କରୋନା ପଜିଟିବ ହେଲେ ମିଳିବ ଟଙ୍କା ! ଜଲ୍ଦି ଆସୁଛି ଏହି ସ୍କିମ

ବର୍ତ୍ତମାନ ସମୟରେ ସମସ୍ତେ କରୋନା ଠାରୁ ବଞ୍ଚିବା ପାଇଁ ବିଭିନ୍ନ ପ୍ରକାରର ଉପାୟ କରୁଛନ୍ତି ଓ ଏହା ସହିତ ସମସ୍ତ ପ୍ରକାରର ସୁରକ୍ଷା ନିୟମର ଅବଲମ୍ବନ ବି କରୁଛନ୍ତି । ଏମିତିରେ ଆପଣ ସମସ୍ତଙ୍କ ପାଇଁ ଏକ ନୂତନ ସ୍କିମ ବାହାରିଛି । ଏହି ସ୍କିମ ଅନୁସାରେ ଯଦି ଆପଣ କରୋନା ଭାଇରସରେ ପଜିଟିବ ହୋଇ ଯାଉଛନ୍ତି ତେବେ ବୀମା କମ୍ପାନୀ ଆପଣଙ୍କୁ ଟଙ୍କା ଦେବେ । କହିବାକୁ ଗଲେ ଜଲ୍ଦି ହିଁ ଏହିଭଳି ସ୍କିମ ବଜାରେ ଆସିପାରେ ।

ଇଂସୁରାନ୍ସ ରେଗୁଲେଟର IRDAI ସମସ୍ତ ବୀମା କମ୍ପାନୀମାନଙ୍କୁ କରୋନା ସହ ଜଡିତ ଫିକ୍ସଡ ବେନିଫିଟ କୋବିଡ ଇଂସୁରାନ୍ସ (COVID Insurance) ଲଞ୍ଚ କରିବାକୁ କହିଛନ୍ତି । ସମସ୍ତ କମ୍ପାନୀମାନଙ୍କୁ ୩୦ ଜୁନ ପର୍ଯ୍ୟନ୍ତ ଏହି ବୀମା ସ୍କିମକୁ ଆରମ୍ଭ କରିବାକୁ କୁହା ଯାଇଛି । ଏହି ସ୍କିମ ଅନୁସାରେ କୌଣସି ବି ବ୍ୟକ୍ତି ଯଦି କରୋନା ପଜିଟିବ ହେଉଛି ତେବେ ସେହି ବ୍ୟକ୍ତିକୁ ଏକ ନିଶ୍ଚିତ ଧନ ରାଶି ଇଂସୁରାନ୍ସ କମ୍ପାନୀ ଦ୍ଵାରା ଦିଆଯିବ ।

ଏହି ମାମଲା ସହ ଜଡିତ ସୂଚନା ଅନୁସାରେ କହିବା ଅଟେ କି IRDAI କରୋନା ସଂକ୍ରମଣ ପାଇଁ ସମସ୍ତ ବୀମା କମ୍ପାନୀମାନଙ୍କୁ ବୀମା ସ୍କିମ ବଜାରରେ ଆଣିବା ପାଇଁ ନିର୍ଦେଶ ଦେଇଛନ୍ତି । କିନ୍ତୁ ଏହି ବୀମା ପାଇଁ ପ୍ରିମିୟମ ଠିକ କରିବାର ନିଷ୍ପତି କମ୍ପାନୀ ଉପରେ ଛାଡି ଦିଆ ଯାଇଛି । ଏହି ମାମଲାରେ କହିବା ଅଟେ କି ଗ୍ରାହକମାନଙ୍କୁ ୫୦ ହଜାର ଠାରୁ ନେଇ ୫ ଲକ୍ଷ ପର୍ଯ୍ୟନ୍ତ ସମ-ଇଂଶ୍ୟୋର୍ଡର ପ୍ରୋଡକ୍ଟ ମିଳିପାରେ । କରୋନା ସଂକ୍ରମଣକୁ ଦେଖି ୧୫ ଦିନ ୱେଟିଂଗ ପୀରିୟଡ ନିୟମ ବି ଲାଗୁ କରା ଯାଇଛି ।

ଉଲ୍ଲେଖନୀୟ ଅଟେ କି କରୋନା ଭାଇରସ ମହାମାରୀ ମଧ୍ୟରେ ଇଂସୁରାନ୍ସ କମ୍ପାନୀମାନେ ବର୍ତ୍ତମାନ ସ୍ୱାସ୍ଥ୍ୟ ବୀମା ଉପରେ ପୂର୍ବରୁ ହିଁ ୨୦ ପ୍ରତିଶତ ପ୍ରିମିୟମ ରାଶି ବଢାଇ ଦେଇଛନ୍ତି । ଟର୍ମ ଇଂସୁରାନ୍ସ ମାମଲାରେ ବି କମ୍ପାନୀ ପ୍ରିମିୟମ ରାଶିରେ ବୁଦ୍ଧି କରିଛି । ଇଂସୁରାନ୍ସ କମ୍ପାନୀ ଏହା ମାନି ଚାଲେ କି ବର୍ଷକୁ ୧୦,୦୦୦ ବୀମା କରୁଥିବା ଲୋକମାନଙ୍କ ମଧ୍ୟରେ ୩ ଜଣ ଲୋକମାନଙ୍କ କୌଣସି କାରଣରୁ ମୃତ୍ୟୁ ହୋଇଥାଏ ।

କିନ୍ତୁ ଗତ କିଛି ମାସ ହେବ ଏହି ଅନୁମାନ ବଦଳି ଯାଇଛି । ଏମିତିରେ ମୃତ୍ୟୁ ସଂଖ୍ୟା ବଢିବା ଦ୍ଵାରା ବୀମା କମ୍ପାନୀମାନଙ୍କ ଉପରେ ବହୁତ ବୋଝ ବଢି ଯାଇଛି ।

ସୌଜନ୍ଯ- ଜି ନ୍ଯୁଜ, ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।