ବାଳରେ ତେଲ ନୁହେଁ କେବଳ ଲଗାଇ ଦିଅନ୍ତୁ ଏହି ଜିନିଷ, ନା ବାଳ ଝଡିବ ନା ହେବ ଡ୍ୟାଣ୍ଡ୍ରଫ, ହେବ ଚମକଦାର ଓ ଲମ୍ବା

ମୁଣ୍ଡରେ ତେଲ ନୁହେଁ ଏହି ପ୍ରତିକାର ଲଗାନ୍ତୁ, ଜମା ବି ବାଳ ସମସ୍ୟା ରହିବ ନାହିଁ । ତେଲ ଜାଗାରେ ଏହି ଜିନିଷକୁ ଆପଣ ଲଗାଇ ପାରିବେ । ଆସନ୍ତୁ ଜାଣିବା ଏହାର ପ୍ରଣାଳୀ ପ୍ରକ୍ରିୟା ବିଷୟରେ‌ । ପ୍ରଥମେ ଗ୍ୟାସ୍ ଅନ୍ କରି ସେଥିରେ ଏକ pan(ପାତ୍ର) ରେ ଏକ ବଡ଼ ଗ୍ଳାସ୍ ରେ ପାଣି ସେହି ପାତ୍ରରେ ଢାଳି ଦିଅନ୍ତୁ । ତାପରେ ସେଥିରେ ଗୋଟିଏ ମୁଠି ଭୁସଙ୍ଗ ପତ୍ର ପକାନ୍ତୁ ‌ ।

ଭୁସଙ୍ଗ ପତ୍ରରେ ବହୁତ ପରିମାଣରେ ପ୍ରୋଟିନର ମାତ୍ରା ଅଧିକ ଥାଏ ଏବଂ ଔଷଧୀୟ ଗୁଣ ମଧ୍ୟ । ତାପରେ ଆମେ ସେଥିରେ କିଛି ଚା ମିଶାଇ ଦବା‌ । ଚା ପତ୍ରର ପାଣି ପ୍ରାକୃତିକ ରଙ୍ଗ ଦେଇଥାଏ ଏବଂ ବାଳ ଧଳା ହବାରୁ ରକ୍ଷା କରିଥାଏ ‌ଏବଂ ବାଳ ଝଡ଼ିବା କମ୍ କରିଥାଏ । ଏହାପରେ ମେଥି ଏକ ଚାମଚ ସେଥିରେ ମିଶାନ୍ତୁ, ଯାହା ବହୁତ ଉପଯୋଗୀ ହୋଇଥାଏ । ମେଥି ପାଣି ବାଳକୁ ସୁନ୍ଦର, ଘନ, ମଜବୁତ୍ ଏବଂ କଳା ରଖେ ।

ଏହାକୁ ମିଶାଇ ସାରିଲା ପରେ ତାହାକୁ ୫ରୁ ୭ ମିନିଟ୍ ଯାଏ ପାଣିକୁ ଗରମ କରନ୍ତୁ ଅଳ୍ପ ଆଞ୍ଚରେ କାରଣ ଯେତେ ବି ଗୁଣ ଅଛି ଏହି ନିମ ପତ୍ର, ମେଥିଦାନା ଏବଂ ଚା ପତ୍ରର । ୫ ମିନିଟ୍ ପରେ ଦେଖିବେ ଅଳ୍ପ ଏହାର ରଙ୍ଗ ବଦଳି ଯାଇ ଥିବ । ଏଥିରେ କେବଳ ଗୁଣ ମିଳେନାହିଁ, ପ୍ରାକୃତିକ ରଙ୍ଗ ମଧ୍ୟ ଦିଏ ବାଳକୁ ବହୁତ ସାହାଯ୍ୟ କରିଥାଏ ଯାହା ବହୁତ ଉପଚାର ମିଳିଥାଏ ।

ଏହି ଉପଚାରକୁ ବାଳ ଧୋଇବା ପୂର୍ବରୁ ବ୍ୟବହାର କରିବାକୁ ପଡ଼ିବ । ଏହାକୁ ଫୁଟାଇବା ପରେ ପାଣିକୁ ଥଣ୍ଡା କରନ୍ତୁ । ଏହା ଥଣ୍ଡା ହେବାପରେ ଏକ ପାତ୍ରରେ ଛାଣି ରଖନ୍ତୁ । ବର୍ତମାନ ଏହି ଉପଚାର ପ୍ରସ୍ତୁତ ହୋଇ ସାରିଛି । ତାପରେ ଆପଣ ସେଥିରେ ନଡ଼ିଆ ତେଲ ଏକ ଚାମଚ ମିଶାନ୍ତୁ, ଯଦି ନଡ଼ିଆ ତେଲ ନାହିଁ ତେବେ ଅନ୍ୟ ଯେଉଁ ତେଲ ଆପଣ ବ୍ୟବହାର କରୁଛନ୍ତି ତାକୁ ଏକ ଚାମଚ ମିଶାନ୍ତୁ ।

ଏହି ଉପଚାରକୁ ଥରେ ଲଗାଇବା ମାତ୍ରେ ଆପଣଙ୍କୁ ତେଲ ଲଗାଇ ବାକୁ ଆବଶ୍ୟକ ପଡ଼ିବ ନାହିଁ । ଏଥିରେ ଆମେ ତେଲ ବି ମିଶାଇ ସାରିଛୁ ଯାହା ତେଲର ପୋଷଣ ସମ୍ପୂର୍ଣ୍ଣ ଆପଣଙ୍କୁ ମିଳିଯିବ ଏବଂ ଆପଣଙ୍କ ବାଳ ତେଲିଆ ମଧ୍ୟ ହବ ନାହିଁ ଯାହାଦ୍ଵାରା ଆପଣଙ୍କୁ ବହୁତ ଲାଭ ହୋଇଥାଏ । ଏହି ଉପଚାରରେ ଆପଣଙ୍କୁ ବହୁତ ଭିଟାମିନ ମିଳେ ଯାହା ଆପଣଙ୍କ ବାଳ ଲମ୍ବା, ଘନ ଏବଂ କଳା ହୋଇଥାଏ ।

ଯଦି ଆପଣଙ୍କ ବାଳ ଧଳା ହୋଇଯାଇଛି କିମ୍ବା ଧଳା ହେଉଛି ତେବେ ଏହା ଆପଣଙ୍କୁ ରଙ୍ଗ ଦେବ । ଏହି ଜିନିଷକୁ ଆପଣ ଏକ ସ୍ପ୍ରେ ବୋତଲରେ ରଖି ଦିଅନ୍ତୁ । ଯେତେବେଳେ ଆପଣ ବାଳ ଧୋଇବାକୁ ଯାଉଛନ୍ତି ତା ପୂର୍ବରୁ ଆପଣ ଏହାକୁ ବାଳରେ ସ୍ପ୍ରେ କରନ୍ତୁ । ଏହାକୁ ଆପଣ ଅତି କମରେ ୧୫ ଦିନ ପର୍ଯ୍ୟନ୍ତ ରଖି ପାରିବେ । ଏହି ଉପଚାର ଆପଣଙ୍କ ବାଳରେ ବହୁତ ଫରକ୍ ଆଣିବ‌ ।

ଧ୍ୟାନ ରଖିବେ ଯେତେବେଳେ ଆପଣ ସ୍ପ୍ରେ କରୁଛନ୍ତି ବାଳରେ ତେବେ ଭଲଭାବରେ ମୁଣ୍ଡକୁ ମାଲିସ୍ କରନ୍ତୁ । ଯେତେ ଭଲ ଭାବରେ ଆପଣ ମାଲିସ୍ କରିବେ ସେତିକି ଭଲ ରେଜଲ୍ଟ ମିଳିବ‌ । ଏହାପରେ ଆପଣ ଏକ ଘଣ୍ଟା ଅପେକ୍ଷା କରନ୍ତୁ ନହେଲେ ଗୋଟିଏ ରାତି, ତାପରେ ଆପଣ ଯେକୌଣସି ସାମ୍ପୂରେ ଆପଣ ମୁଣ୍ଡକୁ ସଫା କରି ପାରିବେ ‌ । ଏହି ଘରୋଇ ଉପଚାୟ କୁ ଆପଣ ସପ୍ତାହରେ ୩ଥର ବ୍ୟବହାର କରି ପାରିବେ ‌ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।