IAS ଇଣ୍ଟରଭ୍ୟୁରେ ପଚରା ଯାଇଥିବା କିଛି ମଜାଦାର ପ୍ରଶ୍ନ, ସହ ଲାଗୁଥିଲେ ବି ଉତ୍ତର କହିବା କଷ୍ଟ, 99% ଲୋକ Fail

ଆଜିର ପ୍ରତିଯୋଗୀତା ମୂଳକ ଯୁଗରେ ଯୁବପିଢିଙ୍କ ମଧ୍ୟରେ ସାମାନ୍ଯ ଜ୍ଞାନ ରହିବା ଅତ୍ୟନ୍ତ ଜରୁରୀ । ଆଜିକାଲି ଯେକୌଣସି ସରକାରୀ ଓ ବେସରକାରୀ ଚାକିରି ପାଇବାକୁ ହେଲେ ସାଧାରଣ ଜ୍ଞାନ ଥିବା ନିହାତି ଜରୁରୀ । ଏପରିକି ବେପାର କରୁଥିବା ବ୍ୟକ୍ତିଙ୍କର ମଧ୍ୟ ସାଧାରଣ ଜ୍ଞାନ ଥିବା ଅତ୍ୟନ୍ତ ଜରୁରୀ ହୋଇଗଲାଣି । ଏଭଳି ସ୍ଥଳେ ଆପଣଙ୍କ ସାଧାରଣ ଜ୍ଞାନ ପରୀକ୍ଷା ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ ।

1- ବିଭୁତି ଭୂଷଣ ଜଟାଧାରୀ ବାବୁ ଶୋଇଛନ୍ତି ପାଳ ଧରି ? ସେ କିଏ ?

ଉ: ପାଣି କଖାରୁ ।

2- ଗୋଟିଏ ଘର ବାର ଦୁଆର ତିନି ଲୋକ ଚଳପ୍ରଚଳ ?

ଉ: ଘଣ୍ଟା ।

3- ଗୋଟିଏ ଗୁମ୍ଫାରେ 32 ଚୋର, ଦିନରେ କରନ୍ତି କାମ ଓ ରାତି ହେଲେ କରନ୍ତି ଆରାମ । କୁହ ତେବେ ତାଙ୍କ ନାମ ?

ଉ: ଦାନ୍ତ ।

4- ବର୍ଷା ଆସିଲେ ଉପରକୁ ଉଠେ ବର୍ଷା, ଛାଡିଲେ ତଳକୁ ଖସେ ଏହାର ଉତ୍ତର କଣ ?

ଉ: ଛତା ।

5- କେଉଁ ଗଛରେ କାଠ ନ ଥାଏ ?

ଉ: କଦଳୀ ଗଛରେ କାଠ ନଥାଏ ।

6- ମଣିଷ ମୁଣ୍ଡରେ କେତେ ଖଣ୍ଡ ହାଡ ଥାଏ ?

ଉ: 8 ଖଣ୍ଡ ହାଡ ଥାଏ ।

7- ମାନବ ଶରୀରର ସବୁଠୁ ବଡ ହାଡ କେଉଁଠି ଥାଏ ?

ଉ: ଜଙ୍ଘରେ ।

8- ମଣିଷ ଶରୀରରେ କେତେ ପରିମାଣର ରକ୍ତ ଥାଏ ?

ଉ: 5 ରୁ 6 ଲିଟର ।

9- ଆମ ଶରୀରରେ ଦାନ୍ତ ଓ ହାତର ଗଠନ ପାଇଁ କେଉଁ ଧାତୁର ଆବଶ୍ୟକତା ହୋଇଥାଏ ?

ଉ: ମ୍ୟାଗ୍ନେସିୟମ ।

10- ହଲିଥାଏ କିନ୍ତୁ ଗଛ ନୁହେଁ, ଚାଲିଥାଏ କିନ୍ତୁ ଗାଡି ନୁହେଁ, ଟିକଟିକ କରେ କିନ୍ତୁ ଘଡି ନୁହେଁ । ତାହା କଣ ?

ଉ: ଟାଇପ ମେସିନ ।

11- ସେ କିଏ ଯିଏ ସବୁବେଳେ ତା’ ମୁହଁକୁ ଭୁଇଁରେ ଘଷୁଥାଏ ?

ଉ: ଝାଡୁ ।

12- ସେ କିଏ ଯିଏ ନିଜେ ରାସ୍ତା ଦେଖି ପାରେନି କିନ୍ତୁ ଅନ୍ୟକୁ ରାସ୍ତା ଦେଖାଉଥାଏ ?

ଉ: ଅନ୍ଧ ଲୋକଙ୍କ ବାଡି ।

13- ଫୁଲ ନହେଲେ ବି ବାସ୍ନା ହୁଏ, ଈର୍ଷା ନଥିଲେ ବି ଜଳିଥାଏ, ପୂଜାର୍ଚ୍ଚନା ସେ ଲାଗିଥାଏ, କହିଲ ଦେଖି ସେ କିଏ ?

ଉ: ଧୂପକାଠି ।

14- ରାମୁର ବାପାଙ୍କ ତିନି ପୁଅ, ପ୍ରଥମଟିର ନାମ ଜୁନ, ଦ୍ଵିତୀୟଟିର ନାମ ଜୁଲାଇ, ତୃତୀୟଟିଏ ନାମ କଣ ?

ଉ: ରାମୁ ।

15- ପ୍ରଥମଟି ନିଆଁ ଲଗା ଘର, ଦ୍ଵିତୀୟ ଘରକୁ ଗଲେ ହତ୍ୟାକାରୀ ମାରିଦେବ, ତୃତୀୟ ଘରେ ଏକ ମାସର ଭୋକିଲା ବାଘ ଅଛି । ଯଦି ତୁମକୁ ଏହି ଘର ଭିତରୁ ଗୋଟିଏ ଘର ଭିତରକୁ ଯିବାକୁ କୁହାଯିବ ତେବେ ତୁମେ କେଉଁ ଘରକୁ ଯିବ ?

ଉ: ଏକ ମାସ ଭୋକିଲା ବାଘ ଥିବା ଘରକୁ । କାହିଁକି ନା ଏକ ମାସ ଭୋକିଲା ରହିବା ପରେ ବାଘଟି ମରି ଯାଇଥିବ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।