ହୋସ ଉଡେଇଲା ବିଦ୍ୟୁତ ବିଲ୍ ! ଚାଳ ଛପର ଘରେ ଜଳୁଛି ଗୋଟିଏ ବଲ୍ୱ, ଗୋଟିଏ ଫ୍ୟାନ ଚାଳ, କିନ୍ତୁ ମାସକର ବିଦ୍ୟୁତ୍ ବିଲ୍ ଆସିଛି ୪ ଲକ୍ଷରୁ ଅଧିକ ଟଙ୍କା, ଏହା କିପରି ସମ୍ଭବ ?

ଝାଟିମାଟିର ଘର ଆଉ ସେଥିରେ ଜଳୁଛି କେବଳ ଗୋଟିଏ ବଲ୍ ଆଉଆ ଗୋଟିଏ ଫ୍ୟାନ । କିନ୍ତୁ ମାସକର ବିଦ୍ୟୁତ ବିଲ୍ଲ ଆସିଛି ୪ ଲକ୍ଷ ୯୦ ହଜାର ଟଙ୍କା । କଥା ତା ଆଶ୍ଚର୍ଯ୍ୟ ଲାଗିଥିଲେ ବି ସତ । ଗରିବ ପରିବାର ଉପରେ ବୋଝ ବନିଯାଇଛି ବିଦ୍ୟୁତ ବିଲ । ଏଭଳି ଏକ ଘଟଣା ଶୁଣିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକ ଡିଆଁଡେଇଁ ଗ୍ରାମରୁ । ଏହି ଗ୍ରାମର ଲକ୍ଷ୍ମଣ ନାହକ ନାମକ ଜଣେ ବ୍ୟକ୍ତିଙ୍କ ଘରକୁ ଆସିଛି ୪,୯୦,୬୧୨/- ଟଙ୍କାର ବିଦ୍ୟୁତ ବିଲ୍ । ତାହା ବି କେବଳ ଚଳିତ ମାସର ।

ତାଙ୍କୁ ଗତ ୪-୫ଦିନ ତଳେ ଟାଟା ପାୱାର କର୍ମଚାରୀ ମାନେ ଆସି ତାଙ୍କୁ ମାସିକିଆ ବିଦ୍ୟୁତ ବିଲ୍ ଦେଇଥିଲେ । ବିଲ୍ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଲକ୍ଷ୍ମଣ । କାରଣ ଗତ ମାସରେ ତାଙ୍କର ମାସିକ ବିଦ୍ୟୁତ ବିଲ୍ ମାତ୍ର ୧୧୮୪/- ଟଙ୍କା ରହିଥିବା ବେଳେ ଚଳିତ ମାସରେ ପ୍ରାୟ ୫ ଲକ୍ଷ ପାଖାପାଖି ଟଙ୍କା କେଉଁଠୁ ଆସିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିପରି ଗ୍ରାମର ସୁମିତ୍ରା ବାହକ ଗୋଟିଏ ଛୋଟିଆ ଚାଳ ଘରେ ରହୁଥିବା ବେଳେ ଘରେ  ଗୋଟିଏ ବଲ୍ ଓ ଫ୍ୟାନ ଲାଗିଛି । ଦିନ ବେଳା ବଲ୍ ଓ ଫ୍ୟାନ ଅନେକ ସମୟ ବନ୍ଦ ମଧ୍ୟ ରହିଥାଏ । କିନ୍ତୁ ତାଙ୍କର ମଧ୍ୟ ଏହି ସମାନ ସ୍ଥିତି । ଚଳିତ ମାସରେ ୫୧୬୭୩/- ଟଙ୍କା ବିଲ୍ ଆସିଛି ।

କେବଳ ଲକ୍ଷ୍ମଣ ଓ ସୁମିତ୍ରା ନୁହନ୍ତି, ଗ୍ରାମର ଆଉ ଜଣେ ବ୍ୟକ୍ତି ବିପ୍ରଚରଣ ନାୟକଙ୍କ ମଧ୍ୟ ୫୬ ହଜାରରୁ ଅଧିକ ଟଙ୍କା ବିଲ୍ ଆସିଥିବା ଅଭିଯୋଗ ହୋଇଛି । ଗତ ମାସରେ ମାତ୍ର ୬୦/- ଟଙ୍କା ବିଲ୍ ଆସିଥିବା ବେଳେ ଚଳିତ ମାସରେ ଏତେ ଟଙ୍କାର ବିଲ ଦେଖି ସେ ମଧ୍ୟ ଚିନ୍ତାରେ ପଡି ଯାଇଛନ୍ତି । ତେବେ ଏହି ଗ୍ରାମରେ ଏକାଧିକ ପରିବାର ଏହିପରି ତ୍ରୁଟିପୂର୍ଣ୍ଣ ବିଦ୍ୟୁତ ବିଲ୍ ର ଶିକାର ହୋଇଛନ୍ତି । ଅଭିଯୋଗ କରିବାରୁ ବିଦ୍ୟୁତ ବିଭାଗୀୟ ଅଧିକାରୀ ବିଲ୍ ସଂଶୋଧନ କରିବେ କହି ଚାଲି ଯାଉଛନ୍ତି । କିନ୍ତୁ ପର ମାସରେ ସେହିପରି ଲକ୍ଷାଧିକ ଟଙ୍କାର ବିଲ୍ ଆସୁଛି । ତେବେ ଏଠି ପ୍ରଶ୍ନ ଉଠୁଛି କଣ ଏହି ଘଟଣା ଉପରେ ବିଦ୍ୟୁତ ବିଭାଗର ନଜର ପଡୁନି ?

ମନଇଚ୍ଛା ବିଲ କାଟି ଚାଲି ଯାଉଥିବା ବିଦ୍ୟୁତ ବିଭାଗୀୟ ଅଧିକାରୀ କେବେ ଏହାର ସଂଶୋଧନ କରିବେ ଦେଖିବାକୁ ବାକି ରହିଲା । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।