IAS ଅଫିସରଙ୍କ ମଜାଦାର ଛୁଟି ଦରଖାସ୍ତ, ପଢିବା ଲୋକେ ହସି ହସି ବେଦମ ହେଉଛନ୍ତି, ଏହି ଭାଇରାଲ ଦରଖାସ୍ତ ଦେଖିଲେ ଆପଣ ମଧ୍ୟ ନିଜ ହସକୁ ଅଟକେଇ ପାରିବେନି…

ଏବେ ଚର୍ଚ୍ଚାରେ ରହିଛି ଆଇଏଏସ ଅଫିସରଙ୍କ ଛୁଟି ଦରଖାସ୍ତ । ଯିଏ ପଢୁଛି ହସି ହସି ବେଦମ ହୋଇଯାଉଛି । ପିଲାବେଳେ ସ୍କୁଲରେ ପଢିବା ସମୟର କିଛି ସ୍ମୃତି ଆପଣଙ୍କର ମନେଥିବ । ଦେହ ଅସୁସ୍ଥ ଥିଲେ କିମ୍ବା ମିଛ ବାହାନା କରି ଛୁଟି ନେବାର ଥିଲେ ଶିକ୍ଷକଙ୍କ ପାଖକୁ ଦରଖାସ୍ତ ଲେଖିବା ଭାରି ମଜାଦାର ଲାଗେ । ହେଲେବି ଦରଖାସ୍ତରୁ ଏହା କେତେ ସତ ବା ମିଛ ଶିକ୍ଷକ ଠଉରାଇ ନେଉଥିଲେ । ବେଳେବେଳେ ଏଥିପାଇଁ ଛାତ୍ରବ୍କୁ ମିଳିବା ସହ ଦରଖାସ୍ତକୁ ପୁରା କ୍ଳାସ ଆଗରେ ପଢି ଶୁଣେଇ ଲଜ୍ଜିତ କରିବାର ମଧ୍ୟ ଦେଖାଯାଏ ।

ଏପରି ମିଛ ଦରଖାସ୍ତ ଲେଖିବା ସମୟରେ ଅନେକ ମଜାଳିଆ ହରକତ ମଧ୍ୟ କରନ୍ତି ପିଲାମାନେ । ଏଭଳି ଦରଖାସ୍ତ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଜଣେ ଆଇଏଏସ ଅଫିସର ଶେୟାର କରିଛନ୍ତି । ଆଇଏଏସ ଅଫିସର ଅର୍ପିତ ବର୍ମା ପିଲାଦିନର ସ୍ମୃତିକୁ ତାଜା କରିବାକୁ ଯାଇ ଏପରି ଏକ ଛୁଟି ଦରଖାସ୍ତ ଟ୍ବିଟରରେ ଶେୟାର କରିଛନ୍ତି । ଏହି ଦରଖାସ୍ତରେ ମଜାଳିଆ ଅନ୍ଦାଜରେ ସବୁକିଛି ଲେଖାଯାଇଛି ।

ଦରଖାସ୍ତ ଆରମ୍ଭରେ ସମ୍ବୋଧନ କରି ଲେଖାଯାଇଛି କି, ସେବାରେ, ଶ୍ରୀମାନ ମାସବ, ମାଧ୍ଯମିକ ପାଠଶାଳା, ବୁନ୍ଦେଲଖଣ୍ଡ, ମହାନୁଭବ… । ଏହାପରେ ବିଷୟ ଲେଖାଯାଇଛି, “ଦୁଇ ଦିନ ହେବ ମୋତେ ଭାରି ଜ୍ଵର । ଏହାବାଦ ନାକରୁ ବୋହୁଛି । ଖୁବ ଜ୍ବରରେ ଥରହର ହୋଇ ମୁଁ ସ୍କୁଲ ଯାଇ ପାରୁନାହିଁ ।

ତେଣୁ ନିବେଦନ କରୁଛି କି, ମୋତେ ଦୁଇ ଦିନ ପାଇଁ ଛୁଟି ଦେଲେ ଭଲ ହେବ । ଯଦି ମୁଁ ସ୍କୁଲ ନଯାଏ ତା’ହେଲେ କଣ ସ୍କୁଲ ବନ୍ଦ ହୋଇଯିବ ? ଆପଣଙ୍କ ଆଜ୍ଞାକାରୀ ଶିଷ୍ୟ- କଲୁଆ ।” ଟ୍ବିଟରରେ ଲୋକମାନେ ଏହି ଛୁଟି ଦରଖାସ୍ତ ପଢିବା ପରେ ହସିଥିଲେ ବା ରିଆକ୍ଟ କରିଥିଲେ । ୟୁଜର୍ସ ମାନେ ମଜାଦାର କମେଣ୍ଟ କରିଥିଲେ । କିଛି ୟୁଜର୍ସ ଲେଖିଥିଲେ କି, କଲୁଆ କଣ ସ୍କୁଲ ନ ଯାଇ ବି ଆଇଏଏସ ଅଫିସର ବନିଯାଇଛି କି ?

ଆଇଏଏସ ଅର୍ପିତ ଶେୟାର କରିଥିବା ଏହି ଛୁଟି ଦରଖାସ୍ତକୁ ଲକ୍ଷ ଲକ୍ଷ ଲୋକ ପଢି ସାରିଲେଣି । ଏହାକୁ ନେଇ ସବୁ ୟୁଜର୍ସ ବହୁ ମଜାଳିଆ ପ୍ରତିକ୍ରିୟା ମଧ୍ୟ ରଖୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।