ଇଶ୍ଵରଙ୍କ ସାମ୍ନାରେ କାନ୍ଦିଲେ କଣ ହୁଏ ? ଏହାର ଶାସ୍ତ୍ରଗତ କାରଣ କଣ? ଜାଣନ୍ତୁ ଶ୍ରୀ କୃଷ୍ଣଙ୍କ ବାଣୀ

ନମସ୍କାର ବନ୍ଧୁଗଣ ।ଅନେକ ସମୟରେ ଆମମାନେ ଇଶ୍ଵରଙ୍କ ସମ୍ମୁଖରେ ବସିଥିବା ବେଳେ ଆଖିରୁ ଲୁହ ଗଡି ଆସେ ଏହା ନିଜ ଦୁଃଖକୁ ବ୍ୟକ୍ତ କରିବାର ଏକ ମାଧ୍ୟମ ଅଟେ  । ତେବେ ଏହା କଣ ସାଧାରଣ ଭାବରେ ହୁଏ ନା ଏହା ପଛରେ କଣ କାରଣ ରହିଛି । ଆଜି ଆମେ ଆପଣମାନଙ୍କୁ କହିବୁ ଯେ ଇଶ୍ଵରଙ୍କ ପାଖରେ କାନ୍ଦିଲେ କଣ ହୁଏ ? ଏହାର ଶାସ୍ତ୍ରଗତ ପ୍ରମାଣ  ଏବଂ ଶ୍ରୀ କୃଷ୍ଣଙ୍କ ବାଣୀ ।

ଇଶ୍ଵରଙ୍କ ପାଖରେ ସେହି ବ୍ୟକ୍ତି କାନ୍ଦିଥାନ୍ତି ଯିଏ ଇଶ୍ଵରଙ୍କ ଉପରେ ସଂପୂର୍ଣ୍ଣ ବିଶ୍ଵାସ କରିଥାନ୍ତି । ବହୁଜଣ ବ୍ୟକ୍ତି ଭଲ ଓ ମନ୍ଦ ବା ଖୁସି ଓ ଦୁଃଖ ଉଭୟ ସମୟରେ ଇଶ୍ଵରଙ୍କ ନିକଟକୁ ଆସି ତାହା ଜଣାଇଥାନ୍ତି । ଯେଉଁ ବ୍ୟକ୍ତି ଦୁଃଖରେ ଥାଏ ସେ ମଧ୍ୟ ଇଶ୍ଵରଙ୍କ ନିକଟକୁ ଆସି ଲୁହ ଝରାଇଥାଏ । କାରଣ ବ୍ୟକ୍ତି ବୁଝିପାରେ କି ଇଶ୍ଵର ଦର୍ଶନ ପାଇବା ପରେ ଆଖିରୁ ଆପେ ଆପେ ଲୁହ  ଆସିଯାଏ । ଇଶ୍ଵରଙ୍କ ଆଗରେ କାନ୍ଦିଲା ପରେ ତା  ବୋଝ କମ୍ ହେଇଯାଇଥାଏ ।

ବ୍ୟକ୍ତି ଯେବେ  ଇଶ୍ଵରଙ୍କ ସାମ୍ନାରେ କାନ୍ଦନ୍ତି ତାଙ୍କ ଭାଗ୍ୟ ବଦଳିଯାଏ ଏବଂ ଇଶ୍ଵରଙ୍କ ଆର୍ଶୀବାଦ ତାଙ୍କ ଉପରେ ସବୁଦିନ ପାଇଁ ଆସିଥାଏ । ଏପରି ବ୍ୟକ୍ତି ଭଲ ଓ ମନ୍ଦ ସମୟରେ ଇଶ୍ଵରଙ୍କ ଉପରେ ଭରସା ରଖିଥାନ୍ତି । ବ୍ୟକ୍ତି ତା  ପ୍ରତ୍ୟେକ ଦୁଃଖ ସମୟରେ ଇଶ୍ଵରଙ୍କୁ ସ୍ମରଣ କରିଥାନ୍ତି । ଏଭଳି ସ୍ଵଭାବବିଶିଷ୍ଟ ବ୍ୟକ୍ତି ଖୁସି ସମୟ ଭଗବାନକୁ ଭୁଲି ଯାଇ ନ ଥାନ୍ତି ।

ଯଦି ଆପଣ ଜୀବନରେ ଦୁଃଖ କୁ ଦୂର କରିବାକୁ ଚାହାଁନ୍ତି ତେବେ ଭଗବତ ଗୀତାକୁ ପଢିବା ଆରମ୍ଭ  କରନ୍ତୁ ଦେଖିବେ ଦୁଃଖକଷ୍ଟ ଆପେ ଦୂର ହୋଇଯାଏ   ।  ବ୍ୟକ୍ତି ସଂସାର ଥିବା ସମସ୍ତ ସୁଖକୁ ପ୍ରାପ୍ତ କରିବା ପାଇଁ ଇଶ୍ଵରଙ୍କ ଆରାଧନା କରିବା ଆରମ୍ଭ କରି ଦିଅନ୍ତି କିନ୍ତୁ ବ୍ୟକ୍ତି ଚିନ୍ତା କରିବା କଥା ଇଶ୍ଵରଙ୍କ କର୍ତ୍ତବ୍ୟ ହେଉଛି ଭକ୍ତମାନଙ୍କର ପେଟକୁ ଭରିବା ନ କି ସବୁ ଇଚ୍ଛାକୁ ପୂରଣ କରିବା । ଯଦି ଆପଣ ଆପଣଙ୍କର ସବୁ ଇଚ୍ଛା କୁ ପୂରଣ କରିବାକୁ ଚାହାଁନ୍ତି ତା ହେଲେ ଆପଣଙ୍କୁ ସେହି ଅନୁଯାୟୀ କର୍ମ କରିବାକୁ ପଡିଥାଏ  ।

ମଣିଷ ଦୁଃଖ ବେଳେ ଇଶ୍ଵରଙ୍କ ନିକଟତର ହୋଇଥାଏ । ମାତ୍ର ଯିଏ ସିଧା ଓ ସଚ୍ଚୋଟ ଜୀବନ ବିତାଇଥାନ୍ତି  ସେମାନେ ମାଗିବା ଆଗରୁ ଇଶ୍ଵର ତାଙ୍କର ସବୁ ଇଚ୍ଛା ପୂର୍ଣ୍ଣ କରିଥାନ୍ତି ।  ଏହି ବ୍ୟକ୍ତିଙ୍କ ମନରେ ଅନ୍ୟର ଖରାପ ଚିନ୍ତା କରିବା ମନ ଆସିନଥାଏ । କୁମାର୍ଗ ରେ ଟଙ୍କା ରୋଜଗାର ଆଦି ଠାରୁ ଏମାନେ ସର୍ବଦା ନିଜକୁ ଦୂରରେ ରଖନ୍ତି । ଏହି ସ୍ଵଭାବ ବିଶିଷ୍ଟ ବ୍ୟକ୍ତି ଦୁଃଖ ଆସିଲେ ଭଗବାନଙ୍କ ନିକଟରେ ନିଜ ଦୁଃଖକୁ ଅଟକାଇ ପାରନ୍ତି ନାହିଁ  ।

ତେଣୁ ଲୁହ ମାଧ୍ୟମରେ ତାହାକୁ ଜଣାଇଥାନ୍ତି । ଏଣୁ ଭଗବାନଙ୍କ ପାଖରେ କାନ୍ଦିବା ନିଜ ଦୁଃଖକୁ ଜଣାଇବ ଏକ କଥା ଅଟେ । ଏଭଳି ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ,ଶେୟାର ଓ କାମେଣ୍ଟ କରନ୍ତୁ ।