ହସ୍ପିଟାଲ ବେଡ଼ରେ ଖାଉଛି ରାହୁଲ, ସାମ୍ନାକୁ ଆସିଲା Hospital Bed ରୁ ପ୍ରଥମ ଦୃଶ୍ୟ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଛତିଶଗଡ଼ ଜାଞ୍ଜଗିର-ଚମ୍ପା ଜିଲ୍ଲା ବୋରୱେଲରୁ ଉଦ୍ଧାର ରାହୁଲ ସାହୁ ଏବେ ବିଳାଶପୁର ଅପଲୋ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି । ଏଠାରେ ତାଙ୍କ ଚିକିତ୍ସା କରୁଥିବା ଡାକ୍ତର ମାନେ ଆଗାମୀ ୨ ଦିନ ରାହୁଲଙ୍କ ଲାଗି ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି । କାରଣ ରାହୁଲ ସଂକ୍ରମଣର ଶିକାର ହୋଇଛି ବୋଲି ଡାକ୍ତର କହିଛନ୍ତି । ଅପଲୋ ହସ୍ପିଟାଲର ଡାକ୍ତର ସୁଶୀଲ କୁମାର ପିଲାଟିର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କହିଛନ୍ତି ।

ରାହୁଲ ଏବେ ଖାଦ୍ୟ ବି ଖାଇଲାଣି ବୋଲି ସେ କହିଛନ୍ତି । ତେବେ ସକାଳେ ଅଳ୍ପ ଜ୍ଵର ମଧ୍ୟ ଆସିଥିଲା । ତେବେ ଏ ପର୍ଯ୍ୟନ୍ତ ରାହୁଲର ଯେଉଁ ଯାଞ୍ଚ ରିପୋର୍ଟ ଆସିଛି ସେଥିରେ ରାହୁଲଙ୍କୁ ବ୍ୟାକ୍ଟେରିଆଲ ଇନଫେକ୍ସନ ହୋଇଛି । ତାଙ୍କର ଚର୍ମ ଅନେକ ସ୍ଥାନରେ ଛେଲି ହୋଇଯାଇଛି । ଏଣୁ ପିଲାଟିକୁ ଅଧିକ ଇନଫେକ୍ସନ ହୋଇଯାଇଛି । ଇନଫେକସନର ମାର୍କର ବଢିକି ରହିଛି । ଏଣୁ ସଂକ୍ରମଣ ଥିବାରୁ ବାରମ୍ବାର ଜ୍ୱର ଆସୁଛି ।

ଡାକ୍ତର ସୁଶୀଲ କୁମାର ପିଲାଟିର ଚିକିତ୍ସାରେ ଇନ୍ଦ୍ରପ୍ରସ୍ଥ ଅପୋଲୋର ବରିଷ୍ଠ ଡାକ୍ତର ମାନଙ୍କ ପରାମର୍ଶ ନିଆଯିବ ବୋଲି କହିଛନ୍ତି । ଏ ପର୍ଯ୍ୟନ୍ତ ତାର ସବୁ ଟେଷ୍ଟର ରିପୋର୍ଟ ଆସି ନାହିଁ ।ତେବେ ବୋରେଓ୍ୱଲ ଭିତରେ ଖସିପଡ଼ିଥିବା ୧୦ ବର୍ଷର ବାଳକ ରାହୁଲକୁ ଉଦ୍ଧାର ପାଇଁ ସବୁ କଳ, ବଳ, କୌଶଳ ଏକାଠି ଉଦ୍ଧାର କରିବା ପାଇଁ ଲାଗି ପଡ଼ିଥିଲା ମିଳିତ ରେସ୍‌କ୍ୟୁ ଟିମ୍ ।ସୋମବାର ରାତି ସୁଦ୍ଧା ରେସ୍‌କ୍ୟୁ ଟିମ୍ ରାହୁଲ ପାଖରେ ପହଞ୍ଚି ସାରିଥିଲା ।

ତେବେ ରାହୁଲ ଓ ରେସ୍‌କ୍ୟୁଟିମ୍ ମଧ୍ୟରେ ଦୂରତା ଥିଲା ମାତ୍ର କେଇ ଇଞ୍ଚ । ହେଲେ ସେଇ କେଇ ଇଞ୍ଚର ଦୂରତା ଅତିକ୍ରମ କରିବା ରେସ୍‌କ୍ୟୁ ଟିମ୍ ପାଇଁ ଥିଲା କଠିନ ବ୍ୟାପାର । କାରଣ ଏକ ଶକ୍ତ ପଥୁରିଆ ଚଟାଣ ହିଁ ସାଜିଥିଲା ବଡ଼ ପ୍ରତିବନ୍ଧକ । ତେଣୁ ଏଇ କେଇ ଇଞ୍ଚର ଦୂରତା ହଟାଇବାକୁ ଅତି ସନ୍ତର୍ପଣ ଓ ସତର୍କତାର ସହ ଆଗକୁ ବଢିଥିଲା ରେସ୍କ୍ୟୁ ଟିମ୍ । ରେସ୍କ୍ୟୁ ଅପରେସନର ଶେଷ ଦିନରେ ଅର୍ଥାତ୍‌ ଗତକାଲି ଶେଷ ମୁହୂର୍ତ୍ତରେ ସାମିଲ ହୋଇଥିଲା ସେନା ।

ଏନଡ଼ିଆରଏଫ, ଏସଡ଼ିଆରଏଫ ଓ ଅନ୍ୟ ଏଜେନ୍ସିର ମିଳିତ ଟିମ୍‌ର ଅନବରତ ଅପରେସନକୁ ବଳ ଯୋଗାଇଥିଲେ ସେନାର ବରିଷ୍ଠ ଓ ଅଭିଜ୍ଞ ଟିମ୍ । ତେବେ ଅପରେସନରେ ମୋଟ ୧୫୦ ଅଧିକାରୀ ନିୟୋଜିତ ହୋଇଥିଲେ । ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଓ ଏସପିଙ୍କ ନେତୃତ୍ୱରେ ୫୦୦ରୁ ଅଧିକ କର୍ମଚାରୀଙ୍କୁ ନେଇ ରେସ୍କ୍ୟୁ ଚାଲିଥିଲା ଅପରେସନ୍ । ରାହୁଲ ଫସି ରହିଥିବା ବୋର୍‌ୱେଲ୍‌ ଗାତ ଭିତରେ ଜଳପତ୍ତନ ବଢ଼ି ନଯିବା ଲାଗି ସ୍ଥାନୀୟ ଅଞ୍ଚଳର ସମସ୍ତ ବୋର୍‌ୱେଲ୍‌ ପଏଣ୍ଟ ଗୁଡ଼ିକୁ ଖୋଲି ଦିଆଯାଇଥିଲା ।

ରେସ୍କ୍ୟୁ ଅପରେସନର ନେତୃତ୍ୱ ନେଉଥିବା ଜିଲ୍ଲାପାଳ ଓ ଏଡିଏମ୍ ଉଭୟ ସିଭିଲ ଇଂଜିନିୟର ହୋଇଥିବାରୁ ସେମାନଙ୍କ ଅଭିଜ୍ଞତାକୁ ଭରପୁର ଉପଯୋଗ କରିଥିଲେ ରେସ୍କ୍ୟୁ ଟିମ୍ ।ଶେଷରେ ୧୦୪ ଘଣ୍ଟାର ଅପରେସନ ପରେ ପଥର ଚଟାଣ କାଟି ରାହୁଲକୁ ସୁରକ୍ଷିତ ଭାବେ ବୋର୍‌ୱେଲ୍‌ ଭିତରୁ ଉଦ୍ଧାର କରାଯାଇଥିଲା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।