Holi 2022: ଦୀର୍ଘ 499 ବର୍ଷ ପରେ ହୋଲିରେ ବନୁଛି ମହାସଂଯୋଗ, କରନ୍ତୁ ଏହି 3 କାମ ଚମକିବ ଭାଗ୍ୟ

ରଙ୍ଗର ପର୍ବ ହୋଲି ପ୍ରତିବର୍ଷ ଫାଲ୍ଗୁନ ମାସ ପୂର୍ଣ୍ଣିମା ତିଥିରେ ପାଳନ କରାଯାଏ । ଦୁଇଦିନ ଧରି ପାଳିତ ହେଉଥିବା ଏହି ପର୍ବର ପ୍ରଥମ ଦିନ ହୋଲିକା ଦହନ ଓ ଦ୍ଵିତୀୟ ଦିନ ରାଗ ଖେଳିବାର ପ୍ରଥା ରହିଛି । ଜ୍ଯୋତିଷ ଅନୁସାରେ ଏଥରର ହୋଲି ବହୁତ ଖାସ କାରଣ ଅନେକ ବର୍ଷ ପରେ ହୋଲିକା ଦହନ ତିଥିକୁ ନେଇ ଅସାମଞ୍ଜସ୍ଯ ଦେଖାଦେଇଛି । ପଞ୍ଚାଙ୍ଗ ଅନୁସାରେ ୧୮ ତାରିଖ ହୋଲି ଥିବା ବେଳେ ଆଉ କିଛି ଲୋକଙ୍କ ଅନୁସାରେ ହୋଲି ୧୯ ତାରିଖରେ ପଡୁଛି ।

ତେବେ ଚାଲନ୍ତୁ ଜାଣିବା ଏହିଦିନ କରା ଯାଉଥିବା କିଛି ବିଶେଷ କାର୍ଯ୍ୟ ବିଷୟରେ । ଚଳିତ ବର୍ଷ ମାର୍ଚ୍ଚ ୧୮ ତାରିଖରେ ହୋଲିକା ଦହନ ଓ ୧୯ ମାର୍ଚ୍ଚରେ ହୋଲିପର୍ବ ପାଳିତ ହେବ । ହୋଲିପର୍ବରେ ହୋଲିକା ଦହନର ବିଶେଷ ମହତ୍ଵ ରହିଛି । ପୂର୍ଣ୍ଣିମା ଦିନ ସନ୍ଧ୍ୟା ସମୟରେ ହୋଲିକା ଦଶନ କରା ଯାଇଥାଏ । ହୋଲିକା ପୂଜା ସମୟରେ ପୂର୍ବ କିମ୍ବା ଉତ୍ତର ଦିଗକୁ ମୁଖ କରି ବସନ୍ତୁ ।

ପୂଜା ନିମନ୍ତେ ମାଳା, ରୋଲି, ଫୁଲ, ଗୁଫ, ଖଣ୍ଡ ହଳଦୀ, ମୁଗଡାଲି, ଅବିର, ନଡିଆ, ପାଞ୍ଚ ପ୍ରକାର ଶସ୍ଯ ମଧ୍ୟରେ ଗହମ ଗୁଚ୍ଛ ଓ ଗୋଟିଏ ଲୋଟା ଜଳ ନେଇ ହୋଲିକାର ଚାରିପଟେ ପରିକ୍ରମା କରନ୍ତୁ ଓ ସମସ୍ତ ପୂଜା ସାମଗ୍ରୀ ହୋଲିକାକୁ ଅର୍ପଣ କରନ୍ତୁ ଏବଂ ଲୋଟା ଜଳ ମଧ୍ୟ ଚଢାନ୍ତୁ । ଏହାପରେ ହୋଲିକା ଦହନ କରନ୍ତୁ ଓ ସେହି ଅଗ୍ନିରେ ଅବିର ପକାଇ ବଡ ମାନଙ୍କ ଚରଣ ସ୍ପର୍ଶ କରନ୍ତୁ ।

ମନ୍ଦ ଉପରେ ଭଲର ବିଜୟ ହିଁ ହୋଲିପର୍ବର ମହତ୍ଵ । ଜ୍ଯୋତିଷ ଅନୁସାରେ ହୋଲି ଦିନ ଯଦି କିଛି ଚମତ୍କାରୀ ଉପାୟ କରାଯାଏ ତେବଗେ ତାହା ଅତ୍ୟନ୍ତ ଶୁଭ ଫଳଦାୟକ ସାବ୍ୟସ୍ତ ହୋଇଥାଏ । ଏହିଦିନ କୌଣସି ଉପାୟ କରିବା ବେଳେ ଶୁଦ୍ଧତା, ପବିତ୍ରତା ଓ ଗୋପନୀୟତାର ବିଶେଷ ଧ୍ୟାନ ରଖିବା ଉଚିତ । ଯାହାଦ୍ଵାର ଆପଣଙ୍କୁ ପ୍ରଚୁର ଧନ ବୈଭବ ଓ ଐଶ୍ଵର୍ଯ୍ୟ ପ୍ରାପ୍ତି ହେବ ।

ଶାସ୍ତ୍ର ଅନୁସାରେ ହୋଲି ଦିନ ଜଳଉଥିବା ହୋଲିକାରେ ସୁପାରି ଓ ନଡିଆ ଅର୍ପଣ କରନ୍ତୁ, ଏହାଦ୍ବାରା ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ । ହୋଲିକା ଦହନ ରାତିରେ ଘରର ମୁଖ୍ୟଦ୍ଵାର ଉପରେ ସୋରିଷ ତେଲର ଚୌମୁଖୀ ଦୀପକ ଜଳାନ୍ତୁ । ଏହାଦ୍ବାରା ଘରେ ସୁଖ ସମୃଦ୍ଧି ପ୍ରବେଶ କରିଥାଏ ।

ହୋଲି ଦିନ କୌଣସି ଭୋକିଲା ବ୍ୟକ୍ତିଙ୍କୁ ନିଶ୍ଚୟ ଖାଇବାକୁ ଦିଅନ୍ତୁ, ଏପରି କରିବା ଦ୍ଵାରା ମଧ୍ୟ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ । ହୋଲିଦିନ ଘରର ମୁଖ୍ୟଦ୍ଵାର ଉପରେ କିଛି ରଙ୍ଗ ଛାଟନ୍ତୁ ଓ ଦ୍ଵାରରେ ଗୋଟିଏ ଦୀପକ ଜଳାନ୍ତୁ । ଏହି ଉପାୟ ଦ୍ଵାରା ବ୍ୟକ୍ତିଙ୍କୁ କୌଣସି ପ୍ରକାରର ଧନହାନି ହୁଏ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।