Interesting GK Questions: କେଉଁ ପକ୍ଷୀ ନିଜ ପଞ୍ଝାରେ ଟ୍ରେନକୁ ନେଇ ଉଡିପାରେ ? General Knowledge for Students

ସାଧାରଣ ଜ୍ଞାନ ଆହରଣ କରିବା ଜୀବନରେ ଅନେକ କ୍ଷେତ୍ରରେ କାର୍ଯ୍ୟରେ ଆସିଥାଏ । ପାଠପଢା ଠାରୁ ନେଇ ଚାକିରି କ୍ଷେତ୍ର ପର୍ଯ୍ୟନ୍ତ ଅନେକ ସମୟରେ ସଠିକ ସାଧାରଣ ଜ୍ଞାନ ଆମକୁ ଆଗକୁ ବଢିବାରେ ସହାୟତା କରିଥାଏ । ସେଥିପାଇଁ ପ୍ରତ୍ଯେକ ବ୍ୟକ୍ତିଙ୍କୁ କିଛି ନା କିଛି ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ଜାଣିବା ନିହାତି ଆବଶ୍ୟକ । ଆପଣଙ୍କ ସାଧାରଣ ଜ୍ଞାନକୁ ବୃଦ୍ଧି କରିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ବଛାବଛା ପ୍ରଶ୍ନୋତ୍ତର ନେଇ ଆସିଛୁ । ଚାଲନ୍ତୁ ଆରମ୍ଭ କରିବା ।

୧- କେଉଁ ଦେଶରେ ଗୋଟିଏ ହେଲେ ବି ନଦୀ ନାହିଁ ?

ଉ: ସାଉଦି ଆରବ

୨- ଗ୍ଯାସ ଲିକେଜ ଜଣାପଡିବା ପାଇଁ ଗ୍ଯାସ ସିଲିଣ୍ଡରରେ କେଉଁ ଗନ୍ଧଯୁକ୍ତ ପଦାର୍ଥ ମିଶ୍ରିତ କରାଯାଏ ?

ଉ: ଇଥାଇଲ ମାର୍କେପ୍ଟେନ

୩- ବାୟୁମଣ୍ଡଳରେ କେଉଁ ଗ୍ଯାସ ସବୁଠୁ ଅଧିକ ରହିଛି ?

ଉ: ନାଇଟ୍ରୋଜେନ

୪- କେଉଁ ରାଜ୍ୟରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଅବସ୍ଥିତ ଅଟେ ?

ଉ: ଓଡିଶା

୫- କୁଚିପୁଡି ନୃତ୍ୟ ଶୈଳୀ ମୁଖ୍ଯତଃ କେଉଁ ରାଜ୍ୟ ସହ ସମ୍ବନ୍ଧିତ ଅଟେ ?

ଉ: ଆନ୍ଧ୍ର ପ୍ରଦେଶ

୬- କେଉଁ ରାଜ୍ୟରେ ସବୁଠୁ ଅଧିକ କେଶର ଉତ୍ପାଦନ ହୋଇଥାଏ ?

ଉ: ଜାମୁକାଶ୍ମୀର

୭- ଭାରତନାଟମ ନୃତ୍ୟ ଶୈଳୀ ମୁଖ୍ଯତଃ କେଉଁ ରାଜ୍ୟ ସହ ସମ୍ବନ୍ଧିତ ଅଟେ ?

ଉ: ତାମିଲନାଡୁ

୮- ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ଅଧ୍ୟକ୍ଷ କିଏ ଥିଲେ ?

ଉ: ବୋମେଶ ଚନ୍ଦ୍ର ବାନାର୍ଜୀ

୯- ଗାନ୍ଧୀଜୀ କାହାକୁ ନିଜର ରାଜନୈତିକ ଗୁରୁ ବୋଲି ମାନ୍ୟ କରୁଥିଲେ ?

ଉ: ଗୋପାଳ କୃଷ୍ଣ ଗୋଖଲେ

୧୦- ଯାନବାହନ ଗୁଡିକର ହେଡଲାଇଟରେ କେଉଁ ପ୍ରକାରରର ଦର୍ପଣର ଉପଯୋଗ କରାଯାଏ ?

ଉ: ଅବତଳ

୧୧- ଗ୍ଲୁକୋମା ରୋଗ ଶରୀରର କେଉଁ ଅଙ୍ଗରେ ହୋଇଥାଏ ?

ଉ: ଆଖି

୧୨- ହାଇଡ୍ରୋଜେନ ବମ୍ କେଉଁ ସିଦ୍ଧାନ୍ତ ଉପରେ ଆଧାରିତ ଅଟେ ?

ଉ: ପରମାଣୁ ମିଶ୍ରଣ

୧୩- କମ୍ପ୍ୟୁଟରର ଆଇସି ଚିପ୍ସ କେଉଁ ପଦାର୍ଥରେ ନିର୍ମିତ ହୋଇଥାଏ ?

ଉ: ସିଲିକନ

୧୪- କଥକଲି କେଉଁ ରାଜ୍ୟର ଶାସ୍ତ୍ରୀୟ ନୃତ୍ୟ ଅଟେ ?

ଉ: କେରଳ

୧୫- ମୋହିନୀଅଟ୍ଟମ ନୃତ୍ୟ ଶୈଳୀ ମୁଖ୍ଯତଃ କେଉଁ ରାଜ୍ୟ ସହ ସମ୍ବନ୍ଧିତ ଅଟେ ?

ଉ: କେରଳ

୧୬- ଭାରତରେ ବହୁଉଦ୍ଦେଶ୍ୟ ପରିଯୋଜନାର ନିର୍ମାଣ ପ୍ରଥମେ କେଉଁ ନଦୀରେ କରା ଯାଇଥିଲା ?

ଉ: ଦାମୋଦର ନଦୀ

୧୭- ଅନ୍ତରାଷ୍ଟ୍ରୀୟ ଶାନ୍ତି ଏବଂ ସୁରକ୍ଷାକୁ ବଜାୟ ରଖିବା ସଂଯୁକ୍ତ ରାଷ୍ଟ୍ର ସଂଘର କେଉଁ ଅଙ୍ଗର ଦାୟିତ୍ଵ ?

ଉ: ସୁରକ୍ଷା ପରିଷଦ

୧୮- ନୋବେଲ ପୁରସ୍କାର ପାଇଥିବା ପ୍ରଥମ ଭାରତୀୟ ନାଗରିକ କିଏ ଥିଲେ ?

ଉ: ରବୀନ୍ଦ୍ରନାଥ ଟାଗୋର (୧୯୧୩)

୧୯- କେଉଁ ରଙ୍ଗର ପ୍ରକାଶର ପ୍ରକୀର୍ଣ୍ଣନ ସବୁଠୁ ଅଧିକ ଅଟେ ?

ଉ: ବାଇଗଣି

୨୦- କେଉଁ ପକ୍ଷୀ ନିଜ ପଞ୍ଝାରେ ଟ୍ରେନକୁ ନେଇ ଉଡିପାରେ ?

ଉ: କେଉଁ ବି ପକ୍ଷୀ ନୁହେଁ

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।