ଇଜରାୟଲର ଏହି ଘାତକ ହଥିୟାର LAC ଉପରେ ରଖିବ ଚୀନର ହରକତ ଉପରେ ନଜର

ଭାରତ ଲଦ୍ଦାଖରେ ଲାଇନ ଅଫ ଏକ୍ଚୁୟାଲ କଣ୍ଟ୍ରୋଲ (LAC) ଉପରେ ବର୍ତ୍ତମାନ ଇଜରାୟଲ ଦ୍ଵାରା ନିର୍ମିତ ଡ୍ରୋନ ସାହାର୍ଯ୍ୟରେ ନଜର ରଖିବା ଆରମ୍ଭ କରି ଦେଇଛି । ଇଜରାୟଲ ଦ୍ଵାରା ନିର୍ମିତ ଏହି ଡ୍ରୋନକୁ ଦୁନିଆର ସବୁଠୁ ଭଲ ହଥିୟାର ବୋଲି କୁହାଯାଏ । ଭାରତ ୨୦୧୫ରେ ଇଜରାୟଲ ସହ ଏହି ଡ୍ରୋନର ଡିଲ କରିଥିଲା । କିନ୍ତୁ ସେହି ସମୟରେ ଏହି ଡିଲ କେବଳ ଇଣ୍ଡିଆନ ଏୟାର ଫୋର୍ସ ପାଇଁ କରା ଯାଇ ଥିଲା ।

କିନ୍ତୁ ବର୍ଷ ୨୦୧୭ରେ ସେନା ପାଇଁ ବି ଏହି ଡ୍ରୋନ କ୍ରୟ କରିବା ପାଇଁ ଡିଲ କରାଯାଇ ଥିଲା । ଆପଣଙ୍କୁ କହିଦେଉଛୁ କି ଭାରତ ଓ ଚୀନ ମଧ୍ୟରେ ୫ ମେ ରୁ ପୂର୍ବୀ ଲଦ୍ଦାଖରେ ପୈଂଗୋଂଗ ତ୍ସୋ ହ୍ରଦ ନିକଟରେ ବିବାଦ ଜାରି ଅଛି ।

ଏହି ଡ୍ରୋନକୁ ଇଜରାୟଲର ଏରୋସ୍‍ପେସ ଇଂଡସ୍‍ଟ୍ରୀଜ (ଆଈଏଆଈ) ତିଆରି କରିଛି । ଏହି ଡ୍ରୋନରେ ହଥିୟାର ଫିଟ କରା ଯାଇ ପାରିବ । ଯାହା ସ୍ଥଳପଥର ଟାର୍ଗେଟକୁ ସହଜରେ ନଷ୍ଟ କରି ପାରିବ । ଯଦି ଏହାକୁ ଦିଲ୍ଲୀରୁ ଲଞ୍ଚ କରାଯାଏ ତେବେ କେବଳ ୩୦ ମିନିଟ ଭିତରେ ଏହି ଡ୍ରୋନ ବର୍ଡର ଉପରେ ଶତ୍ରୁର ଠିକଣା ଜାଣି ପାରିବ । ଏହାର ସେନ୍ସର ଏତେ ଭଲ ଅଟେ କି ୩୦,୦୦୦ ଫୁଟ ଉଚ୍ଚତାରୁ ଏହା ଶତ୍ରୁ ବିଷୟରେ ସହଜରେ ଜାଣି ପାରିବ ।

ଇଜରାୟଲ ଫେବ୍ରୁୟାରୀ ୨୦୧୫ରେ ବଂଗଲୁରୁର ଏରୋ – ଇଂଡିୟା ଶୋରେ ପ୍ରଥମ ଥର ହେରନ ଟୀପୀ ଡ୍ରୋନର ପ୍ରଦର୍ଶନ କରିଥିଲା । ୧୧ ସେପ୍ଟେମ୍ବର ୨୦୧୫ରେ ଭାରତ ରକ୍ଷା ମନ୍ତ୍ରାଳୟ ୪୦୦ ମିଲିୟନ ଡଲାରରେ ୧୦ ଟି ହେରନ ଟୀପୀ ଡ୍ରୋନ କ୍ରୟ କରିଥିଲେ । ବର୍ଷ ୨୦୧୬ରେ ଯେତେବେଳେ ଏହା ଭାରତ ଏମଟିସିଆରର ସଦସ୍ୟ ହେଲା ତ ଏହି ଡ୍ରୋନର କ୍ରୟ କରିବାର ରାସ୍ତା ବି ଖୋଲିଗଲା ।

ITBP ବାଟାଲିୟନ ବି ସେନା ସହିତ ଉପସ୍ଥିତ

ଭାରତ ଓ ଚୀନ ମଧ୍ୟରେ ପୂର୍ବୀ ଲଦ୍ଦାଖରେ ଚାର ବିନ୍ଦୁ ଉପରେ ବିବାଦ ଜାରି ଅଛି । ଭାରତ ଯେଉଁଠି ଡ୍ରୋନ ସାହାର୍ଯ୍ୟରେ ଏଲଏସି ଉପରେ ନଜର ରଖୁଛି ଅନ୍ୟ ପଟେ ଇଣ୍ଡୋ – ତିବ୍ବତ ବର୍ଡର ପୋଲିସ ଆଇଟିବିପି ବି ସେକ୍‍ଟରରେ କିଛି ଅନ୍ୟ ବାଟାଲିୟନକୁ ସାମିଲ କରି ଦେଇଛି । ଭାରତ ଓ ଚୀନ ମଧ୍ୟରେ ପାଖପାଖି ୩୫୦୦ କିଲୋମିଟର ଲାମ୍ବା ଏଲଏସି ଅଛି । ସରକାର ଓ ମିଲିଟ୍ରୀ ସୂତ୍ରରୁ ପୁଷ୍ଟି କରା ଯାଇଛି କି ଡ୍ରୋନ ସାହାର୍ଯ୍ୟରେ ନଜର ରକ୍ଷା ଯାଉଛି । ୨୦ ଜୁନକୁ ସେନାର ସାହାର୍ଯ୍ୟ ପାଇଁ ସେହି ଅଞ୍ଚଳରେ ଆଇଟିବିପି ବାଟାଲିୟନକୁ ସାମିଲ କରିବା ପାଇଁ ନିଷ୍ପତି ନିଆ ଯାଇ ଥିଲା ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।