ଫନି ପୀଡିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ବାଙ୍ଗାଲୋରରେ ରହୁଥିବା OPC (Odisha Puja Committee) ଗୃପ, ବିପନ୍ନଙ୍କ ପାଇଁ ପଠାଇଲେ ରିଲିଫ ଟ୍ରକ ସହିତ ଏହି ସବୁ ଜରୁରୀକାଳୀନ ସାମଗ୍ରୀ

ମେ 3 ରେ ହୋଇଥିବା ବାତ୍ୟା ଫନି ଓଡିଶାରେ ବହୁତ କ୍ଷତି ଘଟାଇଛି । ସବୁଠୁ ଅଧିକ ପ୍ରଭାବିତ ହେଇଛନ୍ତି ପୁରୀ,  ଭୁବନେଶ୍ବର ଓ କଟକ ର ଲୋକମାନେ । ବାତ୍ୟା ଫନିର ପ୍ରଭାବରେ ଘଣ୍ଟାକୁ 200 କି.ମି ରୁ ବି ଅଧିକ ବେଗରେ ପବନ ବହିବାରୁ ଘର,ଗଛ, ଇଲେକ୍ଟ୍ରିଖୁଣ୍ଟି ସବୁ କିଛି ଭାଙ୍ଗି ପଡିଥିଲା । ଯାହା ପାଇଁ ଲୋକମାନେ ନାହିଁ ନଥିବା ସମାସ୍ୟାର ସମ୍ମୁଖୀନ ହୋଇଥିଲେ । ବିଦ୍ୟୁତ ସେବା, ମୋବାଇଲ ସେବା ବିଚ୍ଛିନ୍ନ ହୋଇଥିଲା । ଭୁବନେଶ୍ଵର ଓ କଟକ ଭଳି ସହରରେ ଲୋକମାନେ ପାଣି ପାଇଁ ମଧ୍ୟ ବହୁତ ସମସ୍ୟାର ସମ୍ମୁଖୀନ ହୋଇଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ଵିଟର ଜରିଆରେ ପରିସ୍ଥିତି ସ୍ଵାଭାବିକ କରିବା ପାଇଁ ୧୦୦୦୦ କୋଟି ଟଙ୍କା ସାହାୟତା ମାଗିଥିବାବେଳେ ଭାରତ ସରକାର ପକ୍ଷରୁ ମାତ୍ର ୧,୩୪୧ କୋଟି ଟଙ୍କା ସହାୟତା ମିଳିଛି ଯାହା ସମୁଦ୍ରକୁ ଶଙ୍ଖେ ମାତ୍ର ।

ଏହିପରି ପରିସ୍ଥିତି ପାଇଁ ଓଡିଶା ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରିଥାଏ । ବାତ୍ୟା ପୀଡିତ ଅଞ୍ଚଳ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଯେପରି ମଶାରୀ, ପାଲ, ବାସନ ଓ କ୍ୟାଣ୍ଡେଲ ଆବଶ୍ୟକ ଅଛି । ଏପରି ପରିସ୍ଥିତିରେ ଓଡ଼ିଶାକୁ ସାହାଯ୍ୟର ହାତ ବଢାଇଛି ବାଙ୍ଗାଲୋର ର Odisha Puja Committee – OPC । ସେମାନେ ବାଙ୍ଗାଲୋର ର ବିଭିନ୍ନ ସ୍ଥାନରୁ ସମସ୍ତ ଆତ୍ୟାବଶ୍ୟକ ସାମଗ୍ରୀ ସଂଗ୍ରହ କରି indigo airline Cargo ଜରିଆରେ ଓଡିଶାକୁ ପଠାଇଛନ୍ତି ।

ଧନ୍ୟବାଦ ଜଣାଉଛୁ ବାଙ୍ଗାଲୋର ର OPC ଗୃପର ସଦସ୍ୟ ପ୍ରିୟବ୍ରତ ଦାସ, ପ୍ରଭୁଦତ୍ତ ଧଳ ଓ ଅନ୍ୟ ସମସ୍ତ କର୍ମକର୍ତ୍ତା ମାନଙ୍କୁ ଯେଉଁମାନେ ବାଙ୍ଗାଲୋର ର ବିଭିନ୍ନ ଅଞ୍ଚଳରୁ ଅତ୍ୟାବଶ୍ୟକ ସାମଗ୍ରୀ କଲେକ୍ଟ କରି ଓଡିଶା କୁ ଏକ ଟ୍ରକ ଜରିଆରେ ପଠାଇଛନ୍ତି । ଯାହାକି ୨-୩ ଦିନ ଲାଗିବ ପୁରୀରେ ପହଞ୍ଚିବା ପାଇଁ, ସେ କହିଛନ୍ତି କି ଜରୁରୀ କାଳୀନ ପରିସ୍ଥିତିକୁ କୁ ଆଖି ଆଗରେ ରଖି ସେମାନେ ଏହି ରିଲିଫ ସାମଗ୍ରୀକୁ indigo Airline ଜରିଆରେ ମଧ୍ୟ ରବିବାର ଦିନ ପୁରୀରେ ପହଞ୍ଚାଇବେ ।

indigo Airline ଏହା ପାଇଁ କୌଣସି ଚାର୍ଜ ନେବ ନାହିଁ । ଦାଶ କହିଛନ୍ତି କି ସେ ପୁରୀ ଓ ଭୁବନେଶ୍ଵର ର ସମାସେବୀଙ୍କ ସହିତ ଟଚ ରେ ଅଛନ୍ତି, ଲୋକମାନଙ୍କର ଯାହା କିଛି ସାମଗ୍ରୀ ଆବଶ୍ୟକ ହେବ ସେ ପଠାଇବେ ।

ଅନେକ ଅନେକ ଧନ୍ୟବାଦ indigo airline କୁ ସପୋର୍ଟ କରିଥିବାରୁ, ବାଙ୍ଗାଲୋରେ ବାସିନ୍ଦାଙ୍କୁ ଯେଉଁମାନେ ଇନଡାଇରେକ୍ଟଲି ଓଡିଶାକୁ ସହଯୋଗ କରିଛନ୍ତି ଓ OPC ଟିମ କୁ ମଧ୍ୟ ।

Opc Bangalore women’s wing କୁ ମଧ୍ୟ ଧନ୍ୟବାଦ ଜଣାଉଛୁ ଏପରି ପରିସ୍ଥିତିରେ ସପୋର୍ଟ କରିଥିବାରୁ । ଆପଣଙ୍କୁ ବି ଅନୁରୋଧ ଯଥା ସମ୍ଭବ ସାହାଯ୍ୟ କରିବା ପାଇଁ ଆଗେଇ ଆସନ୍ତୁ । ପ୍ରବାସୀ ଓଡିଆ ଭାଇମାନଙ୍କ ଏହି ମହାନ କାମ ପାଇଁ ଗୋଟେ ସେଆର କରନ୍ତୁ ।