ହଠାତ ରେଳ ଧାରଣାକୁ ମାଡ଼ିଗଲା ବସ, କିଛି ଦୁର୍ଘଟଣା ଘଟିବା ଆଗରୁ…

ନମସ୍କାର ବନ୍ଧୁଗଣ । ହଠାତ ରେଳ ଧାରଣା କୁ  ମାଡିଗଲା ବସ । ଯାତ୍ରୀ ମାନେ ବସିଥିଲେ ଆଉ ଦେଖୁ ଦେଖୁ ବସ ଟି ରେଳ ଧାରଣାକୁ ମାଡି ଯାଇଥିଲା । ଫିଲ୍ମ ଷ୍ଟାଇଲ ରେ ଯାଇ ରେଳ ଧାରଣ ଉପରେ ଛିଡା ହେଲା ବସ । ଯାହାକୁ ଦେଖି ଛାନିଆ ରେ ଯାତ୍ରୀ ମାନେ ବସ ଭିତରେ ପାଟି କରିବାକୁ ଲାଗିଲେ ଆଉ କହିଲେ ଆମକୁ ବଞ୍ଚାଅ । ଆଉ ତା ପରେ କିଛି ଏଭଳି ଘଟିଥିଲା । ଏଭଳି ଏକ ଭୟଙ୍କର ଦୁର୍ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ଲକ୍ଷ୍ମୀଗୁଣ୍ଡାରୀ ନିକଟ ରେଲୱେ ଟ୍ରାକ ରେ ।

ଏବେ ତ ସକାଳ ହେବା ମାତ୍ରେ ଦୁର୍ଘଟଣା ଘଟୁଛି । ବାହାନଗା ଦୁର୍ଘଟଣା ପରେ ରାତି ଦିନ ଗୋଟେ ପରେ ଗୋଟେ ଦୁର୍ଘଟଣା ହେବାରେ ଲାଗିଛି । ପ୍ରତିଦିନ ଦୁର୍ଘଟଣା ର ଶିକାର ହେଉଛି ବସ ଓ ଟ୍ରେନ । ସେମିତି ଆଜି ସକାଳୁ ଭୟଙ୍କର ଦୁର୍ଘଟଣା ଘଟିଛି ସମ୍ବଲପୁର ରେ । ଆପଣ ମାନେ ବି ଥରେ ଏହି ଭିଜୁଆଲ ଉପରେ ନଜର ପକାନ୍ତୁ କେତେ ଭୟଙ୍କର ଏ ଦ୍ରୁଶ୍ଯ ଟ୍ରେନ ଲାଇନ ଉପରେ ଛିଡା ହୋଇ ଯାଇଛି ବସ ।

ଯଦି ଟ୍ରେନ ସେହି ସମୟରେ ବିପରୀତ ଦିଗକୁ ଚାଲି ଆସିଥାନ୍ତା ତେବେ କଣ ହୋଇଥାନ୍ତା । ଏଭଳି ସ୍ଥିତି ରେ ବସ ଭିତରଉ ଚିତ୍କାର କରି ଯାତ୍ରୀ ମାନେ ବସ ଅବହାରକୁ ଚାଲି ଆସିଥିଲେ । ଯଦି ବସ ଓ ଟ୍ରେନ ମୁହାଁ ମୁହିଁ ହୋଇଥାନ୍ତେ ତେବେ କେତେ ଯେ ଜୀବନ ଯାଇଥାନ୍ତା ତେବେ କଳ୍ପନା କରିବା ଅସମ୍ଭବ । ସୂଚନା ଅନୁଯାୟୀ ନଡିଆରାଣୀ ନାମକ ଯାତ୍ରୀବାହି ବସ ଟି ଆଜି ସକାଳୁ ସକାଳୁ ଭାରସମ୍ୟ ହରାଇ ରେଳ ଧାରଣା ଉପରକୁ ମାଡି ଯାଇଥିଲା ।

ହେଲେ ବସ ଟି ବାହାନଗା ଦୁର୍ଘଟଣା ଭଳି ଏକ ବଡ ଅଘଟଣ ହେବାରୁ ବର୍ତ୍ତୀ ଯାଇଛି । ସୌଭାଗ୍ୟ ବଶତଃ କାହାର ବି କିଛି କ୍ଷତି ହୋଇ ନାହିଁ । କିନ୍ତୁ ବସ ଟି ରେଳ ଧାରଣା ଉପରକୁ ମାଡି ଯାଇ ଥିବାରୁ ଟ୍ରେନ ଚଳାଚଳ ବାଧା ପ୍ରାପ୍ତ ହୋଇଛି । ତେବେ ଏହି ଘଟଣା କୁ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି ।

ବାହାନଗା ଟ୍ରେନ ଦୁର୍ଘଟଣା ଏବେ ଯାଏଁ ଲୋକଙ୍କ ମନ ରୁ ନ ଲିଭି ଥିବା ବେଳେ ଏବେ ପୁଣି ଥରେ ଏକ ବଡ ଅଘଟଣ କୁ ନେଇ ପୁଣି ଥରେ ଲୋକଙ୍କ ମନରେ ଆତଙ୍କ ଖେଳି ଯାଇଛି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।