Anka Jyotisha- ଆପଣଙ୍କ ଜନ୍ମ ତାରିଖ ଖୋଲିଥାଏ ଆପଣଙ୍କ ସଫଳତାର ରାଜ, ଜାଣନ୍ତୁ କେବେ ମିଳିବ ଆପଣଙ୍କୁ ସଫଳତା

ଆଜିର ଏହି ଦୁନିଆରେ ସମସ୍ତେ ସଫଳ ହେବାକୁ ଚାହୁଁଛନ୍ତି । ସମସ୍ତେ ରୋଜଗାର କ୍ଷମ ହେବାକୁ ଚାହାନ୍ତି । ଯଦି ଆମେ ଚାହୁଁଥିବା କଥା ସତରେ ପରିଣତ ହୁଏ ତେବେ ଆଉ କଣ ଦରକାର । ଏହା ସହିତ ଭଲ ରୋଜଗାର ସଙ୍ଗେସଙ୍ଗେ ଭାଗ୍ୟର ସାଥ ମଧ୍ୟ ଜରୁରୀ ଅଟେ । ଅଙ୍କ ଜ୍ୟୋତିଷ ଅନୁସାରେ ଜାଣନ୍ତୁ କଣ ରହିଛି ଆପଣଙ୍କ ଭାଗ୍ୟ । କେବେ ମିଳିବ ଆପଣଙ୍କୁ ସଫଳତା ।

ଯଦି ଆପଣଙ୍କ ଜନ୍ମ ତାରିଖର ମୂଲ୍ୟାଙ୍କ ୧ ହୋଇଥାଏ ଯଥା ୧, ୧୦, ୨୮ ତାରିଖରେ ଯଦି ଆପଣ ଜନ୍ମ ହୋଇଥାନ୍ତି ତେବେ ଆପଣ ନିଜ ଜୀବନର ୨୨ ବର୍ଷରେ ସଫଳତା ପାଇବେ । ଏବଂ ମୁଲ୍ୟାଙ୍କ ୨ ଅର୍ଥାତ୍୨, ୧୧, ୨୦, ୨୯ ତାରିଖରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତିମାନେ ୨୪ ବର୍ଷ ବୟସରେ ସଫଳତା ପାଇବେ ।

ଅଙ୍କ ୩ ଅର୍ଥାତ୍ ୩, ୧୨, ୨୧, ୩୦ ତାରିଖ ରେ ଯେଉଁ ମାନେ ଜନ୍ମିତ ସେମାନଙ୍କୁ କିଛି ଦୀର୍ଘ ସମୟ ପରେ ସଫଳତା ମିଳିବ । ଏମାନେ ୩୨ ବର୍ଷ ବୟସରେ ନିଜେ ସଫଳତା ପାଇବେ । ମୂଲ୍ୟାଙ୍କ ୪ ଅର୍ଥାତ୍ ୪, ୧୩, ୨୨ ଓ ୩୧ ତାରିକରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ୩୬ ବା ୪୨ ବର୍ଷ ବୟସରେ ଏମାନଙ୍କ ଭାଗ୍ୟ ଏମାନଙ୍କର ସାଥ ଦେଇଥାଏ । ଏବଂ ସଫଳତା ମିଳିଥାଏ ।

ଯେଉଁମାନଙ୍କ ର ମୂଲ୍ୟାଙ୍କ ୫ ଅର୍ଥାତ୍ ୫, ୧୪ ଓ ୨୩ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିବିଶେଷଙ୍କୁ ୩୨ ବର୍ଷ ବୟସରେ ସଫଳତା ପ୍ରାପ୍ତ କରିବା ସହିତ ଧନ ଉପାର୍ଜନ ମଧ୍ୟ କରିଥାନ୍ତି । ଅଙ୍କ ୬ ଅର୍ଥାତ୍ ୬, ୧୫, ୨୪ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ଜୀବନର ୨୫ ବର୍ଷ ବୟସରେ ସଫଳତା ପାଇବେ ।

୨୫ ବର୍ଷରେ ଆପଣଙ୍କୁ କିଶିମତ୍ ର ସାଥ ମଧ୍ୟ ମିଳିବ । ମୂଲ୍ୟାଙ୍କ ୭ ଅର୍ଥାତ୍ ୭, ୧୬, ୨୫ ତାରିଖରେ ଜନ୍ମିତ ବ୍ୟକ୍ତିଙ୍କୁ ୩୮କିମ୍ବା ୪୪ ବର୍ଷ ବୟସରେ ସଫଳତା ମିଳିବ । ମୂଲ୍ୟାଙ୍କ ୮ ଅର୍ଥାତ୍ ୮, ୧୭ଓ ୨୬ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କୁ ୩୬ ଓ ୪୨ ବର୍ଷ ବୟସରେ ସଫଳତା ମିଳିଥାଏ ।

ମୂଲ୍ୟାଙ୍କ ୯ ଅର୍ଥାତ୍ ୯, ୧୮ଓ୨୭ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କୁ ୨୮ ବର୍ଷ ବୟସରେ ସଫଳତା ମିଳିବା ସହିତ ରୋଜଗାରର ପନ୍ଥା ମଧ୍ୟ ମିଳିବ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।