‘ମୋତେ ନୁହେଁ ଭଗବାନ ହ୍ୟୁମାନଙ୍କୁ ସଦବୁଦ୍ଧି, ହେଲେ ସେ…’ Humane Sagar ଙ୍କ ବିଷୟରେ ଦେଖନ୍ତୁ କଣ କହିଲେ Japani ଭାଇ, ଦେଖନ୍ତୁ Video

ଓଡିଆ ସଙ୍ଗୀତ ଜଗତର ଲୋକପ୍ରିୟ ଗାୟକ ହୁମାନ ସାଗରଙ୍କ ବିରୋଧରେ ଉଠିଥିବା ବିବାଦ ଏବେ ଧୀରେ ଧୀରେ ଶାନ୍ତ ପଡୁଥିବାର ଦେଖାଯାଉଛି । ସଙ୍ଗୀତ ନିର୍ଦ୍ଦେଶକ ଦେବାଶିଷ ମଲ୍ଲିକ ଓରଫ ଜାପାନୀ ଭାଇ ହ୍ୟୁମାନଙ୍କ ବିରୋଧରେ ଥାନାରେ ଏତଲା ଦେବା ପରେ ମାମଲା ସରଗରମ ହୋଇଥିଲା । ଦୀର୍ଘ 10 ବର୍ଷ ଧରି ହ୍ୟୁମାନ ନିଜ ଗୀତ ମାଧ୍ୟମରେ ଅଲିଉଡ ଇଣ୍ଡଷ୍ଟ୍ରିରେ ରାଜ୍ କରି ଆସୁଛନ୍ତି । ତାଙ୍କର ଗୀତ ଗୁଡିକୁ ଲୋକମାନେ ଖୁବ କରୁଛନ୍ତି ।

ବର୍ତ୍ତମାନ ସମୟରେ ଓଡିଆ ସଙ୍ଗୀତ ଦୁନିଆରେ ସେ ଜଣେ ଆଗାଧଡିର ଗାୟକ । ତେବେ ଜାପାନୀ ଭାଇ ହ୍ୟୁମାନଙ୍କ ବିରୋଧରେ ଏତଲା କାରଣ ତ ଆପଣ ସମସ୍ତେ ଜାଣିଛନ୍ତି । ହ୍ୟୁମାନଙ୍କ କଣ୍ଠରୁ ଗୀତ ଶୁଣିବାକୁ ଲୋକେ ବହୁତ ପସନ୍ଦ କରୁଥିବା ବେଳେ ଅନେକ ସ୍ଥାନରୁ ସେ ଜଗନ୍ନାଥ ଭଜନ ଟିଏ ଗାଇବା ପାଇଁ ତାଙ୍କୁ ଅନୁରୋଧ କରା ଯାଇଥିଲା । ରଥଯାତ୍ରା ସମୟ ବି ପାଖେଇ ଆସୁଛି । ତେଣୁ ହ୍ୟୁମାନଙ୍କୁ ଓଡିଆ ଭଜନ ଗାଇବା ପାଇଁ ଜାପାନୀ ଭାଇ ଅନୁରୋଧ କରିଥିଲେ ।

ଏପରିକି ଦୀର୍ଘ ପାଞ୍ଚ ବର୍ଷ ହେବ ସେ ଅନେକ ସମୟରେ ହ୍ୟୁମାନଙ୍କୁ ଭଜନ ଗାଇବା ପାଇଁ କହି ଆସୁଛନ୍ତି । କିନ୍ତୁ ସବୁ ଥର ସେ ଭଜନ ଗାଇବାକୁ ସିଧା ମନା କରି ଦେଇଛନ୍ତି । ଏଥର ମଧ୍ୟ ଜାପାନୀ ଭାଇ ଯେତେବେଳେ ହ୍ୟୁମାନ ସାଗରଙ୍କୁ ଭଜନ ଗାଇବା କଥା କହିଥିଲେ ସେ ତାଙ୍କ ସହ ବହୁତ ଖରାପ ବ୍ୟବହାର ଦେଖାଇଥିଲେ । ଯାହା ପାଇଁ ଜାପାନୀ ଭାଇ ଖୁବ ମର୍ମାହତ ହୋଇଥିଲେ ।

ହ୍ୟୁମାନଙ୍କ କିଛି ସହଯୋଗୀ ମଧ୍ୟ ଜାପାନୀ ଭାଇଙ୍କୁ କଟକ ଆସିଲେ ମାଡ ମାରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ସେଥିପାଇଁ ଦୁଇ ପାଦ ଆଗକୁ ବଢି ହ୍ୟୁମାନ ସାଗରଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ ଜାପାନୀ ଭାଇ । ଅନେକ ବାଦବିବାଦ ପରେ ଏବେ ଜଗନ୍ନାଥଙ୍କ ଭଜନ ଗାଇବା ପାଇଁ ରାଜି ହୋଇଥିବା ହ୍ୟୁମାନ ଏକ ଭିଡିଓ ମାଧ୍ୟମରେ ପ୍ରକାଶ କରିଛନ୍ତି । ଆଜି ପର୍ଯ୍ୟନ୍ତ ଜଗନ୍ନାଥଙ୍କ ଡୋରି ଲାଗି ନଥିଲା ତେଣୁ ସେ ଭଜନ ଗାଉ ନଥିଲେ ବୋଲି ମଧ୍ୟ ସଫେଇ ଦେଇ କହିଛନ୍ତି ।

ଏହାକୁ ନେଇ ଜାପାନୀ କହିଛନ୍ତି କି, ଜଗନ୍ନାଥ ହୁମାନଙ୍କୁ ସଦବୁଦ୍ଧି ଦିଅନ୍ତୁ । କେଉଁ ଗୀତ ଗାଇବା ନ ଗାଇବା ଏକା ତାଙ୍କ ବ୍ୟକ୍ତିଗତ ଅଧିକାର ହୋଇଥିଲେ ମଧ୍ୟ ହ୍ୟୁମାନ କଥା ଓ ବ୍ୟବହାର ହୋଇ ଯୋଗୁଁ ସେ ବାଧ୍ୟ ହୋଇ ଏପରି ପଦକ୍ଷେପ ନେଲେ ବୋଲି କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।