ଯଦି ଖୋଲିଯାଏ ଏହି ମନ୍ଦିରର ସପ୍ତମ ଦ୍ଵାର ତେବେ କଣ ହେବ ? ସତ୍ୟତା କଣ ଜାଣିଲେ ଆପଣ ବି ଭୟରେ ଥରିବେ

କଳା, ସଂସ୍କୃତି, ଧର୍ମ ଓ ନୀତି ନିୟମର ଦେଶ ଭାରତରେ ସମୟକ୍ରମେ ଅନେକ ମନ୍ଦିର ନିର୍ମାଣ କରାଯାଇଛି । ସେଥିରୁ ଗୋଟିଏ ହେଉଛି  କେରଳର ତିରୁବନନ୍ତପୁରମରେ ଅବସ୍ଥିତ ପଦ୍ମନାଭସ୍ଵାମୀ ମନ୍ଦିର । ଏହି ମନ୍ଦିର ପୂର୍ବକାଳରୁ ନେଇ ବର୍ତ୍ତମାନ କାଳ ପର୍ଯ୍ୟନ୍ତ ରହସ୍ୟରେ ଭରପୁର ଅଟେ । ବହୁ ଚେଷ୍ଟା ସତ୍ତ୍ୱେ ଏହି ମନ୍ଦିର ସହ ଜଡିତ ରହସ୍ୟକୁ ବୈଜ୍ଞାନିକ ମାନେ ମାନେ ମଧ୍ୟ ଖୋଜି ବାହାର କରିପାରି ନାହାନ୍ତି । ଆପଣ ଜାଣିଥିବେ କି ପଦ୍ମନାଭସ୍ଵାମୀ ମନ୍ଦିର ଦୁନିଆର ସବୁଠାରୁ ଧନୀ ମନ୍ଦିର ମାନଙ୍କ ମଧ୍ୟରୁ ଗୋଟିଏ ।

କିନ୍ତୁ ବହୁତ କମ୍ ଲୋକ ଜାଣିଛନ୍ତି କି ଏହି ମନ୍ଦିରରେ ଗୋଟିଏ ଗୁପ୍ତ କବାଟ ରହିଛି । ପ୍ରକୃତରେ ଭଗବାନ ବିଷ୍ଣୁଙ୍କୁ ସମର୍ପିତ ପଦ୍ମନାଭ ମନ୍ଦିରକୁ ଟ୍ରାବନକୋର ରାଜାମାନେ ତିଆରି କରିଥିଲେ, ଯାହାର ବର୍ଣ୍ଣନା ନବମ ଶତାବ୍ଦୀ ଗ୍ରନ୍ଥରେ ରହିଛି । ମନ୍ଦିରର ବର୍ତ୍ତମାନ ସ୍ୱରୂପକୁ ଅଷ୍ଟାଦଶ ଶତାବ୍ଦୀରେ ତିଆରି କରା ଯାଇଥିଲା । ୧୭୫୦ ମସିହାରେ ମହାରାଜ ମାର୍ତଣ୍ଡ ବର୍ମା ନିଜକୁ ପଦ୍ମନାଭ ଦାସ ବୋଲାଇଥିଲେ ଓ ପରିବାର ସହ ନିଜକୁ ଭଗବାନ ପଦ୍ମନାଭଙ୍କୁ ସମର୍ପିତ କରି ଦେଇଥିଲେ ।

ତେଣୁ ବିଶ୍ବାସ ରହିଛି ଯେ ଏହି କାରଣରୁ ଟ୍ରାବନକୋର ରାଜାମାନେ ନିଜର ଧନସମ୍ପତ୍ତି ପଦ୍ମନାଭସ୍ଵାମୀ ମନ୍ଦିରକୁ ଦାନ କରି ଦେଇଥିଲେ । ମନ୍ଦିରରେ ୭ଟି ଗୁପ୍ତ କୋଠରି ଓ ପ୍ରତ୍ଯେକ କୋଠରି ସହ ଗୋଟିଏ ଲେଖାଏଁ କବାଟ ସଂଯୁକ୍ତ ଥିଲା ଏବଂ ଏହାପଛରେ ଅନେକ ଧନସମ୍ପତ୍ତି ଲୁଚେଇ ରଖା ଯାଇଥିଲା ।

ଯେବେ ଏହି ଗୁପ୍ତ କୋଠରି ରହସ୍ୟ ସାମ୍ନାକୁ ଆସିଲା ୨୦୧୧ରେ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶରେ ଗୋଟିଏ ପରେ ଗୋଟିଏ ୬ଟି କବାଟ ଖୋଲାଗଲା । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହିସବୁ ଗୁପ୍ତ କୋଠରୀରୁ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ସୁନା ଏବଂ ହୀରା ଅଳଙ୍କାର ମିଳିଥିଲା । ଯାହା ମନ୍ଦିରର ଟ୍ରଷ୍ଟରେ ଜମା ହୋଇଥିଲା । କିନ୍ତୁ ସପ୍ତମ କୋଠରୀ ଖୋଲିବା ସମୟ ଆସିବା ବେଳକୁ ଏହାର ବିରୋଧ ଆରମ୍ଭ ହୋଇଗଲା ।

ଏହି କବାଟରେ ଦୁଇ ଗୋଟି ନାଗଙ୍କ ଚିତ୍ର ରହିଥିଲା ଏବଂ ମାନ୍ୟତା ଅନୁସାରେ ଏହି କବାଟର ସୁରକ୍ଷା ଭଗବାନ ବିଷ୍ଣୁଙ୍କ ଅବତାର ସ୍ଵୟଂ ନାଗ କରୁଛି । ଯାହାକୁ ଖୋଲିବା ଅର୍ଥାତ ବଡ ବିପଦକୁ ନିମନ୍ତ୍ରଣ କରିବା । ଆହୁରି ମଧ୍ୟ ମାନ୍ୟତା ଅଛି ଯେ ଏହି ସପ୍ତମ କବାଟ ଅଭିଶପ୍ତ ହୋଇଅଛି ଓ ଏଥିରେ ଅନେକ ବିଷାକ୍ତ ସାପ ବାସ କରୁଛନ୍ତି ।

ଯେଉଁମାନେ ପ୍ରଥମ ଥର ଏହି କବାଟକୁ ଖୋଲିବାକୁ ପ୍ରୟାସ କରିଥିଲେ ବିଷାକ୍ତ ସାପଙ୍କ ଦଂଶନରେ ସେମାନଙ୍କ ମୃତ୍ୟୁ ହୋଇଗଲା । ସପ୍ତମ କବାଟର ନିର୍ମାଣ କାଠରେ ହୋଇଥିଲା କିନ୍ତୁ ଏହାକୁ ଖୋଲିବା ଏବଂ ବନ୍ଦ କରିବା ପାଇଁ କୌଣସି ତାଲା କି ହୁଡୁକା ନଥିଲା । ତେବେ ଏହି କବାଟ କିପରି ତିଆରି ହୋଇଛି ତାହା ଆଜି ମଧ୍ୟ ବୈଜ୍ଞାନିକ ମାନଙ୍କ ପାଇଁ ରହସ୍ୟ ଅଟେ ।

ବିଶ୍ବାସ ରହିଛି କିଛି ଶତାବ୍ଦୀ ପୂର୍ବରୁ ଏହାକୁ ଏକ ବିଶେଷ ମନ୍ତ୍ର ଦ୍ଵାରା ବନ୍ଦ କରା ଯାଇଥିଲା, ତେଣୁ ଏହାକୁ ଖୋଲିବା ଅସମ୍ଭବ ଅଟେ । କବାଟରେ ନାଗଙ୍କ ଚିତ୍ର ଦେଖି ଜ୍ଞାନୀମାନଙ୍କ ମନ୍ତବ୍ୟ ଯେ ଏହାକୁ ନାଗଫାଶ ମନ୍ତ୍ର ଦ୍ଵାରା ବନ୍ଦ କରାଯାଇଛି ଓ ଗରୁଡ ମନ୍ତ୍ର ଦ୍ଵାରା ହିଁ ଏହାକୁ ଖୋଲା ଯାଇପାରିବ ।

କିନ୍ତୁ କୁହାଯାଏ କି ସେହି ମନ୍ତ୍ର ଏତେ ଜଟିଳ ଯେ ଏହାର ସଠିକ ଉଚ୍ଚାରଣ କେବଳ କେହି ସିଦ୍ଧି ପୁରୁଷ ହିଁ କରିପାରିବ । କେହି ଯଦି ଏହି ମନ୍ତ୍ରର ଉଚ୍ଚାରଣ କିମ୍ବା ବିଧିକୁ ଭୁଲ କରେ ତେବେ ତା’ର ମୃତ୍ୟୁ ନିଶ୍ଚିତ । ଏହାସହିତ ଏଥିପାଇଁ ପୃଥିବୀରେ ପ୍ରଳୟ ମଧ୍ୟ ଆସିପାରେ ।

ଏହା ମଧ୍ୟ ମାନ୍ୟତା ରହିଛି କି ଏହି କବାଟକୁ ଯଦି ଆଧୁନିକ ମାନବ ନିର୍ମିତ ଜନ୍ତ୍ର କିମ୍ବା ବୈଜ୍ଞାନିକ ପଦ୍ଧତିରେ ଖୋଲିବାକୁ ଚେଷ୍ଟା କରେ ତେବେ ଏହା ପ୍ରଳୟଙ୍କରୀ ସାବ୍ୟସ୍ତ ହୋଇପାରେ । ଏହି କାରଣରୁ ଏହାକୁ ଖୋଲିବାକୁ ଆଜି ପର୍ଯ୍ୟନ୍ତ କେହି ସାହସ କରି ନାହାନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।