ବନ୍ଧୁଗଣ ଥରେ ଆପଣଙ୍କ ଦାନ୍ତ ଗନ୍ଧିଆ ଏବଂ ହଳଦିଆ ହୋଇଗଲେ ଆଉ ଯେତେ ଟୁଥ୍ ପେଷ୍ଟ ଓ ବ୍ରଶ ବ୍ଯବହାର କାଲେ ମଧ୍ୟ ତାହା ସଂପୂର୍ଣ୍ଣ ଭାବେ ସଫା ହୁଏ ନାହିଁ । ଆଜି ଆମେ ଆପଣଙ୍କୁ ପ୍ରାକୃତିକ ଉପାୟରେ ଗୋଟିଏ ପ୍ରଭାବଶାଳୀ ଉପଚାର ବନେଇ ଦେଖେଇବୁ ।
ଯାହା ଆପଣଙ୍କ ଦାନ୍ତ ଉପରେ ଜମିଥିବା ମଇଳା, ଦାଗ ଓ କଳାପଣକୁ ଦୂର କରିଦେବ ଏବଂ ଆପଣଙ୍କ ଦାନ୍ତକୁ ବିଲକୁଲ ଚମକଦାର ଓ ଧଳା ବନେଇ ଦେବ । ଏହି ଉପଚାରଟି ଏତେ ପ୍ରଭାବଶାଳୀ ଅଟେ ଯେ ଏହା ପ୍ରଥମ ଥର ବ୍ୟବହାର କରିବା ଠାରୁ ହିଁ ଆପଣଙ୍କ ଦାନ୍ତରେ ଏହାର ପ୍ରଭାବ ଦେଖାଯିବ । ଦାନ୍ତ ସଫା କରିବାକୁ ବାହାରକୁ ଗଲେ ବହୁତ ଅଧିକ ପଇସା ଖର୍ଚ୍ଚ ହୋଇଥାଏ । ଯଦି ଆପଣ ବିନା କିଛି ଖର୍ଚ୍ଚରେ ଘରେ ନିଜ ଦାନ୍ତକୁ ସଫା କରିବାକୁ ଚାହାନ୍ତି ତେବେ ଏହି ଉପଚାରକୁ ନିଶ୍ଚୟ ଥରେ ଘରେ କରି ଦେଖନ୍ତୁ ।
ଅନେକ ଲୋକଙ୍କ ଦାନ୍ତ ଏଥିପାଇଁ ହଳଦିଆ ହୋଇଯାଏ, କାରଣ ସେମାନେ ଠିକ ଭାବେ ବ୍ରଶ କରନ୍ତି ନାହିଁ । ଆହୁରି ମଧ୍ୟ ଅନେକ ଲୋକ ବିଡି, ଗୁଟଖା, ଖଇନି ଓ ତମାଖୁର ଖୁବ ଅଧିକ ସେବନ କରନ୍ତି । ସେଥିପାଇଁ ସେମାନଙ୍କ ଦାନ୍ତ ଆହୁରି ଅଧିକ ମଇଳା ଓ ହଳଦିଆ ହୋଇଯାଏ । ଯାହା ସଫା କରିବା ଅଧିକ କଷ୍ଟକର ହୋଇପଡେ । ଏହି ସମସ୍ତ ଲୋକଙ୍କ ପାଇଁ ଏହି ଉପଚାର ବହୁତ ଅଧିକ ଉପଯୋଗୀ ଓ ଆବଶ୍ୟକ ମଧ୍ୟ ଅଟେ ।
ଆପଣ ଯେତେ ସଫାସୁତୁରା ରୁହନ୍ତୁ ଏବଂ ଯେତେ ନୂଆ ନୂଆ ଡ୍ରେସ ପିନ୍ଧନ୍ତୁ ନା କାହିଁକି, ଯଦି ଆପଣଙ୍କ ଦାନ୍ତ ଅପରିଷ୍କାର ଥାଏ ତେବେ ସମସ୍ତେ ଆପଣଙ୍କୁ ଅପରିଷ୍କାର ଲୋକ ବୋଲି ଭାବନ୍ତି । ଦାନ୍ତ ସଫା ରହିଲେ ଆପଣଙ୍କ ହସ ମଧ୍ୟ ଖୁବ ସୁନ୍ଦର ଲାଗେ । ଏହି ଉପଚାରଟି ବହୁତ ଛୋଟ ଅଟେ । ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ ଯେଉଁ ଟୁଥ୍ ପେଷ୍ଟ ବ୍ୟବହାର କରନ୍ତି ସେଥିରୁ ଅଳ୍ପ ନିଅନ୍ତୁ ଓ ସେଥିରେ ମାତ୍ର ଗୋଟିଏ ଚୁଟକି ହଳଦୀ ଭଲ ଭାବେ ମିଶାନ୍ତୁ । ହଳଦୀ ଆପଣଙ୍କ ଦାନ୍ତ ସଫା କରି ଦାଗ ଦୂର କରିବାରେ ଜବରଦସ୍ତ ସାହାଯ୍ୟ କରିବା ।
ଏହାପରେ ସେଥିରେ ଏକ ଚାମୁଚ ଲେମ୍ବୁ ରସ ମିଶାନ୍ତୁ । ଏଥିରେ ଥିବା ସାଇଟ୍ରିକ ଏସିଡ ବା ଭିଟାମିନ-ସି ମଧ୍ୟ ଆପଣଙ୍କ ଦାନ୍ତ ସଫା କରିବାରେ ସହାୟକ କରିଥାଏ । ଶେଷରେ ଏଥିରେ ଦୁଇ ଚୁଟକି ମାତ୍ରାରେ ବେକିଂ ପାଉଡର ଭଲ ଭାବେ ମିଶାଇ ଦିଅନ୍ତୁ ଓ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଉପଚାର । ଯେଉଁ ସାମଗ୍ରୀ ଯେତିକି ମାତ୍ରାରେ ନେବାକୁ କୁହାଗଲା ସେତିକି ମାତ୍ରାରେ ହିଁ ନିଅନ୍ତୁ । ସେଗୁଡିକର ଅଧିକ ମାତ୍ରାରେ ବ୍ୟବହାର ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ ।
ଏହି ଉପଚାର ଉଭୟ ପୁରୁଷ ଏବଂ ମହିଳା ପ୍ରୟୋଗ କରି ପାରିବେ । ଏହି ମିଶ୍ରଣରେ ଆପଣ ଭଲଭାବେ ବ୍ରଶ କରି ଦେଖନ୍ତୁ । ଦେଖିବେ ଆପଣଙ୍କ ଦାନ୍ତ ଏବଂ ମୋତି ପରି ଚମକି ଉଠିବ । ଆମ ପୋଷ୍ଟ ଆପଣଙ୍କୁ କେମିତି ଲାଗିଲା କମେଣ୍ଟ କରି ଜଣେଇବେ ଓ ଆପଣଙ୍କ ବନ୍ଧୁ ମାନଙ୍କ ସହ ମଧ୍ୟ ସେୟାର କରନ୍ତୁ । ଆଉ ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।