ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲ କୁ ଏବେ ମିଳିଛି ନୂଆ ଏକ ସ୍ପନ୍ସର । ବଦଳିଲା ଆଇପିଏଲ ର ଟାଇଟଲ ସ୍ପନ୍ସର । ଏବେ ଚାଇନିଜ ମୋବାଇଲ କମ୍ପାନୀ ଭିଭୋର ସ୍ଥାନ ନେବ ଦେଶର ଅଗ୍ରଣୀ କମ୍ପାନୀ ଟାଟା । ଭିଭୋ ବଦଳରେ ଟାଟାକୁ ବାଛିଲା ବିସିସିଆଇ । ଅର୍ଥାତ ଏଥର ଆଇପିଏଲରୁ ଭିଭୋକୁ ହଟାଇ ଦେଇଛି ଭାରତ, ଯାହାଫଳରେ ଭିଭୋ ଆଉ ଆଇପିଏଲ ର ଟାଇଟଲ ସ୍ପନ୍ସର ରହିବ ନାହିଁ । ଆସନ୍ତା ଆଇପିଏଲ ସଂସ୍କରଣରେ ଭିଭୋ ବଦଳରେ ଟାଟା କମ୍ପାନୀ ନେବ ଆଇପିଏଲର ଟାଇଟଲ ସ୍ପନ୍ସର ।
ଚାଇନିଜ କମ୍ପାନୀ ଭିଭୋ ୨୦୧୮ ରୁ ୨୦୨୨ ପର୍ଯ୍ୟନ୍ତ ଆଇପିଏଲ ର ଟାଇଟଲ ସ୍ପନ୍ସରଶିପ ପାଇଁ ବିସିସିଆଇ ସହିତ ୨ ହଜାର ୨ ଶହ କୋଟି ଟଙ୍କାର ଡିଲ୍ କରିଥିଲା । କିନ୍ତୁ ୨୦୨୨ରେ ଗଲୱାନ ଘାଟିରେ ଭରତ ଏବଂ ଚୀନ ସେନା ମଧ୍ୟରେ ସଂଘର୍ଷ ପରେ ଏହା ବିବାଦର ରୂପ ନେଲା । ଭାରତ, ଚାଇନା ଛକାପଞ୍ଝା ପାଇଁ ପୂର୍ବରୁ ବର୍ଷେ ବାଦ ପଡିଥିଲା ଭିଭୋ । ୨୦୨୦ରେ ଆଇପିଏଲର ସ୍ପନ୍ସରଶିପ ଡ୍ରିମ୧୧ କୁ ଦିଆ ଯାଇଥିଲା ।
ବର୍ତ୍ତମାନ ଏହି ସ୍ପନ୍ସରଶିପକୁ ଟାଟା କମ୍ପାନୀକୁ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ବୈଠକରେ ଏହି ନିଷ୍ପତ୍ତି ନେଇଛି ବିସିସିଆଇ । କିନ୍ତୁ ଟାଟା କମ୍ପାନୀ ସହ କେତେ ଟଙ୍କାର ଡିଲ୍ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଭାରତର ସବୁଠାରୁ ବଡ ଏବଂ ଭରସାଯୋଗ୍ୟ କମ୍ପାନୀ ଟାଟା ସ୍ପନ୍ସରଶିପ ପାଇଁ ଆଗ୍ରହୀ ଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହା ।
୨୦୨୨ରେ ହେବାକୁ ଥିବା ଆଇପିଏଲ ଆଉ ଭିଭୋ ଆଇପିଏଲ ନୁହେଁ ବରଂ ‘ଟାଟା ଆଇପିଏଲ ୨୦୨୨’ ନାମରେ ଜଣାଯିବ । ଗତ ବର୍ଷ ଭରତ ଓ ଚୀନ ମଧ୍ୟରେ ସୀମାକୁ ନେଇ ବିବାଦ ଉପୁଜିଥିଲା । ଆଉ ସେବେଠୁ ଭିଭୋ ଠାରୁ ଟାଇଟଲ ରାଇଟ୍ସ ହଟି ପାରି ନଥିଲା । ଆଇପିଏଲର ଚେୟାରମ୍ୟାନ ବିଜେଶ ପଟେଲ ନ୍ଯୁଜ ଏଜେନ୍ସିଙ୍କୁ ଏହାର ସୂଚନା ଦେଇଛନ୍ତି । ଯାହାକୁ ଆଇପିଏଲ ର ଗଭର୍ଣ୍ଣିଂ କାଉନସିଲ ବୈଠକରେ ଏହା ନିଷ୍ପତ୍ତି ହୋଇଛି ଯେ ଏବେ ଠାରୁ ଭିଭୋ ବଦଳରେ ଟାଟା ଗ୍ରୁପକୁ ଏହି ଟାଇଟଲ ସ୍ପନ୍ସର ଦିଆଯିବ ।
ଭିଭୋ କମ୍ପାନୀ ଆଇପିଏଲର ଟାଇଟଲ ସ୍ପନ୍ସରଶିପ ପାଇଁ ପ୍ରତ୍ଯେକ ବର୍ଷ ବିସିସିଆଇକୁ ୪୪୦ କୋଟି ଟଙ୍କା ଦେଉଥିଲା । କିନ୍ତୁ ଭାରତ ଓ ଚୀନ ମଧ୍ୟରେ ବିବାଦ ଯୋଗୁଁ ଚାଇନିଜ କମ୍ପାନୀ ଭିଭୋକୁ ହଟାଯାଉ ବୋଲି ବିଭିନ୍ନ ମହଲରେ ଦାବି ହେବା ପରେଚଳିତ ବର୍ଷ ଏହାକୁ ହଟାଇ ଦିଆଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।