ଖର୍ଚ୍ଚ କରିବାରେ ମା’ Nita Ambani ଙ୍କୁ ବି ପଛରେ ପକାଇ ଦିଅନ୍ତି ଝିଅ Isha Ambani, ତାଙ୍କ ଖର୍ଚ୍ଚ ବିଷୟରେ ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ

ଭାରତର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପରିବାର ସବୁବେଳେ ନିଜ ଆଡମ୍ବର ଜୀବନଶୈଳୀ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ମୁକେଶ ଅମ୍ବାନୀଙ୍କ ପତ୍ନୀ ନିତା ଅମ୍ବାନୀଙ୍କ ପାଣି ବୋତଲ ଠାରୁ ଆରମ୍ଭ କରି ଦୈନିକ ଖର୍ଚ୍ଚ ପର୍ଯ୍ୟନ୍ତ ତ ସମସ୍ତେ ଜାଣିଛନ୍ତି । କିନ୍ତୁ ତାଙ୍କ ଝିଅ ଇଶା ଅମ୍ବାନୀ ଖର୍ଚ୍ଚ କରିବା ମାମଲାରେ ମା’ଙ୍କ ଠାରୁ ବି ଆଗରେ ଅଛନ୍ତି । ଆଜି ଆମେ ଆପଣଙ୍କୁ ଅମ୍ବାନୀ ପରିବାରର ଏକମାତ୍ର ଝିଅ ଇଶା ଅମ୍ବାନୀଙ୍କ ଲାଇଫ ଷ୍ଟାଇଲ ବିଷୟରେ କହିବୁ ।

ଇଶା ଅମ୍ବାନୀ ବହୁତ କମ୍ ବୟସରୁ ହିଁ ତାଙ୍କ ବାପାଙ୍କ କମ୍ପାନୀର ଶେୟାର ହୋଲ୍ଡର ହୋଇ ଯାଇଥିଲେ । ସେଥିପାଇଁ ସେ ଏତେ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରନ୍ତି । ଇଶା ଅମ୍ବାନୀଙ୍କ ବାହାଘର ଭାରତର ସବୁଠୁ ମହଙ୍ଗା ବାହାଘର ମଧ୍ୟରୁ ଅନ୍ଯତମ । ତାଙ୍କ ବାହାଘର ନିମନ୍ତ୍ରଣ କାର୍ଡ କେବଳ ୧୦ ଲକ୍ଷ ଟଙ୍କାର ଥିଲା ଓ ପ୍ରତ୍ଯେକ ଅତିଥିଙ୍କୁ ଗୋଟିଏ ଲେଖାଏଁ ସୁନାର ଚେନ୍ ମଧ୍ୟ ଦିଆ ଯାଇଥିଲା ।

ଇଶାଙ୍କ ବାହାଘର ପୂର୍ବରୁ ଉଦୟପୁରରେ ଏକ ଫଙ୍କସନ ଆୟୋଜନ ହୋଇଥିଲା ଯେଉଁଥିରେ ଅତିଥି ମାନଙ୍କୁ ମୁମ୍ବାଇରୁ ଉଦୟପୁର ନେବା ପାଇଁ ୩୨ଟି ଉଡାଜାହାଜ ବୁକ୍ କରିଥିଲେ ଅମ୍ବାନୀ । ଇଶାଙ୍କ ବାହାଘର ପରେ ତାଙ୍କ ପାଇଁ ଏକ ଘର ମଧ୍ୟ ନିର୍ମାଣ କରାଯାଇଛି ଯାହା “ଗୁଲିଟା” ନାମରେ ପ୍ରସିଦ୍ଧ ।

୨୦୧୨ ମସିହାରେ ସେହି ଘରର ଦାମ୍ ସାଢେ ୪୦୦ କୋଟି ଟଙ୍କା ଥିଲା, ଆଉ ଆଜି ସେହି ଘରର ଦାମ୍ କେତେ ହୋଇଥିବ ଆପଣ ନିଜେ ଅନୁମାନ କରିପାରୁ ଥିବେ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଇଶା ଅମ୍ବାନୀଙ୍କ ବାହାଘର ଡ୍ରେସ ହିଁ କେବଳ ୯୦କୋଟି ଟଙ୍କାର ଥିଲା । ସେଥିରେ ସୁନାର ପରତ ସହ ହୀରା ମଧ୍ୟ ଲଗା ଯାଇଥିଲା । ଇଶା ଅମ୍ବାନୀ ଦୁନିଆର ସବୁଠୁ ମହଙ୍ଗା ଆଇଫୋନ ଫାଲକୋନ ସୁପରନୋଭା ଆଇଫୋନ-୬ ବ୍ୟବହାର କରନ୍ତି, ଯେଉଥିରେ ଏକ ପିଂକ ଡାଇମଣ୍ଡ ମଧ୍ୟ ଲାଗିଛି ।

ଏହି ଫୋନ୍ର ମୂଲ୍ୟ ସାଢେ ୩୦୦ କୋଟି ଟଙ୍କା ଅଟେ । କେବଳ ସେଲିବ୍ରିଟି ମାନଙ୍କ ପାଇଁ ତିଆରି ହୋଇଥିବା ଏହି ଫୋନ ୨୪କ୍ୟାରେଟ ଗୋଲ୍ଡରେ ନିର୍ମିତ । ଏହିପରି ଫୋନ ଦୁନିଆରେ କେବଳ ତିନିରୁ ଚାରିଜଣ ଲୋକଙ୍କ ପାଖେ ଅଛି । ଏହା ବ୍ଯତୀତ ଇଶାଙ୍କ ବେଡରୁମ୍ ଠାରୁ ନେଇ ବାଥରୁମ୍ ପର୍ଯ୍ୟନ୍ତ ସବୁ ଛୋଟ ଛୋଟ ଜିନିଷର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା ଅଟେ ।

ତାଙ୍କ ବାଥରୁମର ସବବୁ ଜିନିଷ ଅଟୋମେଟିକ ଭାବେ କାମ କରେ ବୋଲି କୁହାଯାଉଛି । ଇଶା ସପିଙ୍ଗ ଓ ମେକଅପରେ ମଧ୍ୟ କୋଟି କୋଟି ଟଙ୍କା ଖର୍ଚ୍ଚ କରନ୍ତି । ତାଙ୍କ ପାଖେ ଥିବା ଗୋଟିଏ ଲେଖାଏଁ ହ୍ୟାଣ୍ଡବ୍ୟାଗର ମୂଲ୍ୟ କୋଟି କୋଟି ଟଙ୍କା । ସେହିପରି ଇଶାଙ୍କ ପାଖେ ଅନେକ ମହଙ୍ଗା କାର ସବୁ ମଧ୍ୟ ଅଛି ।

ଇଶା କେବଳ ନିଜ ବାପାଙ୍କ ଟଙ୍କାରେ ଐଶ କରନ୍ତି ନାହିଁ ବରଂ ସମୟ ସମୟରେ ଗରିବ ଲୋକଙ୍କୁ ମଧ୍ୟ ସାହାଯ୍ୟ କରନ୍ତି ତଥା ଚାରିଟି କାର୍ଯ୍ୟ କରନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।