ଆଜି ହେବ 2023 ଆଇପିଏଲ ପାଇଁ ଖେଳାଳିଙ୍କର ମିନି ଅକ୍ସନ । 405 ଖେଳାଳିଙ୍କ ମଧ୍ୟରୁ ମାତ୍ର 87 ଜଣଙ୍କୁ କିଣିବେ 10ଟି ଦଳ । କେଉଁ ଖେଳାଳି କେଉଁ ଦଳକୁ ଯିବେ ବା କେଉଁ ଟିମ୍ କାହାକୁ କିଣିବ ତାହା ଆଜି ଜଣାପଡିବ । କୋଚିରେ ହେବାକୁ ଥିବା ଏହି ଖେଳାଳି ନିଲାମରେ 405 ଜଣ ବିଦେଶୀୟ ଓ ଭାରତୀୟ ଖେଳାଳିଙ୍କ ମିଳିତ ଭାବେ ହେବ ଭାଗ୍ୟ ପରୀକ୍ଷା । ବର୍ତ୍ତମାନ 10ଟି ଟିମ୍ ରେ ମାତ୍ର 87ଜଣ ଖେଳାଳିଙ୍କ ପାଇଁ ସ୍ଲଟ ଖାଲି ରହିଛି । ହେଲେ ଏହି ନିଲାମରେ ସାମିଲ ରହିବେ ପ୍ରାୟ 405 ଜଣ ଖେଳାଳି ।
ବେନ ଷ୍ଟୋକ୍ସ, ସାମ୍ କରନ୍, କାମରନ ଗ୍ରୀନ, କେନ ୱିଲିୟାମସନ, ଜୋ ରୁଟ୍ ଙ୍କ ଭଳି ହାଇ ପ୍ରୋଫାଇଲ ବିଦେଶୀ ଖେଳାଳିଙ୍କ ନାଁ ଏଥର ନିଲାମିରେ ସାମିଲ ରହିଛି । ସେହିପରି ଭାରତୀୟ ଖେଳାଳିଙ୍କ ମଧ୍ୟରେ ମୟଙ୍କ ଅଗ୍ରୱାଲ, ମନିଷ ପାଣ୍ଡେଙ୍କୁ ମଧ୍ୟ ନିଲାମିରେ ଦେଖିବାକୁ ମିଳିବ । ତେଣୁ କ୍ରିକେଟ ଦୁନିଆର ଏହି ଦକ୍ଷ ଖେଳାଳିମାନେ କେଉଁ ଦଳରେ ସାମିଲ ହେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି । ପ୍ଲେୟାର ଲିଷ୍ଟରେ ଖେଳାଳିଙ୍କ ନିଲାମ ପାଇଁ ବେସ୍ ପ୍ରାଇଜ ଧାର୍ଯ୍ୟ ହୋଇ ସାରିଛି ।
ଏଥର ଆଇପିଏଲ ମିନି ଅକ୍ସନରେ 1 ଜଣ ଖେଳାଳିଙ୍କ ବେସ୍ ପ୍ରାଇଜ 2 କୋଟି ଥିବାବେଳେ 11ଜଣ ଖେଳାଳିଙ୍କର ବେସ୍ ପ୍ରାଇଜ ଦେଢ କୋଟି ରହିଛି । ସେହିପରି ମନିଷ ପାଣ୍ଡେ ଓ ମୟଙ୍କ ଅଗ୍ରୱାଲଙ୍କ ସହ ମୋଟ 20ଜଣ ଖେଳାଳିଙ୍କର ବେସ୍ ପ୍ରାଇଜ 1 କୋଟି ଟଙ୍କା ରହିଛି । ତେବେ ଏହି ମିନି ଅକ୍ସନ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ପାଖରେ 20.55 କୋଟି ଟଙ୍କା ଥିବେବେଳେ ଚେନ୍ନାଇ ସୁପର କିଙ୍ଗସ୍ ପାଖରେ ରହିଛି 20.45 କୋଟି ଟଙ୍କା ।
ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ପାଖେ 19.45 କୋଟି, ଗୁଜୁରାଟ ଟାଇଟନ୍ସ ପାଖରେ 19.25 କୋଟି, କୋଲକାତା ନାଇଟ ରାଇଡ଼ର୍ସ ପାଖେ 7.05 କୋଟି ଟଙ୍କା ବଳକା ରହିଛି । ସେହିପରି ଲକ୍ଷ୍ନୌ ସୁପର ଜାୟାଣ୍ଟସ୍ ପାଖରେ 23.35 କୋଟି ,ପଞ୍ଜାବ କିଙ୍ଗସ୍ 32.2 କୋଟି, ରୟାଲ ଚ୍ୟାଲେଞ୍ଜର୍ସ ବ୍ୟାଙ୍ଗାଲୋର ପାଖରେ 8.75 କୋଟି, ରାଜସ୍ଥାନ ରୟାଲ୍ସ ପାଖରେ 13.2 କୋଟି ଏବଂ ସନରାଇଜର୍ସ ହାଇଦ୍ରାବାଦ ପାଖରେ ସର୍ବାଧିକ 42.25 କୋଟି ଟଙ୍କା ରହିଛି ।
ଆଜି କୋଚିର ଗ୍ରାଣ୍ଡ ହୟାତ ହୋଟେଲରେ ଭାରତୀୟ ସମୟ ଦିନ 2ଟାରୁ ଏହି ମିନି ଅକ୍ସନ ଆରମ୍ଭ ହେବ । ଷ୍ଟାର ସ୍ପୋର୍ଟସ୍ ସହ ଜିଓ ସିନେମାରେ ମଧ୍ୟ ଏହି ମିନି ଅକ୍ସନର ସିଧା ପ୍ରସାରଣ ହେବ । କ୍ରିକେଟ ପ୍ରେମୀମାନେ ଘରେ ବସି ଏହାକୁ ଉପଭୋଗ କରିପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।