ହୀରାକୁଦରେ ପାଣିର ସ୍ତର ବଢୁଛି, ଆଉ ସମ୍ବଲପୁର ବୁଡିବା ସ୍ଥିତି ରେ ହେଲାଣି…

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ସାରା ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି । ଯାହା କାରଣରୁ ଉପର ମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିଛି । ଆଉ ଏହାର କରାମତି ମଧ୍ୟ ଦେଖିବାକୁ ଲାଗିଲାଣି । ପ୍ରବଳ ବର୍ଷା କାରଣରୁ ତଳିଆ ଅଞ୍ଚଳ ପ୍ରଭାବିତ ହେବ ଆରମ୍ଭ ହୋଇ ସରିଲାଣି । ଆଉ ଏହାର ପ୍ରଥମ ଝଲକ ଦେଖିବାକୁ ମିଳିଛି ସମ୍ବଲପୁର ରେ । ସ୍କୁଲ ଠାରୁ ଆରମ୍ଭ କରି ମେଡିକାଲ ସବୁ ଆଡେ ଜଳ ବନ୍ଦୀ ହୋଇ ରହିଛି ।

ଲୋକଙ୍କ ଘର ଭିତରେ ପାଣି ପଶି ଗଲାଣି । ତେବେ ଦର୍ଶକ ବନ୍ଧୁ ହୀରାକୁଦ ରେ ପାଣି ବଢିଲେ ପ୍ରଥମେ ଏହାର ପ୍ରଭାବ ସମ୍ବଲପୁର ରେ ଦେଖିବାକୁ ମିଳିଥାଏ । ହୀରାକୁଦ ରେ ପାଣି ବଢୁ ଥିବାରୁ ସମ୍ବଲପୁର ବୁଡିବାକୁ ଆରମ୍ଭ କରିଲାଣି । ରବିବାର ଦିନ ପ୍ରବଳ ବର୍ଷା କାରଣରୁ ହୀରାକୁଦ ରେ ମଧ୍ୟ ପନୟ ନିସ୍କନ କରା ଯାଇଥିଲା । ଯାହା ପରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି ।

ତଳିଆ ଅଞ୍ଚଳ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସହରାଞ୍ଚଳ କୁ ଲାଗିଥିବା ଗାଁ ରେ ସ୍ଥିତି ଅତି ସଙ୍ଗିନ ହୋଇଛି । ପକ୍କା ଘରେ ମଧ୍ୟ ବର୍ଷା ପାଣି ପଶି ଯାଇଛି । ଲୋକେ ମାନେ ଆଣ୍ଠୁଏ ପାଣି ରେ ଯିବା ଆସିବା କରୁଛନ୍ତି । ଯଦି ସହରାଞ୍ଚଳରେ ଏମିତି ଅବସ୍ଥା ହୋଇଛି ତେବେ ବସ୍ତି ଅଞ୍ଚଳରେ ସ୍ଥିତି କେମିତି ହୋଇଥିବ ତାହା ଅନୁମାନ ଲଗାଇ ହେଉଥିବ ।

ରାଜଭାଟି, କୁଲୁଟକାନି, ହାଟପଡା, ବଡ ବଜାର, ମିନାଖଣ୍ଡି, ହୀରାକୁଦ ଜଳର ସ୍ଥିତି ଏମିତି ହୋଇଛି । ଅଧିକ ବର୍ଷା କାରଣରୁ ସହରରେ ଅନେକ ଗଛ ପାଣି ରେ ଭରି ରହିଛି । ଯଦି ଏଠାରେ ହୀରାକୁଦ କଥା କହିବା ତେବେ ଉପର ମୁଣ୍ଡରେ ଅଧିକ ବର୍ଷା କାରଣରୁ ଛତିଶଗଡ ରୁ ମଧ୍ୟ ପାଣି ହୀରାକୁଦ କୁ ଆସୁଛି ।

ଯାହା ପାଇଁ ହୀରାକୁଦ ରେ ମଧ୍ୟ ପ୍ରତି ସେକେଣ୍ଡ ରେ ପାଣି ବଢିବାରେ ଲାଗିଛି । ଆଉ ହୀରାକୁଦ ରୁ କେନାଲ ଗୁଡିକୁ ପାଣି ଛଡା ଯାଉଛି । ଯଦି ଆଗକୁ ସ୍ଥିତି ଅଧିକ ବଢେ ତେବେ ହୀରାକୁଦ ଜଳ ଭଣ୍ଡାରର ଗେଟ ଖୋଲା ଯାଇପାରେ । ତେବେ ଯଦି ହୀରାକୁଦ ଗେଟ ଖୋଲି ଦିଏ ତେବେ ସ୍ଥିତି ଆଗକୁ କଣ ହେବ ତାହା ଏବେ ଠାରୁ ଅନୁମାନ କରି ହେଉଛି ।

ତେବେ ଛତିଶଗଡ ର ମନ ମାନି ପାଇଁ ଏଭଳି ସ୍ଥିତି ସୃଷ୍ଟି ହୋଇକି । ଯାହା କାରଣରୁ ସାଧାରଣ ଜନତା ମାନେ ନାହିଁ ନ ଥିବା ହଇରାଣ ର ସମୁଖୁନ୍ନ ହେଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।