ସତ୍ୟ ଘଟଣା: ଇଂରେଜଙ୍କ ସମେତ ସାରା ବିଶ୍ଵକୁ ଉଚିତ ଶିକ୍ଷା ଦେଇଥିଲେ ଭାରତର ଏହି ମହାରାଜା, ଯିଏ Rolls-Royce ଭଳି ଲକ୍ସରି କାର୍ ରେ ନଗରପାଳିକାର ଅଳିଆ ଉଠାଉଥିଲେ

ଆଜି ଆମେ ଭାରତର ଏମିତି ଜଣେ ରାଜାଅଙ୍କ ବିଷୟରେ କହିବୁ ଯିଏ ଲକ୍ରି କାର୍ ରୋଲ୍ସ ରୟାସକୁ ଅଳିଆ ଉଠାଇବା କାର୍ଯ୍ୟରେ ନିୟୋଜିତ କରିଥିଲେ । ପ୍ରତିଦିନ ଏହି ଲକ୍ସରି କାରରେ ନଗରପାଳିକାର ଅଳିଆ ଉଠୁଥିଲା । ଯେଉଁଥି ପାଇଁ ବାହାର ଦେଶ ମାନଙ୍କରେ ଏହି ଲକ୍ସରି କାର୍ ରୋଲ୍ସ ରୟାସର ଚାହିଦା ବାହାର ଦେଶ ମାନଙ୍କରେ ଘଟିବାକୁ ଲାଗିଥିଲା । ଲୋକେ ଆଉ ଏହି କାର୍ କିଣିବାକୁ ପସନ୍ଦ ନକରିବାରୁ ରୋଲ୍ସ ରୟାସ କମ୍ପାନୀର ମାଲିକ ଭାରତର ରାଜାଙ୍କୁ କ୍ଷମା ପ୍ରାର୍ଥନା କରିବା ସହ ସେହି କାର୍ ରେ ଅଳିଆ ନ ଉଠାଇବା ପାଇଁ ଅନୁରୋଧ କରିଥିଲେ ।

ଇଂରେଜଙ୍କ ଅହଙ୍କାରକୁ ଭାଙ୍ଗିଥିବା ସେହି ରାଜା ହେଉଛନ୍ତି ରାଜସ୍ଥାନର ରାଜା ଜୟସିଂ ପ୍ରଭାକର । ଏହା ହେଉଛି ୧୯୨୦ ମସିହାର କଥା, ଯେତେବେଳେ ଭାରତ ସ୍ଵାଧୀନତା ପାଇଁ ସଂଘର୍ଷ କରୁଥିଲା । ଜୟସିଂ ସେତେବେଳେ ଲଣ୍ଡନରେ ଥିବାବେଳେ ଗୋଟିଏ ଦିନ ରାଜକୀୟ ପୋଷାକ ଛାଡି ସାଧା ପୋଷାକରେ ବୁଲିବା ପାଇଁ ବାହାରି ପଡିଥିଲେ । ରାଜାଙ୍କୁ ଗାଡିର ସଉକ ରହିଥିବା ବେଳେ ରୋଲ୍ସ ରୟାସ ଗାଡି ଶୋ’ରୁମ୍ ଉପରେ ତାଙ୍କର ନଜର ପଡିଥିଲା ।

ଶୋ’ରୁମ୍ ଭିତରେ ଥିବା ଏକ ଗାଡି ରାଜାଙ୍କୁ ଖୁବ୍ ଆକୃଷ୍ଟ କରିବାରୁ ସେ ଶୋ’ରୁମ୍ ଭିତରକୁ ଚାଲି ଯାଇଥିଲେ । ରାଜା ଜଣେ ସେଲ୍ସମ୍ୟାନଙ୍କୁ ଗାଡିର ଫିଚର ବିଷୟରେ ପଚାରିବାରୁ ସେ ତାଙ୍କୁ ଗରିବ ଭାବି ଅପଦସ୍ତ କରି ଶୋ’ରୁମ୍ ରୁ ବାହାର କରିଦେଇଥିଲା । ଏହା ମହାରାଜା ଜୟସିଂଙ୍କୁ ଖୁବ୍ ବାଧିଥିଲା । ତେଣୁ ସେ ରୋଲ୍ସ ରୟାସ କମ୍ପାନୀକୁ ଉଚିତ ଶିକ୍ଷା ଦେବେ ବୋଲି ସେହି ସମୟରୁ ସ୍ଥିର କରି ନେଇଥିଲେ ।

ତା’ ପରଦିନ ରାଜା ପୁଣି ଥରେ ରାଜକୀୟ ବେଶରେ ସେହି ଶୋ’ରୁମ୍ କୁ ଗଲେ । ତାଙ୍କୁ ସେଠାରେ ରେଡ୍ କାର୍ପେଟ ପକାଇ ସ୍ଵାଗତ କରାଗଲା । ରାଜା ସେଠାରେ ୭ଟି ରୋଲ୍ସ ରୟାସ ଗାଡି ବୁକ୍ କରିଯଥାଶୀଘ୍ର ତାହା ପଠାଇବା ପାଇଁ କହିଲେ । କେବଳ ଏତିକି ନୁହେଁ ବରଂ ଗାଡି ଆଃ ସେଲ୍ସମ୍ୟାନ ମଧ୍ୟ ଯିବେ ବୋଲି କହିଲେ । ଏତେ ବଡ ଅଫର୍ ପାଇଁ ରୋଲ୍ସ ରୟାସ ଏକଦମ ଖୁସି ହୋଇ ଯାଇଥିଲା । ମହାରାଜା ଜୟସିଂ ପ୍ରଭାକର ଏକାସାଙ୍ଗେ କ୍ୟାଶ ଦେଇ ଏହି୭ ୭ଟି ରୋଲ୍ସ ରୟାସ ଗାଡି କିଣିଥିଲେ ।

ଭାରତରେ ଗାଡି ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ମହାରାଜାଙ୍କ ଅସଲ ଖେଳ । ସେହି ସେଲ୍ସମ୍ୟାନଙ୍କ ସାମ୍ନାରେ ନଗରପାଳିକାକୁ ଡକରା ପଠାଇଥିଲେ ରାଜା । ନଗରପାଳିକା ପହଞ୍ଚିବା ପରେ ସେହି ଗାଡି ମାନଙ୍କରେ ନଗରପାଳିକାର ସବୁ ଅଳିଆ ଉଠାଇବା ପାଇଁ ରାଜା କହିଥିଲେ । ଏହା ଶୁଣିବା ପରେ ସେହି ସେଲ୍ସମ୍ୟାନଙ୍କ ମୁଣ୍ଡ ଖରାପ ହୋଇ ଯାଇଥିଲା । ପ୍ରତିଦିନ ସକାଳୁ ନଗରପାଳିକାର ଅଳିଆ ସେହି ଗାଡି ଗୁଡିକରେ ଉଠାଯାଇଥିଲା ।

ଏହି ଖବର ପୁରା ବିଶ୍ବରେ ବ୍ଯାପିଗଲା । ବିଶ୍ଵର ପ୍ରତିଟି ଖବରକାଗଜରେ ରୋଲ୍ସ ରୟାସରେ ଅଳିଆ ଆବର୍ଜନା ଉଠା ଯାଉଥିବା ବେଳର ଫଟୋସବୁ ଭାଇରାଲ ହେଲା । ଯେଉଁ କାର୍ ରେ ଭାରତରେ ଅଳିଆ ଉଠାଯାଉଛି ସେହି କାର୍ କେମିତି ଲକ୍ସରି ହୋଇପାରିବ ବୋଲି ବିଶ୍ଵ ଦରବାରରେ କାର୍ ର ଚାହିଦା କମିବାକୁ ଲାଗିଲା । ଲୋକେ ଏହାକୁ ନେଇ ଖୁବ ମଜା ଉଡାଇଲେ, କାରଣ ବାହାର ଦେଶର ରାଜାମାନେ ଯେଉଁ କାର୍ ରେ ବୁଲୁଥିଲେ ସେହି କାର୍ ରେ ଭାରତରେ ଅଳିଆ ଉଠୁଥିଲା । ଯେଉଁଥି ପାଇଁ ରୋଲ୍ସ ରୟାସ କାର୍ କୁ କିଣିବା ପାଇଁ ଲୋକେ ମନା କରି ଦେଉଥିଲେ ।

ଏହାପରେ ରୋଲ୍ସ ରୟାସ କମ୍ପାନୀ ବାଧ୍ୟ ହୋଇ ମହାରାଜା ଜୟସିଂ ପ୍ରଭାକରଙ୍କ ପାଖକୁ ଚିଠି ଲେଖି ସେଲ୍ସମ୍ୟାନଙ୍କ ଖରାପ ବ୍ୟବହାର ପାଇଁ କ୍ଷମା ପ୍ରାର୍ଥନା କରିଥିଲା । ତାଙ୍କ ଗାଡିରେ ଅଳିଆ ଉଠାଇବା କାମ ବନ୍ଦ କରିବା ପାଇଁ ଅନୁରୋଧ ମଧ୍ୟ କରିଥିଲା । ଏହାପରେ ରାଜା ରୋଲ୍ସ ରୟାସ କମ୍ପାନୀକୁ କ୍ଷମା କରିବା ସହ ଅଳିଆ ଉଠାଇବା କାମ ବନ୍ଦ କରି ଦେଇଥିଲେ ।

ଏଭଳି କାର୍ଯ୍ୟରେ ରାଜା ପୁରା ଦୁନିଆକୁ ଶିକ୍ଷା ଦେଇଥିଲେ କି, ମଣିଷର ପୋଷାକ ଦେଖି ତା’ର ପରିଚୟ ଚିହ୍ନିବା ଉଚିତ ନୁହେଁ । କାରଣ ମଣିଷର ପୋଷାକରେ ଧନୀ ଗରିବର ଲୋଗୋ ଲାଗିନଥାଏ । ଆମ ପୋଷ୍ଟ ଅନୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।