କେବେ ଉଧାରରେ କିଟ ମାଗିକି ସଡକରେ ଖେଳୁଥିଲେ ଏହି ସବୁ ଖେଳାଳି, ଏବେ ଖେଳିବାକୁ ଯାଉଛନ୍ତି IPL କ୍ରିକେଟ – ଆସନ୍ତୁ ଜାଣିବା କିଏ ସେମାନେ ??

ଆଜିର ଏହି ଆର୍ଟିକ୍ଲ ମାଧ୍ୟମରେ ଆମେ ଆପଣଙ୍କୁ କ୍ରିକେଟ ର କିଛି ଖେଳାଳି ମାନଙ୍କ ଜୀବନୀ ବିଷୟରେ କହିବାକୁ ଯାଉଛୁ, ଯେଉଁ ମାନଙ୍କ ବିଷୟରେ ବୋଧେ ଆପଣ ଯାନୀ ନଥିବେ। ତେବେ ଚଲାନ୍ତୁ ଜାଣିବା କୋଟି କୋଟି ଟଙ୍କା ନେଇ ଖେଳୁଥିବା ଏହି ନୂଆ ଖେଳାଳି ମାନଙ୍କୁ।

ଖଲୀଲ ଅହମଦ

ଜୟପୁର ର ଖଲୀଲ ଅହମଦ ଅନ୍ଡର -୧୯ ୱୋର୍ଲ୍ଡ କପ ଖେଳୁଛନ୍ତି । ଖଲୀଲ ଙ୍କର ପିତା ଏକ କମ୍ପାଉଣ୍ଡର ଅଟନ୍ତି ଏବଂ ସେ ଖଲୀଲ କୁ ଏକ ଭଲ ଡାକ୍ତର କରିବା ପାଇଁ ଚାହୁଁଥିଲେ । ଖଲୀଲର ପିତା ତାଙ୍କୁ କ୍ରିକେଟ ଖେଳୁଥିବାରୁ ମାରୁ ଥିଲେ । କିନ୍ତୁ ସେ ଖେଳିବା କେବେ ଛାଡି ନଥିଲେ । ଏବଂ ତାଙ୍କର ପରିଶ୍ରମ ସଫଳ ହୋଇଛି, ସେ ଆଇପିଏଲ ରେ ସନରାଇଜର୍ସ ହୈଇଦରାବାଦ ଦ୍ଵାରା ୩ କୋଟି ଟଙ୍କା ରେ କିଣା ଯାଇଛନ୍ତି ।

ଧୁରଂଧର ମୁଜୀବ

ମୁଜୀବ ଆଫଗାନିସ୍ତାନ କୁ ଏସିଆ କପ ରେ ଜିତେଇ ଥିଲେ । ତାଙ୍କ ବୟସ ମାତ୍ର ୧୬ ବର୍ଷ ହବ । କିନ୍ତୁ କିଂଗ୍ସ ଇଲେୱନ ପଂଜାବ ତାଙ୍କୁ ୪ କୋଟି ରେ କିଣି ଛନ୍ତି । ଏକ ରିପୋର୍ଟ ଅନୁସାରେ ମୁଜୀବ ଙ୍କର ରୋଜଗାର ତାଙ୍କ ସିନିୟର ଖେଳାଳିଙ୍କ ଠାରୁ ବେସୀ ଅଛି ।

ରାହୁଲ ଚାହର

ବିସିସିଆଇ ଟିମ ରାହୁଲଙ୍କ ଦାଦା ପୁଅ ଭାଇ ଦୀପକ ଙ୍କୁ ନ୍ଯୂଜୀଲୈଂଡ ବିରୁଦ୍ଧରେ ପ୍ରୈକ୍ଟିସ ମ୍ୟାଚ ରେ ଖେଳିବା ପାଇଁ ସୁଯୋଗ ଦେଇଥିଲେ । ଏହା ପରେ ରାହୁଲ ବହୁତ ଚର୍ଚ୍ଚାରେ ରହିଥିଲେ। ସେ ତାଙ୍କ କ୍ଯାରିୟର ରେ ମୁସ୍ତାଫ ଅଲି ଟ୍ରଫିରେ ସେ ୬ ୱିକେଟ ନିଜ ନାଁ ରେ କରିଥିଲେ । ଆଇପିଏଲ ରେ ମୁଂବଈ ଇଣ୍ଡିଆନ୍ସ ତାଙ୍କୁ ୧ କୋଟି ୯୦ ଲକ୍ଷ ଟଙ୍କାରେ କିଣିଛି।

କୃଷ୍ଣାପ୍ପା

କୃଷ୍ଣାପ୍ପା ବେଙ୍ଗାଲୁର ର ଅଲରାଉଂଡର ଖେଳାଳି ନାମରେ ଜଣାଶୁଣା । ଗତ ବର୍ଷ ତାଙ୍କୁ ମୁଂବଈ ଇଣ୍ଡିଆନ୍ସ ଟିମ ୨ କୋଟି ରେ କିଣି ଥିଲେ । କିନ୍ତୁ ମ୍ୟାଚ ରେ ଖେଳିବା ପାଇଁ ଚାନ୍ସ ମିଳି ନଥିବାରୁ ଏହି ବର୍ଷ ରାଜସ୍ଥାନ ରୟଲ୍ସ ତାଙ୍କୁ ୬ କୋଟି ୨୦ ଲକ୍ଷ ଟଙ୍କାରେ କିଣା ନେଇଛନ୍ତି ।

ୱାଶିଂଗଟନ ସୁନ୍ଦର

କ୍ରିକେଟ ର ଭଲ ଖେଳାଳି ୱାଶିଂଗଟନ ସୁନ୍ଦର କେବେଳ ଗୋଟିଏ କାନ ରୁ ଶୁଣି ପାରନ୍ତି । ଯଦିଓ ଅନ୍ଡର -୧୯ ୱୋର୍ଲ୍ଡ କପ ରେ ତାଙ୍କର ପ୍ରଦର୍ଶନ କିଛି ଭଲ ନଥିଲା । କିନ୍ତୁ ତାଙ୍କୁ ରୟଲ ଚୈଲେଂଜର ବେଂଗଲୁରୁ ୩ କୋଟି ୨୦ ଲକ୍ଷ ଟଙ୍କାରେ କିଣା ନେଇଛନ୍ତି ।

ଶିୱମ ମାୱୀ

ଶିୱମ ବର୍ତ୍ତମାନ ନୋଏଡା ର ସେକ୍ଟର ୭୧ ରେ ରହୁଛନ୍ତି । ନିଜର କ୍ଯାରିୟର ସମୟରେ ଶିୱମ ପାଖରେ କ୍ରିକେଟ କୀଟ କିଣିବା ପାଇଁ ମଧ୍ୟ ଟଙ୍କା ନଥିଲା । ଯାହା ଦ୍ଵାରା ସେ ସବୁବେଳ ନିଜ ସାଙ୍ଗ ମାନଙ୍କ ଠାରୁ ଟଙ୍କା ଉଧାର ନେଇ ନିଜ ଖେଳ ସାମଗ୍ରୀ କିଣୁ ଥିଲେ । ଏଥର ତାଙ୍କୁ କଲିକତା ଟିମ ରେ ୩ କୋଟି ଟଙ୍କାରେ କିଣା ଯାଇଛି ।

ଇଶାନ କିଶନ

ପାଟନା ରେ ରହୁଥିବା ଇଶାନ କିଶନ ମହେଂଦ୍ର ସିଂହ ଧୋନୀଙ୍କ ଭଳି ଭଲ ବ୍ୟାଟ୍ସମ୍ୟାନ ଏବଂ ୱିକେଟକିପର ଅଟନ୍ତି । ଏଥର ମୁଂବଈ ଇଣ୍ଡିଆନ୍ସ ତାଙ୍କୁ ୬ କୋଟି ୨୦ ଲକ୍ଷ ଟଙ୍କାରେ କିଣିଛନ୍ତି ।