ନଳାରେ ପଡି ଭାସି ଯାଉଥିଲା ପିଲାଟି, ପୋଲସି ଅଫିସର ଏମିତି ବଞ୍ଚେଇଲେ ଜୀବନ, ସମସ୍ତେ କରୁଛନ୍ତି ଏବେ ତାଙ୍କ ପ୍ରଶଂସା, ଜାଣନ୍ତୁ ପୁରା ଘଟଣା

ୟୁପିର ଦେବରିୟା ଅଞ୍ଚଳରେ ଗୋଟିଏ ସ୍ଥାନରେ ଗୋଟିଏ ଗଭୀର ନଳାରେ ୯ ବର୍ଷର ପିଲା ବୁଡି ଯାଉ ଥିଲା । ସେହି ସମୟରେ ଭଗବାନ ରୂପରେ ଜଣେ ପୋଲିସ ଅଧିକାରୀ ସେହି ସ୍ଥାନକୁ ପହଞ୍ଚି ଗଲେ । ଏହା ପରେ ସେ କାହାକୁ ଅପେକ୍ଷା ନ କରି ନିଜେ ହିଁ ପୋଲିସ ଡ୍ରେସରେ ନଳା ଭିତରକୁ ଡେଇଁ ପଡିଲେ ଓ ଦେଖୁ ଦେଖୁ ସେହି ପିଲାର ଜୀବନ ବଞ୍ଚାଇ ଦେଲେ ।

କହିବାକୁ ଗଲେ ଆପଣମାନେ ପ୍ରାୟତଃ ଦେଖିଥିବେ କି ଲୋକମାନଙ୍କ ଜୀବନ ଯାଉଥିବ କିନ୍ତୁ ଆଖପାଖରେ ଛିଡା ହୋଇଥିବା ଲୋକମାନେ ସେହି ଲୋକର ସାହାର୍ଯ୍ୟ କରିବା କିମ୍ବା ତାଙ୍କର ଜୀବନ ବଞ୍ଚାଇବା ପରିବର୍ତ୍ତେ ନିଜର ସ୍ମାର୍ଟଫୋନରେ ଭିଡିଓ କରିବାକୁ ଲାଗି ଯାଆନ୍ତି ।

କିନ୍ତୁ ୟୁପିର ଏହି ପୋଲିସ ଅଧିକାରୀ କେଉଁଭଳି ଭାବରେ ପୋଲିସର ମାନ ବଢାଇଲେ ତାହା ଆପଣଙ୍କୁ ଦେଖିବା ଉଚିତ । କହିବାକୁ ଗଲେ ଏହି ଘଟଣା ଗୁରୁବାର ରାତିର ଅଟେ । ୟୁପିର ଦେବରିୟା ଜିଲ୍ଲାରେ ଡ୍ୟୁଟି କରୁଥିବା TSI ରାମବୃକ୍ଷ ୟାଦବଙ୍କୁ ଖବର ମିଳିଲା କି ଦେବରିୟା ଅଞ୍ଚଳରେ ଗୋଟିଏ ପିଲା ନଳାରେ ପଡି ଯାଇଛି । କହିବାକୁ ଗଲେ ଏହି ପିଲାଟି ନିଜର ପରିବାର ସହ ଘରକୁ ଯାଉ ଥିଲା । କିନ୍ତୁ ଗୋଡ ଖସି ଯିବାରୁ ସେ ଗଭୀର ନଳାରେ ପଡିଗଲା ।

ଏମିତିରେ ଆଖପାଖର ଲୋକମାନେ ସାହାର୍ଯ୍ୟ କରିବା ପରିବେର୍ତ୍ତେ ଏହି ଦୃଶ୍ୟର ଭିଡିଓ କରିବାକୁ ଲାଗିଲେ । କିନ୍ତୁ ଯେତେବେଳ TSI ରାମବୃକ୍ଷ ୟାଦବଙ୍କୁ ଏହା ବିଷୟରେ ଖବର ମିଳିଲା ତେବେ ସେହି ସ୍ଥାନକୁ ପହଞ୍ଚି ନଳାକୁ ସଙ୍ଗେ ସଙ୍ଗେ ଡେଇଁ ପଡିଲା ଓ ସେହି ପିଲାକୁ ସୁରକ୍ଷିତ ରୂପରେ ନଳାରୁ ବାହାରକୁ ନେଇ ଆସିଲେ ଓ ତାହାର ଜୀବନ ବଞ୍ଚାଇ ଦେଲେ । ଏମିତିରେ ଏହି ଫଟୋ ସମସ୍ତଙ୍କର ହୃଦୟକୁ ସ୍ପର୍ଶ କରୁଛି ଓ ସମସ୍ତେ ଏହି ପୋଲିସ ଅଧିକାରୀଙ୍କର ପ୍ରଶଂସା ବି କରୁଛନ୍ତି ।

ଏହି ମାମଲାରେ TSI ରାମବୃକ୍ଷ ୟାଦବ କହିଲେ କି ସୁଭାଷ ଛକ ପାଖରେ ରହୁଥିବା ହିମାଂଶୁ ନାମକ ଗୋଟିଏ ପିଲା ନଳାରେ ପଡି ଯାଇ ଥିଲା । ସେଠି ଥିବା ଲୋକମାନେ ଚିତ୍କାର କରୁଥିଲେ କି ଶିଶୁଟି ନଳାରେ ବହି ଯାଉଛି । କିନ୍ତୁ ଯେତେବେଳେ ମୋତେ ଏହି କଥାର ସୂଚନା ମିଳିଲା ତେବେ ସେହି ସ୍ଥାନକୁ ପହଞ୍ଚି ନଳା ଉପରେ ଥିବା ସ୍ଲାପକୁ ହଟାଇଲି । ମୁଁ ସେଠି ଉପସ୍ଥିତ ଲୋକମାନଙ୍କୁ ସେହି ପିଲାକୁ ବଞ୍ଚାଇବା ପାଇଁ କହିଲି । କିନ୍ତୁ ସମସ୍ତେ ପିଲାକୁ ବୁଡି ଯାଉଥିବାର ଭିଡିଓ କରୁଥିଲେ ।

କିନ୍ତୁ କେହି ବି ପିଲାକୁ ବଞ୍ଚାଇବା ପାଇଁ ଚେଷ୍ଟା କରୁ ନ ଥିଲେ । ତେବେ ସେହି ସମୟରେ ମୁଁ ନିଜେ ସଙ୍ଗେ ସଙ୍ଗେ ନଳାକୁ ଡେଇଁ ପଡିଲି ଓ ପିଲାର ଜୀବନ ବଞ୍ଚାଇ ଦେଲି । କିନ୍ତୁ ନଳାକୁ ଡେଇଁବା ଦ୍ଵାରା ରାମବୃକ୍ଷ ୟାଦବଙ୍କର ପୋଷାକରେ ନଳାର ସବୁ ଆବର୍ଜନା ଲାଗି ଯାଇଥିଲା ।

ଏମିତିରେ ରାମବୃକ୍ଷ ୟାଦବ ସମସ୍ତଙ୍କୁ କହିଲେ କି ଆବର୍ଜନା ତ ପରିଷ୍କାର ହୋଇଯିବ କିନ୍ତୁ ଶିଶୁର ଜୀବନ ବଞ୍ଚାଇବା ମୋ ପାଇଁ ବହୁତ ଜରୁରୀ ଥିଲା । ତାଙ୍କର ଏହି କାମ ପାଇଁ ସମସ୍ତେ ତାଙ୍କର ପ୍ରଶଂସା କରୁଛନ୍ତି । ଏହା ସହିତ ଏହି କାମ ଦ୍ଵାରା ପୋଲିସର ମାନ ବି ବଢିଗଲା ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।