ମୁଁ ପୃଥିବୀ ଶ’କୁ ମାଡ ମାରିଲି କାରଣ ମୋତେ ହିଟ୍ ହେବାର ଥିଲା । ଆଉ ତାକୁ ମଦ ମାରିବା ପରେ ମୋତେ ସମସ୍ତେ ଚିହ୍ନିଲେ । ଏବେ ମୋତେ ଅଧିକରୁ ଅଧିକ ଫିଲ୍ମ ମିଳିବ । କ୍ରିକେଟର ପୃଥିବୀ ଶ’ଙ୍କୁ ମାଡ ମରିଥିବା ଯୁବତୀ କିଛି ଏଭଳି କହୁଥିବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଗତ ଦୁଇଦିନ ତଳେ ଜଣେ ଯୁବତୀ କ୍ରିକେଟର ପୃଥିବୀ ଶ’ଙ୍କୁ ମାଡ ମାରିବା ସହ ତାଙ୍କ କାର୍ ଭାଙ୍ଗି ଚୁରମାର କରି ଦେଇଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା ।
ଆଉ ପୃଥିବୀଙ୍କୁ ମାଡ ମରିଥିବା ଏହି ଯୁବତୀଙ୍କ ନାମ ହେଉଛି ସ୍ଵପ୍ନା ଗିଲ୍, ଯିଏକି ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର । ସ୍ଵପ୍ନା ସୋସିଆଲ ମିଡିଆରେ ହାଇଲାଇଟ ହେବା ପାଇଁ କିଛି ବି କରିପାରନ୍ତି । କେବଳ ସୋସିଆଲ ମିଡିଆ ନୁହେଁ ବରଂ ଅନେକ ଭୟଜପୁରୀ ଫିଲ୍ମରେ ମଧ୍ୟ ସ୍ଵପ୍ନା କାମ କରିଛନ୍ତି । ଭୋଜପୁରୀ ହିରୋ ରବି କିଷାନଙ୍କ ସହ ମଧ୍ୟ ସ୍ଵପ୍ନାଙ୍କର ଭଲ ସମ୍ପର୍କ ରହିଛି । ସ୍ଵପ୍ନାଙ୍କ ଫିଲ୍ମ କ୍ଯାରିୟର ଫ୍ଲପ ହେବା ପରେ ସେ ଫେମସ ହେବା ପାଇଁ ସୋସିଆଲ ମିଡିଆକୁ ବାଛି ନେଇଥିଲେ ।
ଆଉ ଏବେ ସେ ସୋସିଆଲ ମିଡିଆରେ ହିଟ୍ ହେବା ପାଇଁ ଗତ ରାତିରେ କ୍ରିକେଟର ପୃଥିବୀ ଶ’ଙ୍କୁ ମାଡ ମରିଥିବା ଚର୍ଚ୍ଚା ହେଉଛି । ଆଗତୁରା ପୃଥିବୀଙ୍କୁ ମାଡ ମାରିବା ସହ ସେ ଭଲ ଅଭିନୟ କରିଥିଲେ । ପୃଥିବୀ ତାଙ୍କୁ ମାଡ ମାରିଥିବା ସେ କହିବା ସହ ଖୁବ କୁମ୍ଭୀର କାନ୍ଦଣା କାନ୍ଦିଥିଲେ । ସୂଚନା ଅନୁସାରେ ପୃଥିବୀ ଶ’ ସେଦିନ ରାତିରେ ନିଜ ସାଙ୍ଗମାନଙ୍କ ସହ ମୁମ୍ବାଇର ଏକ ହୋଟେଲକୁ ଖାଇବା ପାଇଁ ଯାଇଥିଲେ । ସେଠାରେ ସ୍ଵପ୍ନା ପୃଥିବୀଙ୍କ ସହ ଏକ ସେଲଫି ନେଇଥିଲେ ।
ହେଲେ ଏହାପରେ ଆହୁରି ସେଲଫି ନେବାକୁ ଚାହିଁଥିଲେ ସ୍ଵପ୍ନା । କିନ୍ତୁ ଏମିତି ବାରମ୍ବାର ସେଲଫି ନେବାକୁ ପୃଥିବୀ ମନା କରି ଦେଇଥିଲେ । ଆଉ ହୋଟେଲ ମ୍ୟାନେଜର ଆସି ସ୍ଵପ୍ନାଙ୍କୁ ହୋଟେଲରୁ ବାହାର କରି ଦେଇଥିଲେ । ଯାହାପରେ ସ୍ଵପ୍ନା ଘରକୁ ନଯାଇ ନିଜ ସାଙ୍ଗମାନଙ୍କ ସହ ମିଶି ହକି ଷ୍ଟିକ ଓ ବେସବଲ ବ୍ୟାଟରେ ପୃଥିବୀଙ୍କୁ ଆକ୍ରମଣ କରିଥିଲେ । କେବଳ ସେତିକି ନୁହେଁ ବରଂ ପୃଥିବୀଙ୍କ ସାଙ୍ଗମାନଙ୍କୁ ମଧ୍ୟ ମାଡ ମାରିବା ସହ ତାଙ୍କ ଗାଡିକୁ ଭାଙ୍ଗିରୁଜି ଦେଇଥିଲେ ।
ସ୍ଵପ୍ନା ଓ ତାଙ୍କ ସାଙ୍ଗମାନଙ୍କୁ ପୋଲିସ ଗିରଫ କରିଥିବା ବେଳେ ସୋସିଆଲ ମିଡିଆରେ ନିଜକୁ ଫେମସ କରିବା ପାଇଁ ଅନେକ ସମୟରେ ଏଭଳି କରୁଥିବା ଖବର ମିଳିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।