ଯଦି ଦେଖୁଛନ୍ତି ଏହି 5ଟି ସ୍ଵପ୍ନ, ତେବେ ଭୁଲରେ ବି କାହାକୁ କୁହନ୍ତି ନାହିଁ! ଜାଣନ୍ତୁ କେଉଁ ସ୍ଵପ୍ନ ଦେଇଥାଏ କି ସଂକେତ- Swapna Shastra

ଶୋଇବା ସମୟରେ ସମସ୍ତେ ସ୍ଵପ୍ନ ଦେଖିଥାନ୍ତି । ସ୍ଵପ୍ନ ଦେଖିବା ଗୋଟିଏ ସାଧାରଣ ପ୍ରକ୍ରିୟା ଅଟେ । କିଛି ସ୍ଵପ୍ନ ଏମିତି ହୋଇଥାଏ ଯାହାକି ନିଦ ଖୋଲିବା ପରେ ଦେଖାଯାଏ ନାହିଁ । କିନ୍ତୁ ଅନ୍ୟ ପଟେ ଏମିତି ବି କିଛି ସ୍ଵପ୍ନ ଅଛି ଯାହା ନିଦ ଖୋଲିବା ପରେ ବି ମନେ ଥାଏ । ଏମିତିରେ ପ୍ରାୟତଃ ସମସ୍ତେ ନିଜ ସ୍ଵପ୍ନ ବିଷୟରେ ଅନ୍ୟକୁ କହିଥାନ୍ତି । କହିଦେଉଛୁ କି କିଛି ସ୍ଵପ୍ନ ଏମିତି ବି ଅଛି ଯାହା ବିଷୟରେ କାହାକୁ କହିବା ଉଚିତ ନୁହେଁ । ଶାସ୍ତ୍ର ଅନୁସାରେ ଏହା ଭୁଲ ଅଟେ ।

ଏହା ଦ୍ଵାରା ଭବିଷ୍ୟତରେ ମିଳିବାକୁ ଥିବା ଫଳ ମିଳି ନ ଥାଏ । ତେବେ ଚାଳନ୍ତୁ ଜାଣିବା ସେହି ୫ ଟି ସ୍ଵପ୍ନ ବିଷୟରେ । ଯାହା ବିଷୟରେ କେବେ ବି କାହାକୁ କହିବା ଉଚିତ ନୁହେଁ ।

ଭଗବାନଙ୍କ ଦର୍ଶନ

ଯଦି ସ୍ଵପ୍ନରେ ଭଗବାନଙ୍କ ଦର୍ଶନ ମିଳୁଛି ତେବେ ଏହାର ଅର୍ଥ ଆପଣଙ୍କ ଜୀବନରେ ଖୁସି ଆସିବାର ଅଛି । ସଫଳତାର ବି ସଂକେତ ଦେଇଥାଏ ।

ପ୍ରକୃତି ସମ୍ବନ୍ଧିତ ସ୍ଵପ୍ନ

ଯଦି ଆପଣ କିଛି ଏମିତି ସ୍ଵପ୍ନ ଦେଖିଛନ୍ତି ଯେଉଁଥିରେ ଆପଣ ପ୍ରକୃତିର ବହୁତ ପାଖାପାଖି ଅଛନ୍ତି । ସ୍ଵପ୍ନରେ ସମୁଦ୍ର, ପାହାଡ, ଗଛ ଲତା ଓ ନଦୀ ନଜର ଆସୁଛି ତେବେ ଏହାର ଅର୍ଥ ବହୁତ ଜଲ୍ଦି ଆପଣଙ୍କ ଜୀବନରେ ବହୁତ ବଡ ଖୁସି ଖବର ଆସିବାକୁ ଯାଉଛି । କିନ୍ତୁ ଯଦି ଆପଣ ଏହି ସ୍ଵପ୍ନ ବିଷୟରେ କାହାକୁ କହି ଦେଉଛନ୍ତି ତେବେ ହୋଇପାରେ ଆପଣ ସ୍ଵପ୍ନର ଶୁଭ ଫଳ ଠାରୁ ବଞ୍ଚିତ ରହିଯିବେ ।

ମୃତ୍ୟୁ ସମ୍ବନ୍ଧିତ

ବେଳେ ବେଳେ ଆମେ ନିଜର କିମ୍ବା ଅନ୍ୟର ମୃତ୍ୟୁ ଦେଖିଥାଉ । ଏହିଭଳି ସ୍ଵପ୍ନ ଦେଖିବା ପରେ ଆମର ମନ ବିଚଳିତ ହୋଇଯାଏ ଓ ଆମେ ଭୟଭୀତ ବି ହୋଇଯାଉ । କିନ୍ତୁ ଏହିଭଳି ସ୍ଵପ୍ନ ଦେଖିବା ପରେ ଭୟଭୀତ ହେବା ଦରକାର ନାହିଁ । କାରଣ ସ୍ଵପ୍ନରେ ମୃତ୍ୟୁ ଦେଖିବା ଆପଣଙ୍କ ସମସ୍ୟାକୁ ସମାପ୍ତ କରିବା ଆଡକୁ ଇସାରା କରିଥାଏ ।

ସର୍ପ ଦର୍ଶନ

ପ୍ରାୟତଃ ଲୋକମାନେ ନିଜ ସ୍ଵପ୍ନରେ ସାପ ଦେଖିଥାନ୍ତି ଓ ଦେଖିବା ପରେ ଲୋକମାନେ ଡରି ବି ଯାଆନ୍ତି । କହିଦେଉଛୁ କି ସ୍ଵପ୍ନରେ ସାପ ଦେଖିବାର ଅର୍ଥ ଭବିଷ୍ୟତରେ ଆପଣଙ୍କୁ ବ୍ୟାପାରରେ ଲାଭ ଓ ସଫଳତା ମିଳିବ । ସ୍ଵପ୍ନରେ ସାପ ଦେଖିବା ଧନଲାଭର ସଂକେତ ଦେଇ ଥାଏ ।

ମାଛ ନଜର ଆସିଲେ

ଶୋଇବା ସମୟରେ ସ୍ଵପ୍ନରେ ଯଦି ଆପଣ ମାଛ ଦେଖୁଛନ୍ତି କିମ୍ବା ନିଜକୁ କିମ୍ବା ଅନ୍ୟ କୌଣସି ବ୍ୟକ୍ତିକୁ ମାଛ ଖାଉ ଥିବାର ଦେଖୁଛନ୍ତି କିମ୍ବା ମାଛ ଧରୁଥିବାର ଦେଖୁଛନ୍ତି ତେବେ ଏହା ବହୁତ ଶୁଭ ଅଟେ । କାରଣ ସ୍ଵପ୍ନରେ ମାଛ ଦେଖିବାର ଅର୍ଥ ଅଚାନକ ଧନଲାଭ ହେବ ।