Special Report- ଯଦି ଆପଣଙ୍କ ମୋବାଇଲରେ ଅଛି ଏହି 8 ଆପ ତ ତୁରନ୍ତ କରି ଦିଅନ୍ତୁ ଡିଲିଟ, ନହେଲେ ପଡି ପାରନ୍ତି ବଡ ଅସୁବିଧାରେ

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଜରୁରୀ ସୂଚନା ନେଇ ଆସିଛୁ । ଆପଣ ମାନେ ଯେଉଁ ମୋବାଇଲ ବ୍ୟବହାର କରୁଛନ୍ତି କେଏନ ସେଥିରେ ଏହି ୮ଟି ଆପ ରହିଛି । ଯଦି ରହିଥାଏ ତେବେ ତୁରନ୍ତ ଏହାକୁ ଡ଼ିଲିଟ କରନ୍ତୁ ।

କାରଣ ପୁଣି ଥରେ ଯୋକର ମାଲୱେର ପ୍ରତ୍ୟାବର୍ତ୍ତନ କରିଛି । କୁଇକ ଶିକୁରୀଟି ଲ୍ୟାବର ଗବେଷକ ମାନେ ଗୁଗୁଲ ପ୍ଲେ ଷ୍ଟୋରରୁ ୮ଟି ଆପ ର ସନ୍ଧାନ କରିଛନ୍ତି । ଯେଉଁଥିରେ ଯୋକର ମାଲୱେର ମିଳିଛି । ଗବେଷକ ମାନେ ସୂଚନା ଦେଇଛନ୍ତି ଯେ ଯଦି ଆପଣଙ୍କ ଫୋନରେ ଏହି ୮ଟି ଆପ ମଧ୍ୟରୁ କୌଣସି ଗୋଟିଏ ବି ଆପ ରହିଥାଏ ତେବେ ଏହାକୁ ତୁରନ୍ତ ଡ଼ିଲିଟ କରି ଦିଅନ୍ତୁ । ଜୋକର ହେଉଛି ସବୁଠାରୁ ବିପଦଜନକ ମାଲୱେର । ଯୋକର ହେଉଛି ଏମିତି ଏକ ଭାଇରସ ଯାହା ମାସକ ମଧ୍ୟରେ ଗୁଗୁଲ ପ୍ଲେ ଷ୍ଟୋରକୁ ଫେରି ପାରିବାରେ ସଫଳ ହୋଇପାରେ  ।

ଏହି ଭାଇରସ ଆପଣଙ୍କ ଫୋନରୁ ସବୁ ତଥ୍ୟ ଚୋରୀ କରି ନେଇଥାଏ ଯେମିତିକି କଣ୍ଟାକ୍ଟ ଲିଷ୍ଟ, ଏସମେସ, ଓଟିପି ଭଳି ଗୁରୁତ୍ଵ ପୂର୍ଣ୍ଣ ତଥ୍ୟ । ଯଦି ଆପଣଙ୍କ ଫୋନରେ ଏହା ଡାଉନ ଲୋଡ ହୋଇଥିବ ତେବେ ଏହି ଆପ ସେ ଯାଏଁ ରହିବ ଯେ ପର୍ଯ୍ଯନ୍ତ ଆପଣ ଏହି ଆପକୁ ଡ଼ିଲିଟ କରି ନାହାନ୍ତି । ତେବେ ଆସନ୍ତୁ ଜାଣିବା ଗବେଷକ ମାନେ ଯେଉଁ ୮ଟି ଆପ ବିଷୟରେ ସୂଚନା ଦେଇ କହିଛନ୍ତି ଯେ ତାହା ବିପଦଜନକ ଅଟେ ଯାହାକୁ ତୁରନ୍ତ ଫୋନ୍ରୁ ଡ଼ିଲିଟ କରିବାକୁ ହେବ ।

ସେହି ୮ଟି ଆପ ଗୁଡିକ ହେଉଛି ଅକସିନିୟାରି ମେସେଜ, ଫାଷ୍ଟ ମ୍ୟାଗିକ ଏସେମେସ, ପ୍ରିକ୍ୟାନ ସ୍କ୍ୟାନର, ସୁପର ମେସେଜ, ଏଲିମେଣ୍ଟ ସ୍କ୍ଯାନର, ଗୋ ମେସେଜ, ଟ୍ରାଭେଲ ୱାଲପେପର, ସୁପର ଏସମେସ । ଯଦି ଆପଣଙ୍କ ଫୋନରେ ଏହି ୮ଟି ଆପ ମଧ୍ୟରୁ ଗୋଟିଏ ବି ଆପ ରହିଛି ତେବେ ଏହାକୁ ଯେତେ ଜଲ୍ଦି ସମ୍ଭବ ଡ଼ିଲିଟ କରନ୍ତୁ ନଚେତ ଆପଣଙ୍କର ସବୁ ବ୍ୟକ୍ତିଗତ ତଥ୍ୟ ଚୋରୀ ହେବାର ସମ୍ଭାବନା ରହିଛି ।

ଏହି ଅପ ଗୁଡିକୁ ଡ଼ିଲିଟ କରିବା ପାଇଁ ଆପଣ ନିଜ ଫୋନର ପ୍ଲେ ଷ୍ଟୋରକୁ ଯାଆନ୍ତୁ । ଏହା ପରେ ଆପଣ ମାଲୱେର ଆପ ସର୍ଚ କରନ୍ତୁ । ଅପ ପେଜ ଆସିବା ପରେ ଅନଇନଷ୍ଟଲ କରି ଦିଅନ୍ତୁ । ଏହା ପରେ ଆପଣଙ୍କ ଫୋନରେ ଥିବା ଆପ ଗୁଡିକ ଡ଼ିଲିଟ ହୋଇଯିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।