରର ଝାଟିମାଟି ଭିତରୁ ବାହାରି ଆସିଥିଲା ଓ ତା’ ଉପରେ ଚଢି କୁକୁଡୁକୁ ଡାକ ଛାଡିଥିଲା ।

ଏହା ଶୁଣି ଯୁବକ ଜଣକ ପଚାରିଲା ଏହାର ଅର୍ଥ କଣ ଗୁରୁଜୀ । ଗୁରୁଜୀ କହିଲେ ପ୍ରତିଦିନ ସକାଳ ହେଲେ କୁକୁଡୁକୁ ଡାକ ଛାଡି ନୂଆ ଆରମ୍ଭର ବାର୍ତ୍ତା ଦେଇଥାଏ କୁକୁଡା । ଆଉ ଏତେ ଝଡର ସାମ୍ନା କରି ଘର ଭାଙ୍ଗି ଯାଇଥିଲେ ମଧ୍ୟ କୁକୁଡା ତା’ କର୍ମ ଭୁଲି ନଥିଲା ।

ଯାହାବି ହେଉ ସେ କୁକୁଡୁକୁ ଡାକ ଛାଡିବାର୍ତ୍ତା ଦେଇଥିଲା କି ଆଉ ଥରେ ଆରମ୍ଭ କର । ଯଦି ସାମାନ୍ଯ କୁକୁଡାଟି ପୁଣି ଥରେ ନୂଆ କରି ସବୁ ଆରମ୍ଭ କରିବାକୁ ବାର୍ତ୍ତା ଦେଇ ପାରୁଛି ତେବେ ତୁମେ ସବୁଠୁ ଶ୍ରେଷ୍ଟ ପ୍ରାଣୀ ମଣିଷ ହୋଇ କିପରି ହାରି ଯାଇ ପାରୁଛ ? ଜୀବନରେ ଯାହାବି ହେଉ କେବେବି ଆଶାହୀନ ହେବା ଉଚିତ ନୁହେଁ । ସବୁଠୁ ଅଧିକ ସମସ୍ଯା ଆମ ମନ ଏବଂ ମସ୍ତିଷ୍କ ମଧ୍ୟରେ ରହିଥାଏ ।

ତେଣୁ ହାର୍ ନମାନି ଜୀବନରେ ସବୁବେଳେ ନୂଆ ଆରମ୍ଭ କରି ଆଗକୁ ବଢିବା ପାଇଁ ପ୍ରୟାସ କରିବା ଉଚିତ । ଆପଣଙ୍କୁ ଏହି କାହାଣୀଟି କିପରି ଲାଗିଲା ମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।