Heavy Rain Alert: 4 ଦିନ ଯାଏଁ ଆହୁରି ବର୍ଷିବ ! ସତର୍କ କଲା ପାଣିପାଗ ବିଭାଗ

ଗତ କିଛି ଦିନ ହେବ ଓଡିଶାରେ ବର୍ଷାର ମାତ୍ରା ଅଧିକ ରହୁଛି । ସୂଚନା ଅନୁସାରେ ଗତ ବର୍ଷ ଠାରୁ ଏହି ବର୍ଷ ଓଡିଶାରେ ଅଧିକ ବର୍ଷା ହୋଇଛି । କିନ୍ତୁ ଅତ୍ୟଧିକ ବର୍ଷା ବି ବହୁତ କ୍ଷୟକ୍ଷତି କରିଥାଏ । କହିବାକୁ ଗଲେ ବର୍ଷା ଯୋଗୁ ଚାରିଆଡେ ପାଣି ହୋଇଯାଏ ଯେଉଁ କାରଣରୁ ଯିବା ଆସିବାରେ ବି ଅସୁବିଧା ହୋଇଥାଏ । କହିଦେଉଛୁ କି ବର୍ତ୍ତମାନ ସମୟରେ ବି କେତେକ ସ୍ଥାନରେ ବର୍ଷା ହେଉଛି ।

ଏମିତିରେ ସୂଚନା ମିଳୁଛି କି ଆସନ୍ତା କିଛି ଦିନ ଓଡିଶାରେ କେତେକ ଜିଲ୍ଲାରେ ବର୍ଷା ହେବ । ଓଡିଶାରେ ଗୋଟିଏ ପରେ ଗୋଟିଏ ଲଘୁଚାପର ପ୍ରଭାବ ଦେଖିବାକୁ ମିଳୁଛି । ବର୍ତ୍ତମାନ ଲଘୁଚାପ ପ୍ରଭାବରେ ଓଡିଶାରେ ପୁଣି ଥରେ ବର୍ଷାର ସମ୍ଭାବନା ଦେଖା ଯାଉଛି । ପାଣି ପାଗ ସୂଚନା ଅନୁସାରେ ଓଡିଶାରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଏହି ଲଘୁଚାପ କାରଣରୁ ବର୍ଷା ଲାଗି ରହିବ । ବିଶେଷ କରି ଉପକୂଳ ଓଡିଶାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ବହୁତ ସମ୍ଭାବନା ଅଛି ।

ବର୍ତ୍ତମାନ ଏହି ଲଘୁଚାପ ଆନ୍ଧପ୍ରଦେଶର ଉତ୍ତର ଉପକୂଳ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବସ୍ଥିତ । ଯାହାକି ଧୀରେ ଧୀରେ ଓଡିଶା ଆଡକୁ ମାଡି ଆସୁଛି । ପାଣି ପାଗ ତରଫରୁ ମିଳୁଥିବା ସୂଚନା ଅନୁସାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହେବ । ପୁରୀ, କଟକ, ଖୋର୍ଦ୍ଦା, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ଵରର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ଅଛି ।

ଏହା ସହିତ ଆସନ୍ତା ୨୦ ତାରିଖ ପରେ ଧୀରେ ଧୀରେ ବର୍ଷା କମି କମି ଯିବ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ. ଆର. ବିଶ୍ଵାସ ଏହି ସୂଚନା ଦେଇଛନ୍ତି ।