ଇଏ ହେଉଛନ୍ତି ଅସଲି ଖତ୍ରୋ କି ଖିଲାଡ଼ି, କୁଆପଥର ଭଳି ନଡିଆ ବର୍ଷା ବେଳେ ଏହି ମଉସାଙ୍କ ନଡିଆ ଗୋଟା ଦେଖିଲେ ଆପଣ ବି ଆଖି ବୁଜିଦେବେ…

ବାଜା ବଜେଇ ରାସ୍ତା ଉପରେ ଲୋକେ ଗୋଟେ ପରେ ଗୋଟେ ନଡିଆ ଫଟାଇ ଚଲାଇଛନ୍ତି । ନଡିଆ ମାଡକୁ ଖାତିର ନକରି ବୃଦ୍ଧ ଜଣକ ଏକ ବ୍ଯାଗରେ ଭଙ୍ଗା ଯାଉଥିବା ନଡିଆ ସବୁ ଗୋଟେଇ ଚାଲିଛନ୍ତି । ଯାହା ଦେଖିଲେ ଆପଣଙ୍କୁ ଭୟ ଲାଗିବ । ଆକାଶରୁ ଯେମିତି କୁଆପଥର ବର୍ଷା ହୁଏ ଏହିଭଳି ରାସ୍ତା ଉପରେ ନଡିଆ ମାଡ କରି ଫଟା ଯାଉଛି । ଯେକେହି ବି ସେହି ମାଝିକୁ ଯିବାକୁ ଭୟ କରିବ । କିନ୍ତୁ ଜଣେ ବୃଦ୍ଧ ବ୍ୟକ୍ତି ସେସବୁ ଖାତିର ନକରି ତା’ ମଝିରେ ପଶି ନଡିଆ ସାଉଁଟିବାରେ ବ୍ୟସ୍ତ ।

ମୁଣ୍ଡ କିମ୍ବା ଦେହରେ ଏତେ ଜୋରରେ ନଡିଆ ଯଦି ବାଜେ ତେବେ କଣ ହେବ ସେକଥା ହୁଏତ ତାଙ୍କ ମୁଣ୍ଡରେ ପଶିନି । ଏହି ସମୟର ଏହି ଦୃଶ୍ୟ ଏବେ ଖୁବ ଭାଇରାଲ ହେଉଛି । ଆଉ ସେହି ବୁଢା ମଉସାଙ୍କୁ ସମସ୍ତେ ଅସଲି ଖତ୍ରୋ କି ଖିଲାଡ଼ି ବୋଲି କହୁଛନ୍ତି । ମଉସା ନଡିଆ ଗୋଟାଉଥିବା ବେଳେ ତାଙ୍କ ଚାରିପାଖେ ନଡିଆ ଗୁଡିକ ଯେମିତି ମାଡ ହେଉଛି ଦେଖିଲେ ଆପଣ ବି ଆଖି ବୁଜି ଦେବେ । ହେଲେ ମଉସା କିନ୍ତୁ ସେସବୁକୁ ତିଳେ ହେଲେ ଖାତିର କରୁନାହାନ୍ତି ।

ତାଙ୍କର ଗୋଟିଏ ଲକ୍ଷ ନଡିଆ ଗୋଟେଇ ଏକାଠି କରି ନେବେ । କାଳେ ନଡିଆ ଦେହରେ କି ମୁଣ୍ଡରେ ବାଜିଯିବ ସେଥିପାଇଁ ସେ ଟିକେ ବିଚଳିତ ମଧ୍ୟ ହେଉ ନାହାନ୍ତି । କୋରାପୁଟରେ ଏକ ଉତ୍ସବ ପାଳନ ବେଳେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ । ଜଣେ କେହି ଏହାର ଭିଡିଓ ଉତ୍ତୋଳନ କରି ପୋଷ୍ଟ କରିବା ପରେ ଏହା ସମସ୍ତଙ୍କୁ ଖୁବ ଆଶ୍ଚର୍ଯ୍ୟ କରୁଛି ।

ନଡିଆ ଫିଙ୍ଗୁଥିବା ଭାଇମାନେ ବି ଠିକ ମଉସାଅଙ୍କ ମୁହଁ ପାଖରେ ନଡିଆ ଫିଙ୍ଗୁଛନ୍ତି । ମଉସା କିନ୍ତୁ ସତେ ଯେମିତି ଜାଣୁ ନାହାନ୍ତି ତାଙ୍କ ଚାରିପାଖେ କଣ ହେଉଛି । କେବଳ ପଡିଥିବା ନଡିଆ ସବୁ ବ୍ଯାଗରେ ଗୋଟି ଗୋଟି କରି ପୁରେଇ ଚାଲିଛନ୍ତି । କୋରାପୁଟରେ ଜଣେ ଅଧିଷ୍ଠାତ୍ରୀ ଦେବୀମା’ଙ୍କ ପୂଜା ଆୟୋଜନ ବେଳେ ଏଭଳି ନଡିଆ ଭାଙ୍ଗିବା ରୀତି ରହିଛି ।

ମଉସାଙ୍କ ଭୋଗ ନଡିଆ ସବୁ ନେବାର ଲୋଭ ଏତେ ଯେ ସେ ଭୁଲି ଯାଇଛନ୍ତି କି ଲୋଭ କଲେ କଣ ହୁଏ । ତେବେ ପରମ୍ପରା ନାଁରେ କେହି ଯେମିତି ଖଣ୍ଡିଆ ଖାବରା ନ ହୁଅନ୍ତି ଏନେଇ ସ୍ଥାନୀୟ ଲୋକେ ବା ପ୍ରଶାସନ ଧ୍ୟାନ ଜରୁରୀ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।