ଶୀତଦିନେ କେମିତି ନେବେ ପିଲାଙ୍କ ଯତ୍ନ ? ପିଲାଙ୍କୁ ବାରମ୍ବାର ଥଣ୍ଡା ହେଉଥିଲେ କଣ କରିବେ ? Parenting Tips

ଛୋଟ ପିଲାଙ୍କର ପ୍ରାୟ ସବୁବେଳେ ଦେହ ଖରାପ ହୋଇଥାଏ । ଥଣ୍ଡା, ଜ୍ଵର ଓ ଝାଡା ପରି ରୋଗରେ ପିଲାମାନେ ବାରମ୍ବାର ଅସୁସ୍ଥ ହୋଇଥାନ୍ତି । ତେବେ ପିଲାଙ୍କ ଦେହ ଖରାପ ହେବା ତ ସ୍ଵାଭାବିକ କଥା କିନ୍ତୁ ଏପରି ଯଦି ବାରମ୍ବାର ହେଉଛି ତେବେ ଆପଣଙ୍କ ପିଲାର ରୋଗ ପ୍ରତିରୋଧକ ଶକ୍ତି କମ୍ ରହିଛି ବୋଲି ଜାଣିରଖନ୍ତୁ । ଖାସ କରି ଜନ୍ମରୁ ୧୦ ବର୍ଷ ବୟସର ପିଲାଙ୍କର ବିଶେଷ ଧ୍ୟାନ ରଖିବାକୁ ପଡେ । ଡାକ୍ତରଙ୍କ ବିନା ପରାମର୍ଶରେ ପିଲାଙ୍କୁ କୌଣସି ଔଷଧ ସେବନ କରିବାକୁ ଦିଅନ୍ତୁ ନାହିଁ ।

ପିଲାଙ୍କୁ ଥଣ୍ଡା ହେଲେ ଅନେକ ସମୟରେ ସୋରିଷ ତେଲ ଗରମ କରି କିମ୍ବା ସେଥିରେ ରସୁଣ ଓ କଳାଜୀରା ଆଦି ଫୁଟାଇ ପିଲାଙ୍କ ପାଦ ଏବଂ ଦେହରେ ମାଲିସ କରିବାକୁ ମଧ୍ୟ କେହି କେହି ପରାମର୍ଶ ଦିଅନ୍ତି । କିନ୍ତୁ ଏପରି କରିବା ଉଚିତ ନୁହେଁ । କାରଣ ଏହାଦ୍ବାରା ପିଲାଙ୍କ ଛାତିରେ କଫ ଜମିଥାଏ ଓ ଏହା ଆପଣଙ୍କ ପିଲାର ଜୀବନ ପ୍ରତି ବିପଦ ମଧ୍ୟ ଆଣିପରେ । ସେଥିପାଇଁ ପିଲାଙ୍କୁ ଗରମ ତେଲ ମାଲିସ କରିବା ଓ ଗରମ ସେକ ଦେବା ଆଦି ମନକୁ ମନ କିଛି ବି କରିବେ ନାହିଁ ।

ଛୋଟ ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ ଆମେ ଆଜି ଏକ ଘରୋଇ ରେସିପି ଆପଣଙ୍କୁ କହିବୁ ଯାହା ଆପଣ ପିଲାକୁ ଖାଇବାକୁ ଦେଇପାରିବେ । ସୁଜିକୁ ୨-୩ ଘଣ୍ଟା ଯାଏଁ ପାଣିରେ ଭିଜାଇ ରଖନ୍ତୁ । ତା’ପରେ ସେଥିରେ ଗାଜର ଏବଂ ବିଟ୍ କୁ କୋରିକରି ପକାନ୍ତୁ ଓ ବିନ୍ସ, ପିଆଜ ଏବଂ ଧନିଆ ପତ୍ରକୁ ଛୋଟ ଛୋଟ କରି କାଟି ସେଥିରେ ପକାନ୍ତୁ । ଏବେ ସେଥିରେ ଅଳ୍ପ ହଳଦୀ ଓ ସ୍ଵାଦ ଅନୁସାରେ ଲୁଣ ପକାନ୍ତୁ । ଏଥିରୁ ଆପଣ ଚକୁଳି, ଦୋସା, ଇଟିଲି କିମ୍ବା ଛୋଟ ଛୋଟ ବରା ଆଦି ଯାହା ପିଲାକୁ ପସନ୍ଦ ତାହା ପ୍ରସ୍ତୁତ କରିପାରିବେ ।

ପିଲାଙ୍କ ପାଇଁ ଆପଣ ଏସବୁ ସୋରିଷ ତେଲ କିମ୍ବା ଗାଈ ଘିଅରେ ମଧ୍ୟ ପ୍ରସ୍ତୁତ କରିପାରିବେ । ଖାଦ୍ଯକୁ ଏଭଳି ପ୍ରସ୍ତୁତ କରି ପରିବା ଖାଇବାକୁ ଭଲ ପାଉ ନଥିବା ପିଲାକୁ ଆପଣ ପରିବା ଖୁଆଇ ପାରିବେ । ପିଲା ଟିକେ ବଡ ହେବା ପରେ ତାକୁ ସମସ୍ତ ପ୍ରକାର ପ୍ରୋଟିନ ଓ ଭିଟାମିନ ଯୁକ୍ତ ଖାଦ୍ଯ ଖାଇବାକୁ ଦେବା ଆବଶ୍ୟକ । ଏହାଦ୍ବାରା ପିଲାଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ । ଶୀତଦିନେ ପିଲାଙ୍କୁ ସବୁବେଳେ ଉଷୁମ ଖାଦ୍ୟ ଦେବାକୁ ଚେଷ୍ଟା କରନ୍ତୁ ।

ଦହି ଓ ଫ୍ରିଜରେ ଥିବା ପାଣି କିମ୍ବା ଖାଦ୍ୟପଦାର୍ଥ ପିଲାଙ୍କୁ ଆଦୌ ଦିଅନ୍ତୁ ନାହିଁ । ପିଲାର ଦେହ ସୁସ୍ଥ ରହିଲେ ତା ମନ ମଧ୍ୟ ସକ୍ରିୟ ରହିବ । ଯାହାଫଳରେ ପାଠ ପଢିବାରେ ମନ ଲାଗିବା ସହ ପିଲା ଖେଳକୁଦ ଓ ଗୀତ ନାଚ ଆଦିରେ ମଧ୍ୟ ରୁଚି ରଖିବ । ପିଲାଙ୍କୁ ସୁଷମ ଖାଦ୍ୟ ଦେବା ସହ ଉତ୍ତମ ଶିକ୍ଷା ଦିଅନ୍ତୁ ଓ ତାଙ୍କର ଯତ୍ନ ନିଅନ୍ତୁ ଦେଖିବେ ଆପଣଙ୍କ ପିଲା ଏକଦମ ଫିଟ୍ ରହିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।