ନମସ୍କାର ବନ୍ଧୁଗଣ । ଜୁନ 2 ରେ ରିଲିଜ ହୋଇଥିବା ଚଳଚିତ୍ର ପ୍ରିୟେ ତୁ ମୋ ସିଏ ରେ ଅଭିନେତ୍ରୀ ଏଲିନା ସାମନ୍ତରାୟ ମୁଖ୍ୟ ନାୟିକା ଭାବେ ନଜର ଆସିଛନ୍ତି । ଆଉ ଏହି ଫିଲ୍ମ କୁ ଦେଖିବା ପରେ ବିବାଦ ଆରମ୍ଭ ହୋଇଛି । କାରଣ ଏହି ଫିଲ୍ମରେ ଅନୁସୂଚିତ ଜାତି କୁ ନେଇ କିଛି ଏଭଳି ଦ୍ରୁଶ୍ଯ ରହିଛି ଯାହା ଅତ୍ୟନ୍ତ ନିନ୍ଦନୀୟ ଅଟେ । ଏ ନେଇ ସାମାଜିକ କର୍ମୀ ଲିଙ୍ଗରାଜ ଭୋଇ ଚଳଚିତ୍ର ପ୍ରିୟେ ତୁ ମୋ ସିଏ କୁ ନେଇ ନିଜର ପ୍ରତିକ୍ରିୟା ଗଣମାଧ୍ୟମରେ ରଖିଛନ୍ତି ।
ସେ କହିଛନ୍ତି ଯେ ” ବାସ୍ତବରେ ଯେଉଁ ସିନେମା ମୁକ୍ତି ଲାଭ କରିଛି ଯାହାର ନାମ ପ୍ରିୟେ ତୁ ମୋ ସିଏ । ଏହି ଫିଲ୍ମ ଟି ଝିଲିକ ପ୍ରଡକସନ ଓ ଏହାର ଡାଇରେକ୍ଟର ସୁଧାଂଶୁ ସାହୁ । ଏ ଫିଲ୍ମଟି ସଂପୂର୍ଣ୍ଣ ରୂପେ ନିର୍ଦ୍ଦିଷ୍ଟ ଗୋଷ୍ଠୀ ସଂପ୍ରଦାୟର ମର୍ଯ୍ୟାଦା ହାନି ରୂପେ କରିବା ଭଳି ଜାଣି ଜାଣି ସେହି ଜାତିର ସାମାଜିକ ବ୍ୟବସ୍ଥାକୁ ପୂର୍ଣ୍ଣ ଭାବରେ ପ୍ରଚଳିତ କରିବା ପାଇଁ ଯୋଜନା କରାଯାଇଛି ।
ଏହା ଏକ ବିବାଦୀୟ ଫିଲ୍ମ ଭାବେ ପ୍ରତିଫଳିତ ହୋଇଛି । ବାରମ୍ବାର ଏହି ଫିଲ୍ମ ରେ ହରିଜନ ସଦା ଟି ପ୍ରୟୋଗ ହୋଇଛି ଯାହାର ଆକ୍ଷରିକ ଅର୍ଥ ହେଉଛି ଜାରଜ ସନ୍ତାନ ବା ଯାହାର ବାପା ନାହିଁ । ମାନ୍ୟବର ସୁପ୍ରିମ କୋର୍ଟ ହରିଜନ ଶବ୍ଦ କୁ ସଂପୂର୍ଣ୍ଣ ରୂପେ ବ୍ୟାନ କରିଛନ୍ତି । ତେଣୁ କେହି ବି ଏହାର ପ୍ରୟୋଗ କରିଲେ ତା ବିରୁଦ୍ଧରେ ପଦକ୍ଷେପ ନିଆଯିବ ।
ଯେଉଁ ମାନଙ୍କର ସମ୍ବିଧାନ ବିଷୟରେ ଧାରଣ ନାହିଁ ସେମାନେ ଆସି ଗଣାମଧ୍ୟମରେ ଏଭଳି କଥା କହୁଛନ୍ତି । ହରିଜନ ଶବ୍ଦ ଯଦି ଏତେ ଭଲ ଲାଗୁଛି ତେବେ ସେମାନେ ନିଜ ନାଁ ସହ ଲଗେଇ ଦିଅନ୍ତୁ । ଏଥିରୁ ଜଣା ପଡୁଛି ଝିଲିକ ପ୍ରଡକସନ ଓ ସେନ୍ସର ବୋର୍ଡ ଜାଣି ଜାଣି ହରିଜନ ଜାତି କୁ ନିଚ୍ଚା ଦେଖାଇବା ପାଇଁ ଏହି ଫିଲ୍ମ ରେ ଏଭଳି କିଛି କାହାଣୀ ରଚନା କରିଛନ୍ତି । ସେମାନଙ୍କୁ ଏଥିରୁ ହଟାଇବା ପାଇଁ ସୁଚିନ୍ତିତ ଷଡଯନ୍ତ୍ର କରାଯାଇଛି ।
ଦୃଢ ଭାବରେ ଏହାର ବିରୋଧ କରାଯିବ । ରାଜ ରାସ୍ତା କୁ ବନ୍ଦ କରାଯିବ । ଆଇନ ଶୃଙ୍ଖଳା ବିପର୍ଜ୍ଯସ୍ତ ହୋଇପାରେ । ଅଭିନେତ୍ରୀ ଏଲିନା ସାମନ୍ତରାୟ ରିୟଲ ଲାଇଫରେ କହୁଛନ୍ତି ସାଜନ ଭଳି ମଣିଷ ମିଳିଲେ ମୁଁ ବାହା ହେବି ନାହିଁ କିନ୍ତୁ ଫିଲ୍ମ ରେ କହୁଛନ୍ତି ମୋତେ ସାଜନ ଭଳି ଜୀବନ ସାଥି ଟି ଦରକାର । ଏ ଫିଲ୍ମ ଟି ଦେଖିବା ପରେ ପିଲା ମାନେ ମଧ୍ୟ ଛୁଆଁ ଅଛୁଆଁ ର ଭେଦଭାବ କରିବାରେ ଲାଗିଛନ୍ତି । ନିଶ୍ଚିନ୍ତ ଭାବେ ଆଗକୁ ଆମେ ରାଜ ରାସ୍ତା କୁ ଓଲହାଇବୁ ।
ଖାଲି ଭୁବନେଶ୍ଵର ନୁହେଁ ବରଂ ଯେଉଁ ଯେଉଁ ଜାଗାରେ ଏହି ଫିଲ୍ମ ଟି ରିଲିଜ କରା ଯାଇଚି ସେଠାରେ ମଧ୍ୟ ଆନ୍ଦୋଳନ ଆରମ୍ଭ ହେବ ଓ ଏପରି ଦୃଢ ବିରୋଧ କରାଯିବ” । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।