ଶରୀରକୁ ସୁସ୍ଥ ରଖିବା ପାଇଁ ୮ଘଣ୍ଟା ଶୋଇବା ଅତ୍ୟନ୍ତ ଜରୁରୀ । ଖାଲି ଶରୀର ନୁହେଁ ବରଂ ମନକୁ ସୁସ୍ଥ ରଖିବା ପାଇଁ ମଧ୍ୟ ଭଲ ନିଦର ଆବଶ୍ୟକତା ରହିଛି । କିନ୍ତୁ ଅନେକ ଲୋକଙ୍କୁ ଠିକ ସମୟରେ ନିଦ ଆସେନାହିଁ । ଫଳରେ ସେମାନେ ସାରା ରାତି ଚାହିଁ ରହିଥାନ୍ତି । ରାତିରେ ଭଲ ନିଦ ନହେଲେ ମସ୍ତିଷ୍କ ଉପରେ ଏହାର କୁପ୍ରଭାବ ପଡିଥାଏ । ତେବେ ଭଲ ନିଦରେ କିପରି ଶୋଇବେ ? ଆସନ୍ତୁ ଜାଣିବା ବରିଷ୍ଠ ଶ୍ଵାସ ଏବଂ ନିଦ୍ରାରୋଗ ବିଶେଷଜ୍ଞ ଡାକ୍ତର ଦାମୋଦର ବିନ୍ଧାଣିଙ୍କ ଠାରୁ ।
ଆମ ଜୀବନର ୨୭ ବର୍ଷ ତଥା ଏକ ତୃତୀୟାଂଶ ଭାଗ ଆମେ ଶୋଇ ରହିଥାଉ । ଖାଦ୍ୟପାନୀୟ ଭଳି ନିଦ ବିନା ଆମେ ବଞ୍ଚିବା ଅସମ୍ଭବ । ନିଦ ଆମ ଜୀବନର ଏକ ଅପରିହାର୍ଜ୍ୟ ଜିନିଷ । ନିଦ ନେହେଲେ ଆମ ଶରୀର ଓ ମନ ଉଭୟ ଅସୁସ୍ଥ ହୋଇପଡେ । ହେଲେ ଆଜିର ଡିଜିଟାଲ ଯୁଗରେ ଆମ ନିଦ ଅନେକ ମାତ୍ରାରେ ବାଧାପ୍ରାପ୍ତ ହେଉଛି । ଭଲରେ ଟିକେ ଶୋଇବା ଆମ ପକ୍ଷରେ ଆସୁ ସମ୍ଭବ ହେଉନାହିଁ ।
ଆଉ ଭଲରେ ନ ଶୋଇବା ଯୋଗୁଁ ହିଁ ଆମ ଶରୀରରେ ସବୁ ପ୍ରକାରର ରୋଗ ଦେଖାଦିଏ । ତେଣୁ କେମିତି ଟିକେ ଭଲରେ ଶୋଇବା ତାହା ଆମେ ଚେଷ୍ଟା କରିବା ଆବଶ୍ୟକ । ନିଦ ନେହେବା ଯୋଗୁଁ ହୃଦରୋଗ, ଡାଇବେଟିସ, ବ୍ଲଡ଼ ପ୍ରେସର ଆଦି ଭୟଙ୍କର ରୋଗ ସୃଷ୍ଟି ହୋଇଥାଏ ।
ତେଣୁ ଏହିସବୁ ରୋଗରୁ ରକ୍ଷା ପାଇବା ପାଇଁ ଏବଂ ଅନିଦ୍ରତାରୁ ବଞ୍ଚିବା ପାଇଁ ଆମକୁ ପ୍ରଥମେ ମାନସିକ ସ୍ତରରେ ପ୍ରସ୍ତୁତ ହେବା ଉଚିତ । ଆଉ ସେଥିପାଇଁ ନିଜକୁ ହିଁ ଏକ ପରିବେଶ ତିଆରି କରିବାକୁ ହେବ । ସାତରୁ ଆଠ ଘଣ୍ଟା ଶୋଇବା ସମୟାକୁ ପୂରଣ କରିବାକୁ ହେଲେ ସବୁବେଳେ ଶୀଘ୍ର ଶୋଇବା ପାଇଁ ଚେଷ୍ଟା କରିବା ଉଚିତ । ସାଢେ ଆଠଟା ସୁଦ୍ଧା ସମସ୍ତ କମ ଶେଷ କରି ରାତି ୯ଟା ସୁଦ୍ଧା ସବୁବେଳେ ଭୋଜନ କରିବାକୁ ଚେଷ୍ଟା କରନ୍ତୁ ।
ଘରର ପରିବେଶକୁ ଓ ଅନ୍ୟ ସଦସ୍ୟଙ୍କୁ ମଧ୍ୟ ଏଥିପାଇଁ ଶୃଙ୍ଖଳିତ କରିବାକୁ ହେବ । ଆଉ ସବୁଠୁ ବଡ କଥା ହେଲା ଶୋଇବା ବେଳେ ବିଭ୍ରାଟ ସୃଷ୍ଟି କରିବା ଭଳି କୌଣସି ଜିନିଷ ପାଖରେ କୌଣସି ରଖନ୍ତୁ । ଅତିବାଇଗଣି ରଶ୍ମି ଯୁକ୍ତ ସମସ୍ତ ଉପକରଣ ଯଥା:- ମୋବାଇଲ, ଟ୍ଯାବ ଓ ଟିଭି ଆଦି ଶୋଇବା ସ୍ଥାନରୁ ଦୂରେଇ ରଖନ୍ତୁ ।
ଅତ୍ୟଧିକ ଥଣ୍ଡା କିମ୍ବା ଅତ୍ୟଧିକ ଗରମ ମଧ୍ୟ ଶୋଇବାରେ ବାଧା ସୃଷ୍ଟି କରେ । ତେଣୁ ବେଡରୁମରେ ଆରାମଦାୟକ ପରିବେଶ ତିଆରି କରନ୍ତୁ । ଶୋଇବାରେ ବ୍ୟବହାର କରୁଥିବା ସମସ୍ତ ଜିନିଷକୁ ସଫାସୁତୁରା ରଖନ୍ତୁ । ଏହାପରେ ବି ଯଦି ନିଦ ହେଉନି ତେବେ ଆପଣ ଶୋଇବା ପୂର୍ବରୁ ହାଲୁକା ମ୍ୟୁଜିକ ଶୁଣନ୍ତୁ, ଉଷୁମ ପାଣିରେ ଗାଧାନ୍ତୁ କିମ୍ବା ଏମିତି ଏକ ମ୍ୟାଗାଜିନ ବା ବହି ପଢନ୍ତୁ ଯାହା ଆପଣଙ୍କର ପଢିବାକୁ ଇଚ୍ଛା ନଥିବ ।
ଏହାଦ୍ବାରା ଦେଖିବେ ଧୀରେ ଧୀରେ ଆପଣଙ୍କୁ ନିଦ ଆସିବା ଆରମ୍ଭ ହୋଇଯିବ । ସୁସ୍ଥ ଜୀବନଶୈଳୀ ଅତିବାହିତ କରିବା ସହ ଖାଦ୍ଯପେୟରେ ସନ୍ତୁଳନ ରକ୍ଷା କରନ୍ତୁ ଦେଖିବେ ଆପଣଙ୍କୁ ଭଲ ନିଦ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।