କଣ ହିନ୍ଦୁ ଧର୍ମକୁ ମାନୁଥିବା ଲୋକାମାନଙ୍କୁ ନିଜ ଘରେ ଅଗରବତୀ ଜଳାଇବା କଥା ନୁହେଁ ? ଜାଣନ୍ତୁ କାହିଁକି ??

ସନାତନ ହିଧୁ ଧର୍ମ ରେ ଧୂପକାଠି ଜାଳିବା ଉଚିତ ନୁହେଁ ବୋଲି କୁହାଯାଏ । ହିଧୁ ଧର୍ମ ରେ ଶବ ସଂସ୍କାର ସମୟରେ ବାଉଁଶ ଜଳା ଯାଏ ନାହିଁ । ତେଣୁ ବାଉଁଶ ରୁ ତିଆରି ଧୂପକାଠି ଜାଳି କିପରି କୌଣସି ଭଗବାନ ଙ୍କୁ ଖୁସି କରା ଯାଇପାରିବ । ହିଧୁ ଶାସ୍ତ୍ର ରେ ବାଉଁଶ ରେ ତିଆରି କାଠ କୁ ଜଳାଇବା ପାଇଁ ମନା କରାଯାଇଛି । ଧୂପକାଠି ଜଳାଇବା ଦ୍ଵାରା ପିତୃଦୋଷ ର ପ୍ରାପ୍ତି ହୋଇଥାଏ । ପୂଜା ସମୟରେ ଶାସ୍ତ୍ର ରେ କେଉଁଠାରେ ଭି ଧୂପକାଠି ଜଳିବା ବିଷୟରେ ଲେଖା ଯାଇ ନାହିଁ, ସବୁ ଜାଗାରେ ଦୀପ ଜଳାଇବା ପାଇଁ କୁହାଯାଇଛି ।

ବାଉଁଶ ଜଳାଇଲେ ଜଳି ଥାଏ ବଂଶ :

ଧୂପକାଠି ରସାୟନ ଦ୍ଵାରା ତିଆରି କରାଯାଇଥାଏ, ଏମିତିରେ ରସାୟନ ଏବଂ ବାଉଁଶ ତିଆରି ଧୂପକାଠି କୁ ଜାଳି କିପରି କୌଣସି ବ୍ୟକ୍ତି ଭଗବାନଙ୍କୁ ଖୁସୀ କରିପାରିବ । ପୁରୁଣା ଯୁଗର ଲୋକମାନଙ୍କ ଅନୁସାରେ ବାଉଁଶ କୁ ଜଳିବା ଦ୍ଵାରା ବଂଶ ଜଳିଥାଏ । ଦୀପ ଜାଳିବା ଦ୍ଵାରା ଆଖ ପାଖ ପରିବେଶରେ ସକାରାତ୍ମକ ଭାବନା ବ୍ୟାପି ଥାଏ ଏବଂ ମନ ପ୍ରଶନ୍ନ ରୁହେ । ଏଥିପାଇଁ ପ୍ରତିଦିନ ଦୀପ ଜାଳିବା ଦ୍ଵାରା ନକରାତ୍ମକ ଶକ୍ତି ନଷ୍ଟ ହୋଇ ଥାଏ ।

ଜାଳନ୍ତୁ ଘିଅ କିମ୍ବା ତେଲ ରା ଦୀପ :

ଏକ ଗବେଷଣା ରୁ ଜଣା ଯାଏ କି ଧୂପକାଠି ଏବଂ ଧୂପ ରେ ମିଳୁଥିବା ପଲୀଏରୋମୈଟିକ ହାଇଡ୍ରୋକାର୍ବନ କାରଣରୁ ମନ୍ଦିର ରେ ରହୁଥିବା ପୂଜାରୀ ମାନଙ୍କ ମଧ୍ୟରେ ଶ୍ଵାସ, ମୁଣ୍ଡ ବ୍ୟଥା, କର୍କଟ ଏବଂ କାଶ ର ସମସ୍ୟା ବେଶୀ ଦେଖିବାକୁ ମିଳେ । ଘର ଭିତରେ ଧୂପକାଠି ଜାଳିବା ଦ୍ଵାରା ବାୟୁ ପ୍ରଦୂଷଣ ମଧ୍ୟ ହୋଇଥାଏ । ଯଦି ଆପଣ ସବୁଦିନ ଧୂପକାଠି ଜାଳନ୍ତି ତେବେ ଶୀଘ୍ର ଏହି ଅଭ୍ୟାସ କୁ ତ୍ୟାଗ କରନ୍ତୁ, ଏହା ଜାଗାରେ ଆପଣ କେବଳ ଘିଅ କିମ୍ବା ତେଲ ର ଦୀପ ଜଳାନ୍ତୁ ।

ବହୁତ ସମୟ ପୂର୍ବରୁ ଯେତେବେଳେ ମୋଗୋଲ ମାନେ ଭାରତ ଉପରେ ଆକ୍ରମଣ କରୁଥିଲେ ସେମାନେ ନିର୍ମମ ଭାବରେ ଭାରତୀୟଙ୍କ ଠାରୁ ପରାସ୍ତ ହୋଉଥିଲେ । ମୋଗୋଲ ମାନେ ଦେଖିଲେ ଯେ ସେମାନେ ଯୁଦ୍ଧ ପୂର୍ବରୁ ନିଜର ଇଷ୍ଟ ଦେବତାଙ୍କୁ ପୂଜା କରୁଛନ୍ତି , ଯାହା ଦ୍ଵାରା ସେମାନଙ୍କୁ ଶକ୍ତି ମିଳୁଛି ଏବଂ ସେମାନେ ମୋଗୋଲ ମାନଙ୍କୁ ବୋହୁତ ସହଜରେ ହରାଇ ଦେଉଥିଲେ । ଏହି କାରଣ ଯୋଗୁ ଅଔରଙ୍ଗଜେବ ହିନ୍ଦୁ ମନ୍ଦିର କୁ ଭାଙ୍ଗିବା ଆରମ୍ଭ କରିଦେଇଥିଲେ ।

ମୋଗୋଲ ମାନେ ପୂଜା ଖଣ୍ଡନ କରିବା ପାଇଁ ବାହାର କରିଥିଲେ ଧୂପକାଠି:

ସେମାନେ ହିନ୍ଦୁ ଧର୍ମଗ୍ରନ୍ଥ ଅଧ୍ୟାନ କରିଲେ ଓ ଜାଣିଲେ କି ହିନ୍ଦୁ ଧର୍ମରେ ବାଉଁଶ ଜଳାଇବା ମନା । ଏହାର ଲାଭ ସେମାନେ ଉଠାଇ ଥିଲେ । ସେମାନେ ଦୁର୍ଗନ୍ଧ ହଟାଇବା ପାଇଁ ଧୂପକାଠି ର ଆବିଷ୍କାର କରିଥିଲେ କିନ୍ତୁ, ହିନ୍ଦୁ ସେନା ମାନଙ୍କୁ ବୁଝାଇଥିଲେ କି ଏହାକୁ ଜଳାଇବା ଦ୍ଵାରା ହିନ୍ଦୁ ଦେବତା ପ୍ରଶନ୍ନ ହେବେ ବୋଲି । ଏଥିରୁ ଭଲ ସୁଗନ୍ଧ ଆସିଥାଏ । ଏହି ଭଳି ଭାବରେ ମୋଗଲ ମାନେ ହିନ୍ଦୁଙ୍କର ପୂଜାକୁ ଖଣ୍ଡନ କରିଥିଲେ ।