ହାଇ ସିକ୍ଯୁରିଟି ନମ୍ବର ପ୍ଳେଟକୁ ନେଇ ଆସିଲା ନୂଆ ନିୟମ, ଡେଡଲାଇନ ପୂର୍ବରୁ ଯଦି ନମ୍ବର ପ୍ଳେଟ ଲଗାଇ ପାରିନାହାନ୍ତି ତେବେ ଚେକିଂରୁ ଏଭଳି ବର୍ତ୍ତିପାରିବେ !

ହାଇ ସିକ୍ଯୁରିଟି ନମ୍ବର ପ୍ଳେଟକୁ ନେଇ ସାମ୍ନାକୁ ଆସିଲା ବର୍ତ୍ତମାନର ସବୁଠୁ ଖବର । ରାଜ୍ୟରେ ହାଇ ସିକ୍ଯୁରିଟି ନମ୍ବର ପ୍ଳେଟକୁ ନେଇ ଜାରି ହେଲା ନୂଆ ନିୟମ । ରାଜ୍ୟ ସଡକ ପରିବହନ ଓ ପ୍ରାଧିକରଣ ପକ୍ଷରୁ ଏହି ନୂଆ ନିୟମ ଜାରି କରାଯାଇଛି । ହାଇ ସିକ୍ଯୁରିଟି ନମ୍ବର ପ୍ଳେଟ ପାଇଁ ବୁକିଂ କରୁଥିବା ଗ୍ରାହକମାନେ ଧାର୍ଯ୍ୟ ତାରିଖ ସୁଦ୍ଧା ବୁକିଂ କରିଥିଲେ ଫାଇନ ଦେବାରୁ ବର୍ତ୍ତିବେ କୁହାଯାଇଛି । ଆଉ ଚେକିଂ ସମୟରେ ଅନଲାଇନ ବୁକିଂ ସ୍ଲିପ ଦେଖାଇ ଚେକିଂରୁ ରକ୍ଷା ପାଇପାରିବେ ।

୧ ଓ ୨ରେ ସରୁଥିବା ନାମର ପାଇଁ ଡେଡଲାଇନ ସେପ୍ଟେମ୍ବର ୩୦କୁ ବୃଦ୍ଧି ହୋଇଥିବା ବେଳେ ୩ ଓ ୪ରେ ସରୁଥିବା ନମ୍ବର ପାଇଁ ମଧ୍ୟ ସମାନ ଡେଡଲାଇନ ରଖାଯାଇଛି । ରାଜ୍ୟରେ ଆସନ୍ତା ଅକ୍ଟୋବର ୧ ତାରିଖରୁ ହାଇ ସିକ୍ଯୁରିଟି ନମ୍ବର ପ୍ଳେଟକୁ ନେଇ ଚେକିଂ କଡା କରାଯିବାକୁ ସୂଚନା ମିଳି ସାରିଥିବା ବେଳେ ଯେଉଁ ମାନେ ଏହି ନମ୍ବର ପ୍ଳେଟ ପାଇଁ ବୁକିଂ କରି ସାରିଛନ୍ତି ସେମାନେ ବୁକିଂ ସ୍ଲିପ ଦେଖାଇ ଚେକିଂରୁ ଫାଇନ ଦେବାରୁ ରକ୍ଷା ପାଇପାରିବେ ।

ହାଇ ସିକ୍ଯୁରିଟି ନମ୍ବର ପ୍ଳେଟ ପାଇଁ ବୁକିଂ କରିଥିବା ଗ୍ରାହକମାନେ ଡେଡଲାଇନକୁ ନେଇ ପୂର୍ବରୁ ଚିନ୍ତିତ ରହିଥିଲେ । କାରଣ ଡେଡଲାଇନ ପାଖେଇ ଆସିଥିବା ବେଳେ ସେମାନଙ୍କ ବୁକିଂ ଅନୁଯାୟୀ ନମ୍ବର ପ୍ଳେଟ ତାଙ୍କୁ ମିଳିନାହିଁ । ତେବେ ବର୍ତ୍ତମାନ ସଡକ ପରିବହନ ବିଭାଗ ଏହି ଦ୍ଵନ୍ଦକୁ ଦୂର କରିଛି । ୧ ତାରିଖରୁ କଡା ଚେକିଂ ହେବାକୁ ଥିବାବେଳେ ଆପଣ ଚେକିଂ ବେଳେ ନିଜ ବୁକିଂ ସ୍ଲିପ ଦେଖାଇ ପାରିବେ ।

ଆଉ ଯେଉଁମାନଙ୍କ ନମ୍ବର ୫ ଓ ୬ରେ ସରୁଛି ସେମାନନଙ୍କ ପାଇଁ ଡେଡଲାଇନ ୩୧କୁ ଅକ୍ଟୋବରକୁ ବୃଦ୍ଧି କରାଯାଇଛି । ଅର୍ଥାତ ୩୧ ଅକ୍ଟୋବର ସୁଦ୍ଧା ସେମାନେ ନିଜର HSRP (High Security Registration Plate) ଫିଟମେଣ୍ଟ କରିପାରିବେ । ଆଉ ଗାଡି ସଂଖ୍ୟା ୯ ଏବଂ ୦ ରେ ଶେଷ ହେଉଥିବା ଗ୍ରାହକମାନେ ୩୧ ଡିସେମ୍ବର ସୁଦ୍ଧା ନିଜ ଗାଡିରେ ହାଇ ସିକ୍ଯୁରିଟି ନମ୍ବର ପ୍ଳେଟ ଲଗାଇ ପାରିବେ । ତେବେ ଡେଡଲାଇନ ପାଖେଇ ଆସୁଥିବାରୁ ଅନଲାଇନରେ ସ୍ଲଟ ମିଳିବା କଷ୍ଟକର ହୋଇପଡିଛି ।

କିନ୍ତୁ ସଡକ ପରିବହନ ବିଭାଗ ତରଫରୁ ଗୋଟିଏ ଆଶ୍ଵସ୍ତିକର ଖବର ଆସିଛି, ଯଦି ଆପଣ ନିଜ ଗାଡିରେ ହାଇ ସିକ୍ଯୁରିଟି ନମ୍ବର ପ୍ଳେଟ ଲଗାଇ ପାରିନାହାନ୍ତି କିନ୍ତୁ ଆପଣଙ୍କ ପାଖରେ ଅନଲାଇନ ଆବେଦନର ରସିଦ ରହିଛି ତେବେ ରାସ୍ତାରେ ଯିବା ସମୟରେ ଚେକିଂ ହେଲେ ଆପଣ ସେହି ରସିଦ ଦେଖାଇ ବର୍ତ୍ତି ଯାଇପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲୟକ କରନ୍ତୁ ।