Vastu Tips:- ଆଜି ହିଁ ଏହି ଜାଗାରେ ବାନ୍ଧି ଦିଅନ୍ତୁ ଗୋଟିଏ କଳାସୂତା, ଦେଖିବେ ମାଗିବା ପୂର୍ବରୁ ହିଁ ସବୁ ଇଚ୍ଛା ହେବ ପୂର୍ଣ୍ଣ

ଆଜିର ଆଧୁନିକ ଯୁଗରେ ଆମେ ଆମ କଳା, ସଙ୍କୃତି ଓ ପରମ୍ପରା ସହ ଜଡିତ ଅନେକ ରୀତିନୀତି ସବୁ ଭୁଲି ଯାଉଛୁ । କିନ୍ତୁ ଆଜିର ଛଳ କପଟ ପୂର୍ଣ୍ଣ ଦୁନିଆରେ ଅନେକ ସମୟରେ ପୂର୍ବ ପୁରୁଷ ବା ଗୁରୁଜନ ମାନଙ୍କ ଦ୍ଵାରା ଦିଆ ଯାଇଥିବା ଶିକ୍ଷା ହିଁ ଆମର କାମରେ ଆସିଥାଏ । ହିନ୍ଦୁଧର୍ମରେ ଗୋଡରେ କଳାସୂତା ପିନ୍ଧିବାର ଏକ ବିଶେଷ ନୀତି ରହିଛି । ତେବେ ଏହି କଳାସୂତାକୁ କେବେ ଏବଂ କିପରି ପିନ୍ଧିଲେ ଶୁଭ ଫଳଦାୟୀ ହୋଇଥାଏ ତାହା ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ଆଜି ଆମେ ଆପଣଙ୍କୁ ଯେଉଁ ଉପାୟ କରିବୁ ତାହା ଯଦି ଆପଣ ଶନିବାର କିମ୍ବା ମଙ୍ଗଳବାର ଦିନ କରନ୍ତି ତେବେ ସବୁଠୁ ଅଧିକ ଲାଭ ପାଇବେ । ଯଦି ଆପଣଙ୍କ ଘରେ ଦିନକୁ ଦିନ ଆର୍ଥିକ ସମସ୍ଯା ବଢୁଛି ଓ ବାଦବିବାଦ ଲାଗିର ରହୁଛି ଏବଂ ଆପଣଙ୍କ ବ୍ୟକ୍ତିଗତ ଜୀବନରେ ମଧ୍ୟ ସମସ୍ଯାରେ ଛନ୍ଦି ହୋଇ ରହିଛନ୍ତି ତେବେ ଆମକୁ ଲାଗେ କି କାହାର ନଜର ଲାଗିଯାଇଛି । ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଆପଣ ମଙ୍ଗଳାବର ଦିନ ସ୍ବଚ୍ଛ ହୋଇ ଏକ କଳାସୂତା ନେଇ ହନୁମାନ ମନ୍ଦିରକୁ ଯାଆନ୍ତୁ ।

ସେଠାରେ ହନୁମାନଙ୍କୁ ମୁଣ୍ଡିଆ ମାରି ହନୁମାନ ଚାଳିଶା ପାଠ କରନ୍ତୁ ଓ ସେହି ସମୟରେ ଏହି କଳାସୂତାରେ ୭ତି ଗଣ୍ଠି ପକାଇ ଦିଅନ୍ତୁ । ଏହାପରେ ସେଥିରେ ହନୁମାନଙ୍କ ସିନ୍ଦୂର ଲଗାଇ ଘରକୁ ନେଇ ଆସନ୍ତୁ । ଏହି ସୂତାକୁ ଘରର ମୁଖ୍ୟଦ୍ଵାରରେ ବାନ୍ଧିଲେ ଘରର ସବୁ ସମସ୍ଯା ଓ ଅଭାବ,ଅସୁବିଧା ଦୂର ହୋଇଯାଏ ।

ଯଦି ଛୋଟପିଲାଙ୍କୁ ନଜର ଲାଗିଥାଏ ତେବେ ଏହି ସମାନ ଉପାୟ କରି ତାଙ୍କ ବେକରେ ଏହି କଳାସୂତା ବାନ୍ଧି ଦିଅନ୍ତୁ । ଆଉ ଯଦି ବଡଲୋକଙ୍କୁ ନଜର ଲାଗିଥାଏ ତେବେ ଏହି ଉପାୟ କରି ତାଙ୍କ ଅଣ୍ଟାରେ ଏହା ବାନ୍ଧି ଦିଅନ୍ତୁ ଏବଂ ମହିଳା ହୋଇଥିଲେ ହାତର ବାହୁରେ ବାନ୍ଧି ଦିଅନ୍ତୁ । ଏକ ମାସ ପର୍ଯ୍ୟନ୍ତ ଏହାକୁ ବାନ୍ଧିବା ପରେ ଏହାକୁ ବାହାର କରି ମାଟିରେ ପୋତି ଦିଅନ୍ତୁ ଓ ଆଉ ଠାରେ ଏହି ସମାନ ଉପାୟରେ ନୂଆ ସୂତା ବାନ୍ଧି ଦିଅନ୍ତୁ ।

କଳାରଙ୍ଗ ଖରାପ ନଜରରୁ ବର୍ତ୍ତିବା ପାଇଁ ସାହାଯ୍ୟ କରିଥାଏ । ଏଥିପାଇଁ କଳାସୂତା, କଳା ଟିକା ଏବଂ ଏବଂ କଳା କପଡା ବ୍ୟବହାର କରାଯାଏ । ଯଦି ଆପଣଙ୍କ ଘରେ ସବୁବେଳେ କଳିଝଗଡା ହେଉଛି ଏବଂ ଘରେ ବାଦବିବାଦ ଲାଗିରହୁଛି ତେବେ ଶନିବାର ଏକ ମିଟର କଳାସୂତା ନେଇ ଶନି ମନ୍ଦିରକୁ ଯାଆନ୍ତୁ ।

‘ଓଁ ଶନିଶ୍ଚରାୟ ନମଃ’ ମନ୍ତ୍ରର ଜପ କରି ଏହି ସୂତାରେ ୧୦୮ଟି ଗଣ୍ଠି ପକାନ୍ତୁ । ଏବେ ସେହି ସୂତାକୁ ଆଣି ଘରର ମୁଖ୍ୟଦ୍ଵାରରେ ବାନ୍ଧି ଦିଅନ୍ତୁ । ଏହା ଘରକୁ ଖରାପ ନଜରରୁ ବଞ୍ଚାଇବା ସହ ନକରାତ୍ମକ ଊର୍ଜା ମଧ୍ୟ ଦୂର କରିଦେବ । ଯଦି ପରିବାରର କେଉଁ ସଦସ୍ୟଙ୍କ ଦେହ ସବୁବେଳେ ଖରାପ ରହୁଛି ତେବେ ଏକ କଳାସୂତାରେ ସିନ୍ଦୂର ଲଗାଇ ଏହାକୁ ଘରର ମନ୍ଦିରରେ ରାତିସାରା ରଖିଦିଅନ୍ତୁ ଓ ସକାଳେ ସ୍ବଚ୍ଛ ହେବ ପରେ ଏହାକୁ ସେହି ସଦସ୍ୟଙ୍କ ଗୋଡରେ ବାନ୍ଧି ଦିଅନ୍ତୁ ।

ଦେଖିବେ ତାଙ୍କ ସ୍ୱାସ୍ଥ୍ୟ ସମସ୍ଯା ଦୂର ହୋଇଯିବ । କଳାସୂତାକୁ ସବୁବେଳେ ମାଟିରେ ପୋତି ଦିଅନ୍ତୁ କିମ୍ବା ନଦୀରେ ଭଡସାଇ ଦିଅନ୍ତୁ । ଅନ୍ଯଥା କେହି କେହି ଏହାକୁ ଅପବ୍ଯବହାର କରିପାରନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।