ଏବେ ପୁରା ଦୁନିଆରେ ଏହି ଫଟୋର ହେଉଛି ଚର୍ଚ୍ଚା, PM Modi ଙ୍କ ତିନିଦିନିଆ ବିଦେଶ ଗସ୍ତ ପରେ ପୁରା ଦୁନିଆରେ ଛାଇଗଲା ଭାରତ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜର୍ମାନୀ, ଫ୍ରାନ୍ସ ଓ ଡେନମାର୍କ ଭଳି ଦେଶକୁ ତିନିଦୁନିଆ ଆଧିକାରିକ ଗସ୍ତ ପରେ ଏବେ ଭାରତକୁ ଫେରୁଛନ୍ତି । ମୋଦିଙ୍କ ତିନିଦିନିଆ ବିଦେଶ ଗସ୍ତର ଶେଷଦିନରେ ସେ ଫ୍ରାନ୍ସ ରାଷ୍ଟ୍ରପତି ଇମ୍ମାନୁଏଲ ମାକ୍ରନଙ୍କୁ ଭେଟିଥିଲେ । ଇମ୍ମାନୁଏଲ ମାକ୍ରନ ଏଲଇସି ପ୍ୟାଲେସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ଵାଗତ କରିଥିଲେ । ସେ ମୋଦିଙ୍କୁ ଦେଖିବା ମାତ୍ରେ ଆଲିଙ୍ଗନ କରିପକାଇ ଥିଲେ । ଆଉ ଏହି ସମୟର ଫଟୋ ଏବେ ସାରା ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହି ଫଟୋ ସ୍ପଷ୍ଟ କହୁଛି କି, ଫ୍ରାନ୍ସ ପାଇଁ ଭାରତର ମହତ୍ଵ କେତେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫ୍ରାନ୍ସ ରାଷ୍ଟ୍ରପତି ଇମ୍ମାନୁଏଲ ମାକ୍ରନ ବହୁ ପୁରୁଣା ବନ୍ଧୁ ଭଳି ଭେଟ ହୋଇଥିଲେ । ଦୁଇ ପ୍ରଭାବଶାଳୀ ନେତାଙ୍କ ମଧ୍ୟରେ ବହୁତ ଭଲ ବନ୍ଧୁତା ଦେଖିବାକୁ ମିଳିଥିଲା । ଏହା ଦୁଇ ଦେଶର ଗଭୀର ସମ୍ବନ୍ଧ ଓ ବୁଝାମଣାକୁ ପ୍ରକାଶ କରୁଛି । ଏହି ଦୁଇ ନେତା ଭାରତ ଓ ଫ୍ରାନ୍ସ ସମ୍ବନ୍ଧକୁ ୭୦ ବର୍ଷ ପୂରଣ ହେବା ଏବଂ ରଣନୈତିକ ଭାଗୀଦାରୀର ୨୪ ବର୍ଷ ପୂରଣ ହେବା ଅବସରରେ ଏହି ସାକ୍ଷାତ କରିଥିଲେ ।

ଏହି ସାକ୍ଷାତ ପରେ ଦୁଇ ଦେଶ ଆହୁରି ନିକଟତର ହୋଇ ଯାଇଛନ୍ତି । ଏହି ଦୁଇ ନେତା ଯେଉଁ ବିଷୟରେ ଆଲୋଚନା କରିବେ ବୋଲି ସବୁଠୁ ଅଧିକ ଅନୁମାନ କରା ଯାଉଥିଲା, ସେମାନେ ସେହି ମାମଲାରେ ହିଁ ଗମ୍ଭୀର ଚର୍ଚ୍ଚା କରିଥିଲେ । ମୋଦି ଓ ମାକ୍ରନ ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଆଲୋଚନା କରିଥିଲେ । ଭାରତ ପୁଣି ଥରେ ନିଜ ମତ ଦେଇ କହିଛି ଯେ, କେବଳ ଆଲୋଚନା କରି ହିଁ ଏହାର ସମାଧାନ ବାହାର କରା ଯାଇପାରିବ ।

ପ୍ରାୟ ଏକ ଘଣ୍ଟା ଧରି ପିଏମ ମୋଦି ଓ ରାଷ୍ଟ୍ରପତି ମାକ୍ରନ ତମାମ ବିଷୟକୁ ନେଇ ଆଲୋଚନା କରିଥିଲେ । ୧୯୯୮ରୁ ଚାଲି ଆସୁଥିବା ରଣନୈତିକ ଭାଗୀଦାରୀକୁ ଆହୁରି ଅଧିକ ମଜବୁତ କରିବା ପାଇଁ ଭାରତ ଚେଷ୍ଟା କରିଛି । ଏହା ବ୍ଯତୀତ ରକ୍ଷା ଓ ସିଭିଲ ନ୍ୟୁକ୍ଲିୟର ଇକୋନୋମି ବିଷୟରେ ସହଯୋଗିତାର ଆଲୋଚନା ମଧ୍ୟ ହୋଇଥିଲା । ଚୀନ ଓ ପାକିସ୍ତାନର ହରକତକୁ ନଜରରେ ରଖି ଦୁଇ ନେତା ସାମୁଦ୍ରିକ ସୁରକ୍ଷା ଓ ଆତଙ୍କ ବିରୋଧୀ ପଦକ୍ଷେପକୁ ନେଇ ଗମ୍ଭୀର ଚର୍ଚ୍ଚା କରିଥିଲେ ।

ସବୁ କ୍ଷେତ୍ରରେ ପରସ୍ପରକୁ ସହଯୋଗ କରିବା ପାଇଁ ଦୁଇ ନେତା ସହମତି ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ ଫ୍ରାନ୍ସ ପହଞ୍ଚିଥିଲେ ପୁରା ପ୍ୟାରିସ ମୋଦି ମୋଦି ନାରାରେ ଗୁଞ୍ଜି ଉଠିଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।