ଏଥର ଇଏ କରିବେ ଛେରା ପହଁରା, ଜାଣନ୍ତୁ ସେ କିଏ ?

ନମସ୍କାର ବନ୍ଧୁଗଣ । ଓଡିଶାର ପୁରୀ ଜିଲ୍ଲାରେ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ବିଷୟରେ ଆପଣ ମାନେ ସମସ୍ତେ ଜାଣିଥିବେ ଓ ଦେଖିଥିବେ । ପୁରୀରେ ପ୍ରଭୁ ଜଗନାଥଙ୍କର ସବୁ ପର୍ବ ପର୍ବାଣିରେ ନୀତି ନିୟମ ଅସହ ପୂଜା ଆରାଧନା କରାଯାଏ ।

ଏଠାରେ ସେବକ ମାନେ ନୀତି ଦିନ ନୀତି ନିୟମ ସହ ପ୍ରଭୁ ଜଗନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର ପୂଜା କରିଥାନ୍ତି । ବର୍ତ୍ତମାନ କୋରୋନା ମହାମାରି ଯୋଗୁ ଗତ ବର୍ଷ କୌଣସି ପର୍ବ ପାଳନ କରାଯାଇ ପାରି ନ ଥିଲା । ଚଳିତ ବର୍ଷ ମଧ୍ୟ ପୁରୀରେ ଛେରା ପହଁରା କରିବା ପାଇଁ ଗଜପତି ମହାରାଜା ମନ୍ଦିରକୁ ଯିବେ ନାହି ବୋଲି ସୁଚନା ମିଳିଛି । ଏହି ବର୍ଷ ମହା ପ୍ରଭୁଙ୍କର ସେବା କରିବା ପାଇଁ ତାଙ୍କର ସେବକଙ୍କୁ ସେଠାରେ ନିଯୋଜିତ ଥିବା ଅବସର ମିଳିଛି । ସବୁ ବର୍ଷ ପ୍ରଭୁଙ୍କର ଛେରା ପହଁରା କରିବା ପାଇଁ ଗଜପତି ଯାଇଥାନ୍ତି ।

କିନ୍ତୁ ଏହି ବର୍ଷ ସ୍ନାନ ପୂର୍ଣ୍ଣିମାରେ ସେବକଙ୍କୁ ପ୍ରଥମ ଥର ପାଇଁ ମହା ପ୍ରଭୁଙ୍କର କୃପାରୁ ସୁଯୋଗ ମିଳିଛି ବୋଲି ଜଣେ ସେବକ ନିଜ ରାଏ ରେ କହିଛନ୍ତି । ସେହି ସେବକଙ୍କ ମତରେ ଗତ ବର୍ଷ ତାଙ୍କ ବଡ ଭାଇ ମହା ପ୍ରଭୁଙ୍କର ଛେରା ପହଁରା କରିବାର ସୁଯୋଗ ପାଇଥିଲେ । କିନ୍ତୁ ଏହି ବର୍ଷ ତାଙ୍କୁ ଏହି ସୁଯୋଗ ମିଳିବ ବୋଲି ସେ କେବେ ବି ଭାବି ନ ଥିଲେ ।

ପ୍ରଶାସନ ପକ୍ଷରୁ ଏହି ବର୍ଷ ପୁରୀରେ ଭକ୍ତ ମାନଙ୍କର ଆଗମନ ହେବ କି ନାହି କୌଣସି ସୂଚନା ମିଳି ନାହି । ଗତ ବର୍ଷମଧ୍ୟ କୋରୋନା ଭାଇରସ ଯୋଗୁ ପୁରୀରେ ଭକ୍ତ ମାନଙ୍କର ଆଗମନ ହୋଇ ପାରି ନ ଥିଲା । କେବଳ ସେବକ ମାନଙ୍କ ଉପସ୍ଥିତିରେ ମହା ପ୍ରଭୁଙ୍କର ନୀତି ନିୟମ ଅନୁଯାୟୀ ପୂଜା କରା ଯାଇଥିଲା । ଏହି ବର୍ଷ ମଧ୍ୟ ସେହି ପରି ହେବ ବୋଲି ଅନୁମାନ କରା ଯାଉଛି ।

ତେବେ ସେବକ ମାନେ ସ୍ନାନ ପୂର୍ଣ୍ଣିମାରେ ଛେରା ପହଁରା କରି ନିଜକୁ ପ୍ରଭୁ ଜଗନାଥଙ୍କ ପାଖରେ ସମର୍ପଣ କରି ଦେବେ ବୋଲି ସେହି ସେବକ ଜଣକ କହିଛନ୍ତି । ସେବକ ମାନେ ପୁରା ନିଷ୍ଠାର ସହ ମହା ପ୍ରଭୁଙ୍କର ନୀତି ପାଳନ କରିବା ପାଇଁ ଚେଷ୍ଟା କରୁଛନ୍ତି । ଏହି ସେବକ ଜଣକ ମହା ପ୍ରଭୁଙ୍କର ଛେରା ପହଁରା କରିବେ ବୋଲି ସୂଚନା ମିଳିଛି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।