ଆଇପିଏଲରେ ଖେଳାଳିମାନଙ୍କ ଉପରେ ବର୍ଷିଲା କୋଟି କୋଟି ଟଙ୍କା, ଜାଣନ୍ତୁ ଧୋନୀ – କୋହଲିଙ୍କୁ ମିଳିଥାଏ କେତେ କେତେ ଟଙ୍କା?

ଆଇପିଏଲ ୨୦୨୦ର ନିଲାମିରେ ଅସ୍ଟ୍ରେଲିୟାର ଷ୍ଟାର ବୋଲର ପୈଟ କମିଂସଙ୍କ ଉପରେ ଟଙ୍କାର ବର୍ଷା ହେଲା । କୋଲକାତା ନାଇଟ ରାଇଡର୍ସ ପୈଟ କମିଂସଙ୍କୁ ୧୫.୫୦ କୋଟି ଟଙ୍କା ଦେଇ କିଣିଛି । ନିଲାମି ସମୟରେ ପୈଟ କମିଂସ ଆଇପିଏଲ ଇତିହାସର ଦ୍ଵିତୀୟ ସବୁଠୁ ମହଙ୍ଗା ଖେଳାଳି ହୋଇଗଲେ । ଏହା ପୂର୍ବରୁ ୟୁବରାଜ ସିଂହଙ୍କୁ ବର୍ଷ ୨୦୧୫ରେ ଦିଲ୍ଲୀ ୧୬ କୋଟି ଦେଇ କିଣିଥିଲା । କିନ୍ତୁ କଣ ଆପଣ ଜାଣିଛନ୍ତି କି ବିନା ନିଲାମିରେ ବି କିଛି ଷ୍ଟାର ଖେଳାଳିଙ୍କୁ ଏହା ଠାରୁ ଅଧିକ ସ୍ୟାଲେରୀ ମିଳିଥାଏ ।

ମହେନ୍ଦ୍ର ସିଂହ ଧୋନୀ :

ମହେନ୍ଦ୍ର ସିଂହ ଧୋନୀଙ୍କୁ ଚେନ୍ନଈ ସୁପର କିଂଗ୍ସ ଫ୍ରେଂଚାଇଜୀ ଏକ ସୀଜନ ପାଇଁ ୧୫ କୋଟି ଟଙ୍କା ଦେଇଥାଏ । ଏହା ଛଡା ସେ କ୍ୟାପଟେନ ହୋଇ ଚେନ୍ନଈ ସୁପର କିଂଗ୍ସକୁ ତିନୋଟି ଆଇପିଏଲ ସିଜିନ ଜିତାଇଛନ୍ତି ।

ବିରାଟ କୋହଲି :

ଆଇପିଏଲ ଇତିହାସର ସବୁଠୁ ମହଙ୍ଗା ଖେଳାଳିର କଥାବାର୍ତ୍ତା କରିବା ତ ସେ ହେଉଛନ୍ତି ବିରାଟ କୋହଲି, ଯାହାଙ୍କୁ ରୟଲ ଚୈଲେଂଜର୍ସ ବେଂଗଲୁରୁ ୧୭ କୋଟି ଟଙ୍କା ଦେଇ ନିଜ ସହିତ ରିଟନ କରିଥିଲା । କିନ୍ତୁ କୋହଲି ନିଲାମିର ଅଂସ ରହି ନାହାନ୍ତି । ସେ ଆରମ୍ଭରୁ ହିଁ ରୟଲ ଚୈଲେଂଜର୍ସ ବେଂଗଲୁରୁ ପାଇଁ ଖେଳୁଛନ୍ତି ।

ରୋହିତ ଶର୍ମା :

ରୋହିତ ଶର୍ମାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଫ୍ରେଂଚାଇଜୀ ଗୋଟିଏ ସିଜିନ ପାଇଁ ୧୫ କୋଟି ଟଙ୍କା ଦେଇଥାଏ । କହିବାକୁ ଗଲେ କ୍ୟାପଟେନ ହିସାବରେ ସେ ମୁମ୍ବାଇ ଇଣ୍ଡିଆନ୍ସକୁ ୪ ଥର ଆଇପିଏଲର ଟାଇଟେଲ ଜିତାଇଛନ୍ତି ।

ଡେବିଡ ୱର୍ନର :

ବିସ୍ଫୋଟକ ବ୍ୟାଟସମ୍ୟାନ ଡେବିଡ ୱର୍ନରଙ୍କୁ ସନରାଇଜର୍ସ ହୈଦରାବାଦ ଏକ ସୀଜନ ପାଇଁ ୧୨.୫୦ କୋଟି ଟଙ୍କା ଦେଇଥାଏ । ୨୦୧୫, ୨୦୧୭, ୨୦୧୯ରେ ଡେବିଡ ୱର୍ନର ଆଇପିଏଲରେ ସବୁଠୁ ଅଧିକ ରନ କରିଥିବା ବ୍ୟାଟସମ୍ୟାନ ବି ରହିଛନ୍ତି ।

ସ୍ଟୀୱ ସ୍ମିଥ :

ସ୍ଟୀୱ ସ୍ମିଥଙ୍କୁ ରାଜସ୍ଥାନ ରୟଲ୍ସ ଗୋଟିଏ ସିଜିନରେ ୧୨.୫୦ କୋଟି ଟଙ୍କା ଦେଇଥାଏ । ସ୍ଟୀବ ସ୍ମିଥ ରାଜସ୍ଥାନ ରୟଲ୍ସ ର କ୍ୟାପଟେନ ବି ଅଟନ୍ତି ।

ହାର୍ଦିକ ପାଣ୍ଡ୍ୟା :

ହାର୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଫ୍ରେଂଚାଇଜୀ ର ଗୋଟିଏ ସିଜିନ ପାଇଁ ୧୧ କୋଟି ଟଙ୍କା ଦେଇଥାଏ । ହାର୍ଦିକ ପାଣ୍ଡ୍ୟା ୨୦୧୫ରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସ ସହିତ ଅଛନ୍ତି । ହାର୍ଦିକଙ୍କର ଭାଇ କୁଣାଳ ପାଣ୍ଡ୍ୟା ବି ମୁମ୍ବାଇ ପାଇଁ ଖେଳନ୍ତି, ତାଙ୍କୁ ସବୁ ବର୍ଷ ୮.୮୦ କୋଟି ଟଙ୍କା ମିଳିଥାଏ ।