ହୋଲି ପୂର୍ବରୁ ଘରକୁ ନେଇ ଆସନ୍ତୁ ଏହି 6 ଟି ଜିନିଷ, ବର୍ଷ ସାରା ଘରେ ହେବ ଧନର ଆଗମନ, ରହିବନି କୌଣସି ଅଭାବ- Vastu Shastra

ଶାସ୍ତ୍ରରେ ରଙ୍ଗର ପର୍ବ ହୋଲିର ଖୁବ ମହତ୍ଵ ରହିଛି । ଏହିଦିନ ଘରେ ଧନ ସମ୍ପତ୍ତି ଓ ଷଖଶାନ୍ତି ବୃଦ୍ଧି ପାଇବା ପାଇଁ ଅନେକ ପ୍ରକାର ଉପାୟ କରା ଯାଇଥାଏ । ଏହିଦିନ କରା ଯାଉଥିବା ଉପାୟ କେବେବି ଅସଫଳ ହୁଏନାହିଁ ବୋଲି କୁହାଯାଏ । ଆପଣଙ୍କ ଘରେ ଚାଲିଥିବା ସମସ୍ଯା ଏବଂ ଅଶାନ୍ତି ବାସ୍ତୁଦୋଷର କାରଣ ହୋଇଥାଇ ପାରେ । ତେଣୁ କିପରି ଏହି ଦୋଷ କରିବେ ଏବଂ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବା ପାଇଁ ଏହିଦିନ କଣ ଉପାୟ କରିବେ ସେ ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବୁ ।

ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ମୁଖ୍ୟଦ୍ଵାର ଘରକୁ ସକାରାତ୍ମକ ଊର୍ଜା ପ୍ରବେଶ କରିବାର ମାଧ୍ୟମ ଅଟେ । ସେଥିପାଇଁ ଘରର ମୁଖ୍ୟଦ୍ଵାର ବାଧାରହିତ, ସଫାସୁତୁରା ଓ ସଜ୍ଜିତ ହେବା ଉଚିତ । ଏହାସହ ଧନ ସମ୍ବନ୍ଧିତ ସମସ୍ଯା ଦୂର କରିବା ପାଇଁ ମୁଖ୍ୟଦ୍ବାରର ଦୁଇପଟେ ଲାଲ ସିନ୍ଦୂରରେ ସ୍ଵସ୍ତିକ ଚିହ୍ନ ବନାଇବା ଉଚିତ । କାରଣ ଯେଉଁଠାରେ ସ୍ଵସ୍ତିକ ଥାଏ ସେଠାରେ ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ ।

ବାସ୍ତୁ ଶାସ୍ତ୍ର ଓ ପେଙ୍ଗଶୁଇରେ କଇଁଛକୁ ବହୁତ ଶୁଭ ବୋଲି ମାନାଯାଏ । ଯଦି ଜୀବିତ କଇଁଛ ପାଳିବା ସମ୍ଭବ ହେଉନାହିଁ ତେବେ ପଞ୍ଚଧାତୁରେ ନିର୍ମିତ କଇଁଛ ଯାହାର ପିଠିରେ ଶ୍ରୀଜନ୍ତ୍ର କିମ୍ବା କୁବେର ଜନ୍ତ୍ର ତିଆରି ହୋଇଥିବ ଏପରି କଇଁଛକୁ ଘରର ଉତ୍ତର ଦିଗରେ ଘର ଭିତରକୁ ମୁଖ କରି ରଖିଲେ କେବେବି ଧନର ଅଭାବ ହୁଏନାହିଁ । କଇଁଛକୁ କୌଣସି ପାତ୍ରରେ ପାଣି ଦେଇ ରଖିବା ସବୁଠୁ ଭଲ ହୋଇଥାଏ ।

ଉତ୍ତର ଦିଗକୁ ଧନର ଦିଗ ମାନାଯାଏ ଓ ଜଳ ହେଉଛି ଏହି ଦିଗର ତତ୍ତ୍ଵ । ଏହିଦିଗରେ ଜଳପୂର୍ଣ୍ଣ ମାଟିପାତ୍ର ରଖିଲେ ଧନଜନିତ ସମସ୍ଯା ଦୂର ହୋଇଯାଏ । ଧ୍ୟାନ ରଖନ୍ତୁ ସମୟ ସମୟରେ ଏହାକୁ ପୂର୍ଣ୍ଣ କରନ୍ତୁ । ପାତ୍ର ଯେପରି କେବେବି ଖାଲି ହେବନାହିଁ ।

ବାସ୍ତୁ ଦୋଷ ଦୂର କରିବାର ସବୁଠୁ ଭଲ ଉପାୟ ହେଉଛି ଘରେ ବାସ୍ତୁ ଦେବତାଙ୍କୁ ସ୍ଥାନ ଦେବା । ଏପରି କରିବା ଦ୍ଵାରା ଘରର ସବୁ ବାସ୍ତୁଦୋଷ ସ୍ଵତଃ ଦୂର ହୋଇଯାଏ । ଘର କିମ୍ବା ଅଫିସର ଦକ୍ଷିଣ-ପୂର୍ବ ଦିଗର କାନ୍ଥରେ ଦୌଡୁଥିବା କଳା ଘୋଡାର ଚିତ୍ର ଲଗାଇବା ଦ୍ଵାରା ଘରକୁ ଧନର ଆଗମନ ହେବାକୁ ଲାଗେ । କିନ୍ତୁ ମନେରଖନ୍ତୁ ଘୋଡା କେବଳ କଳା କିମ୍ବା ଲାଲ ରଙ୍ଗର ହୋଇଥିବା ଆବଶ୍ୟକ ଓ ଘୋଡାଙ୍କ ସଂଖ୍ୟା ସାତ ହୋଇଥିବ ।

ବାସ୍ତୁ ଶାସ୍ତ୍ର ଅନୁସାରେ ପିରାମିଡରେ ଧନ ଆକର୍ଷଣ କରିବାର ଅଦ୍ଭୁତ ଶକ୍ତି ରହିଥାଏ । ଯେଉଁ ଘର କିମ୍ବା ଅଫିସରେ ପିରାମିଡ ରହିଥାଏ ସେଠାରେ ଅପାର ଧନ ପ୍ରାପ୍ତିର ମାର୍ଗ ଆପେ ଖୋଲିଯାଏ । ଏହାର ସଠିକ ଉଦାହରଣ ହେଉଛି ପଦ୍ମନାଭ ସ୍ଵାମୀ ମନ୍ଦିର, ମୀନାକ୍ଷୀ ମନ୍ଦିର ଓ ତିରୁପତି ବାଲାଜୀ ମନ୍ଦିର; ଯାହା ଦ୍ରାବିଡ ଶୈଳୀରେ ନିର୍ମିତ ହୋଇଛି ଓ ଏହାର ବାହାର ସ୍ୱରୂପ ପିରାମିଡ ଆକୃତିର ଅଟନ୍ତି ।

ଏହି ଜିନିଷ ମଧ୍ୟରୁ ଯଦି ଗୋଟିଏ ହେଲେବି ହୋଲି ପୂର୍ବରୁ ଘରକୁ ନେଇଆସିବେ ତେବେ ଆପଣଙ୍କର ଧନ ସମ୍ବନ୍ଧିତ ସବୁ ସମସ୍ଯା ଦୂର ହୋଇଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।