Astrology- କେମିତି ହୋଇଥାନ୍ତି S ନାମର ବ୍ୟକ୍ତିମାନେ ? ଜାଣିଲେ ଖୁସିରେ ନାଚିବେ

ଜ୍ଯୋତିଷ ଅନୁସାରେ ପ୍ରତ୍ଯେକ ବ୍ୟକ୍ତିଙ୍କ ନାମର ପ୍ରଥମ ଅକ୍ଷରରୁ ମଧ୍ୟ ବ୍ୟକ୍ତିଙ୍କ ବିଷୟରେ ଅନେକ କିଛି ଜଣାଇ ଦେଇଥାଏ । ବ୍ୟକ୍ତିଙ୍କ ଜୀବନରେ ତାଙ୍କ ନାମର ପ୍ରଥମ ଅକ୍ଷର ଅନେକ ପ୍ରଭାବ ପକାଇଥାଏ । ଏହାର କାରଣ ହେଉଛି ପ୍ରତ୍ଯେକ ଅକ୍ଷରଙ୍କ ସମ୍ବନ୍ଧ ଗ୍ରହ ମାନଙ୍କ ସହ ରହିଛି । ତେଣୁ ବ୍ୟକ୍ତିଙ୍କ ନାମରୁ ମଧ୍ୟ ବ୍ୟକ୍ତିଙ୍କ ସ୍ଵଭାବ ଓ ଭବିଷ୍ୟତ ବିଷୟରେ ଜାଣି ହୁଏ । ତେବେ ଆଜି ଆମେ ଆପଣଙ୍କୁ ଇଂରାଜୀର ୧୯ତମ ଅକ୍ଷର S ଅକ୍ଷରର ନାମ ଥିବା ବ୍ୟକ୍ତିଙ୍କ ବିଷୟରେ କିଛି ରୋଚକ କଥା କହିବୁ ।

ଇଂରାଜୀ ଅକ୍ଷର S ରୁ ନାମ ଆରମ୍ଭ ହୋଇଥିବା ଲୋକମାନଙ୍କ ପାଖରେ ପାଠ ସହ ବୈବହାରିକ ଜ୍ଞାନ ମଧ୍ୟ ଖୁନ୍ଦି ହୋଇ ରହିଥାଏ । ଏହି ନାମର ବ୍ୟକ୍ତିମାନେ ସାଧାରଣତଃ ଅଧିକ ପରିଶ୍ରମୀ ହୋଇଥାନ୍ତି ଏହି ବ୍ୟକ୍ତିମାନେ କଥା କହିବରେ ଏତେ ଧନୀ ହୋଇଥାନ୍ତି ଯେ ଏମାନଙ୍କ କଥାରେ ସମୁଖରେ ଥିବା ବ୍ୟକ୍ତି ନିଶ୍ଚିତ ଭାବେ ଆକର୍ଷିତ ହୋଇଥାଏ । ଏମାନଙ୍କୁ ଯେଉଁ ଠାରୁ ଯାହାବି ଶିଖିବାକୁ ମିଳେ ସେମାନେ ତାକୁ ତୁରନ୍ତ ଜାଣିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି ।

ଏଥିପାଇଁ ଏହି ନାମର ବ୍ୟକ୍ତିମାନେ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାନ୍ତି । S ଅକ୍ଷରରୁ ନାମ ଆରମ୍ଭ ହୋଇଥିବା ବ୍ୟକ୍ତିମାନେ ବହୁତ ସଫା ହୃଦୟର ହୋଇଥାନ୍ତି ଓ ଦୟାଳୁ ମଧ୍ୟ ହୋଇଥାନ୍ତି । କିନ୍ତୁ ସେମାନଙ୍କ କ୍ରୋଧ ବେଳେବେଳେ ତାଙ୍କୁ ଅନ୍ୟମାନଙ୍କ ଆଗରେ ଖରାପ କରି ଦେଇଥାଏ । ସତଜ୍ଞା ଓ ନିଜର ସିଦ୍ଧାନ୍ତ ପାଇଁ ଏମାନେ କାହା ସହ ବି ଲଢିବାକୁ ପ୍ରସ୍ତୁତ ଥାଆନ୍ତି ।

ଏମାନଙ୍କୁ ଶ୍ରେଷ୍ଠ ଓ ସମ୍ମାନିତ ବ୍ୟକ୍ତି ହେବାକୁ ଅଧିକ ଇଚ୍ଛା ରହିଥାଏ । ଏମାନେ ସହଜରେ ଅନ୍ୟ ସହ ମିଶିଯିବା ଭଳି ଲୋକ ହୋଇଥାନ୍ତି । ପାର୍ଟି ତଥା ଉତ୍ସବ ମାନଙ୍କରେ ଏମାନେ ଧୁମଧାମରେ ମଜା ଉଠାଇଥାନ୍ତି । ଏହି ନାମର ବ୍ୟକ୍ତିମାନେ ବହୁତ ରଚନାତ୍ମକ ଶୈଳୀର ହୋଇଥାନ୍ତି । ଯେକୌଣସି ବି କାମକୁ ଅନ୍ୟ ଶୈଳୀରେ କରିବା ପାଇଁ ଏମାନେ ବେଶ ପସନ୍ଦ କରନ୍ତି । ଏମାନେ ଭିଡ ଭିତରେ ଚାଲିବାକୁ ପସନ୍ଦ କରନ୍ତି ନାହିଁ ।

ନିଜ ବୁଦ୍ଧି ବଳରେ ଏମାନେ ବଡ ବଡ ସମସ୍ଯାକୁ ବି ସମାଧାନ କରି ଦେଇଥାନ୍ତି । ଏମାନେ ହୃଦୟରୁ ଖରାପ ହୋଇ ନଥିଲେ ମଧ୍ୟ ଏମାନଙ୍କ ସ୍ପଷ୍ଟବାଦିତା ସ୍ଵଭାବ ପାଇଁ ବେଳେବେଳେ ଲୋକ ଏମାନଙ୍କୁ ଖରାପ ଭାବିଥାନ୍ତି । ଭଲପାଇବା କ୍ଷେତ୍ରରେ ଏମାନେ ଟିକେ ଲାଜକୁଳା ହୋଇଥାନ୍ତି ।

ଯେକୌଣସି କାର୍ଯ୍ୟ କରିବା ପୂର୍ବରୁ ଏମାନେ ଖୁବ ଚିନ୍ତା ବିଚାର କରିଥାନ୍ତି । ଏହି ନାମର ମହିଳାମାନେ ବିଶେଷ କରି ବିବାହ ପରେ ଅଧିକ ପ୍ରଭାବଶାଳୀ ହୋଇଥାନ୍ତି । ଏହି ନାମର ମହିଳାଙ୍କୁ ବିବାହ ପରେ କିଛି ଅସୁବିଧାର ସାମ୍ନା କରିବାକୁ ପଡିଥାଏ । କିନ୍ତୁ ଏହି ନାମର ପୁରୁଷଙ୍କ ଜୀବନ ଅତ୍ୟନ୍ତ ସୁଖମୟ ହୋଇଥାଏ । ଏମାନେ ଯାହାକୁ ଭଲ ପାଆନ୍ତି ତାଙ୍କ ପ୍ରତି ଅଧିକ ସମର୍ପଣ ଭାବ ରଖିଥାନ୍ତି ।

ଏମାନେ ନିଜ ପରିଶ୍ରମ ବଳରେ ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି କରିଥାନ୍ତି । ଏହି ନାମର ବ୍ୟକ୍ତି ମିତ୍ର ମାନଙ୍କପାଇଁ ବିଶ୍ବାସର ପାତ୍ର ହୋଇଥାନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।