ଯଦି ଘରେ ଦେଖାଯାଏ ଏହି ୪ଟି ସଙ୍କେତ, ତେବେ ଜାଣି ନିଅନ୍ତୁ ଆପଣଙ୍କ ଘର ଛାଡିବାକୁ ଯାଉଛନ୍ତି ମା ଲକ୍ଷ୍ମୀ

ଦୁନିଆରେ ସବୁ ଲୋକଙ୍କର ଏକ ସୁଖମୟ ଜୀବନ ବଞ୍ଚିବାକୁ ଇଛା ରହିଥାଏ । ଏଥିପାଇଁ ମଣିଷ ରାତି ଦିନ ଏକ କରି ପଇସା ରୋଜଗାର କରିଥାଏ । ଯାହା ଫଳରେ ସେ ତାର ପରିବାରକୁ ସମସ୍ତ ଖୁସି ଦେଇପାରିବ । ହେଲେ ଯଦି ଆପଣଙ୍କ ଉପରେ ଧନର ଦେବୀ ମା’ ଲକ୍ଷ୍ମୀ ପ୍ରସନ୍ନ ରହିବେ ତେବେ ଆପଣଙ୍କୁ ଧନର ଅଭାବ ହେବ ନାହିଁ । ଯଦି ମା ଲକ୍ଷ୍ମୀ ଆପଣଙ୍କ ଘର ଛାଡି ଦିଅନ୍ତି ତେବେ ଆପଣଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଥାଏ ।

ତେଣୁ ସେଥିପାଇଁ ଆଜି ଆମେ ଆପଣଙ୍କୁ ଏମିତି କିଛି ସଙ୍କେତ ବିଷୟରେ କହିବୁ, ଯାହା ଦ୍ଵାରା ମାତା ଲକ୍ଷ୍ମୀ ଗୃହ ଛାଡି ଚାଲିଯାନ୍ତି । ତେବେ ଆସନ୍ତୁ ଜାଣିବା ଏହି ସଙ୍କେତ ବିଷୟରେ ।

ଅନ୍ନର ଅପମାନ

ଶାସ୍ତ୍ର ଅନୁସାରେ ଯେଉଁ ଘରେ ଅନ୍ନର ଅପମାନ ହୋଇଥାଏ ମାତା ଲକ୍ଷ୍ମୀ ସେହି ଘରେ କେବେ ବି ବାସ କରନ୍ତି ନାହିଁ । ଯଦି ଆପଣଙ୍କ ଘରେ ଅନ୍ନର ଅପମାନ ହେଉଛି ତେବେ ଜାଣି ଯାଆନ୍ତୁ ମାତା ଲକ୍ଷ୍ମୀ ଆପଣଙ୍କ ଘର ଛାଡି ଚାଲିଯିବେ । ତେଣୁ ଆପଣଙ୍କୁ ନିଜ ଗୃହରେ ଅନ୍ନର ଅପମାନ କରିବା ବନ୍ଦ କରିବାକୁ ହେବ ।

ବୃଦ୍ଧ ଲୋକଙ୍କର ଅପମାନ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ଘରେ ଗୁରୁଜନ ବା ବୃଦ୍ଧ ଲୋକଙ୍କର ଅପମାନ ହୋଇଥାଏ, ସେହି ଘରେ ମା ଲକ୍ଷ୍ମୀ ରୁହନ୍ତି ନାହିଁ । ଯଦି ଆପଣଙ୍କ ଘରେ ଏହି ସମସ୍ୟା ଚାଲିଛି ତେବେ ଏହାକୁ ଯଥା ଶୀଘ୍ର ବନ୍ଦ କରନ୍ତୁ ।

ଗୃହରେ ଝଗଡା

ଯଦି ଆପଣଙ୍କ ଘରେ ସବୁବେଳେ ଝଗଡା ହେଉଛି ତେବେ ଜାଣି ଯାଆନ୍ତୁ ଲକ୍ଷ୍ମୀ ଆପଣଙ୍କ ଘର ବହୁତ ଶୀଘ୍ର ଛାଡି ଯାଉଛନ୍ତି । ତେଣୁ ଏହି ସବୁ ଝଗଡାକୁ ଦୁର କରି ସୁଖମୟ ଜୀବନ ବିତାନ୍ତୁ ।

ମିଛ କହିବା

ଯଦି ଆପଣ ସବୁବେଳେ ମିଛ କହୁଛନ୍ତି ଓ ଆପଣଙ୍କର ଏହି ମିଛ କଥା ପାଇଁ ଲୋକମାନେ ସବୁବେଳେ ଦୁଃଖ ପାଉଛନ୍ତି ତେବେ ଏହା ସଙ୍କେତ ଦେଉଛି କି ଲକ୍ଷ୍ମୀ ବହୁତ ଶୀଘ୍ର ଆପଣଙ୍କ ଘର ଛାଡି ଚାଲିଯିବେ । ତେଣୁ ମିଛର ସାହାରାରେ ବଞ୍ଚିବା ଛାଡନ୍ତୁ ଓ ସତ୍ୟ ପଥରେ ଚାଲିବା ଶିଖନ୍ତୁ ।