ପ୍ରଭୁ ବଜରଙ୍ଗବଲି ଙ୍କ ଠାରୁ ଶିଖନ୍ତୁ ଏହି 4 ଟି କଥା, ଜୀବନରେ କେବେ ବି ହେବେ ନାହିଁ ଅସଫଳ

ହନୁମାନଙ୍କୁ କଳିଯୁଗ ଦେବତା ବୋଲି କହିଥାନ୍ତି । ମାନ୍ୟତା ଅନୁସାରେ ହନୁମାନ ଆଜି ପର୍ଯ୍ୟନ୍ତ ଧରତ୍ରିରେ ରହିଛନ୍ତି । ସେ ନିଜ ଭକ୍ତର ନିକଟତର ରହିଛନ୍ତି । ସେଥିପାଇଁ ସେ ଭକ୍ତଙ୍କର ପାର୍ଥନା ଶୀଘ୍ର ହିଁ ଶୁଣିଥାନ୍ତି । ହନୁମାନଙ୍କ ପୂଜା ଅର୍ଚନା କରିବା ପାଇଁ ବହୁତ ଅଛନ୍ତି । କିନ୍ତୁ ଆପଣ କଣ ଜାଣିଛନ୍ତି । ହନୁମାନଙ୍କୁ ପୂଜା କାଲେ କିଛି ହବନି ବରଂ ତାଙ୍କର କିଛି ଗୁଣ ଆପଣେଇଲେ ଆମର ସବୁ କିଛି ଦୁଖ ଦୂର ହୋଇଯିବ । ଆମକୁ ସବୁ କାର୍ଯ୍ୟରେ ମନ ଇଚ୍ଛା ସଫଳତା ମିଳିଥାଏ ।

ଆମେ ଆଜି ହନୁମାନ କିଛି ଖାସ ଗୁଣ ଆପଣଙ୍କୁ କହିବୁ । ଯାହାକୁ ଆପଣ ନିଜ କାର୍ଯ୍ୟରେ ଲଗେଇଲେ ସବୁ ଦୁଖ ଦୁର୍ଦଶାରୁ ମୁକ୍ତି ପାଇପାରିବେ । ମନ ଇଚ୍ଛା ଲକ୍ଷ ହାସଲ କରିପାରିବେ । ଚାଲନ୍ତୁ ଜାଣିବା ହନୁମାନଙ୍କର ସେହି ପାଞ୍ଚଟି ଗୁଣ ବିଷୟରେ

୧- ବଡ ସ୍ଵପ୍ନ ଦେଖିବାର ଗୁଣ

ଥରେ ହନୁମାନ ସୂର୍ଯ୍ୟଙ୍କୁ ଦେଖି ଆମ୍ବ ବୋଲି ଭାବି ଖାଇବାକୁ ଇଚ୍ଛା କରିଥିଲେ  । ଏହା ଅସମ୍ଭବ ଥିଲେ ମଧ୍ୟ ହନୁମାନ ଏହାକୁ ସମ୍ଭବ କରିଥିଲେ । ହନୁମାନ ଏହାକୁ କରିଥିଲେ ତାଙ୍କୁ ତାଙ୍କର ଖାସ ଶକ୍ତି ବିଷୟରେ ଜଣା ନଥିଲା । କିନ୍ତୁ ସେ ବଡ ସ୍ଵପ୍ନ ଦେଖିଥିଲେ ଏହି ସ୍ଵପ୍ନ କାରଣରୁ ସେ ଏହାକୁ ସମ୍ଭବ କରିପାରିଥିଲେ । ଆପଣ ବି ସଫଳ ହେବା ପାଇଁ ବଡ ସ୍ଵପ୍ନ ଦେଖନ୍ତୁ । କାହିଁକି ନା ଆପଣ ଯେ ପର୍ଯ୍ୟନ୍ତ  କୌଣସି କାମ କରିବା ପାଇଁ ନିଶ୍ଚିତ କରିନାହାନ୍ତି ସେ ପର୍ଯ୍ୟନ୍ତ ଆପଣ କୌଣସି କାମ କରିବାରେ ସଫଳ ହୋଇପାରିବେ ନାହିଁ ।

୨ – ନିଜ କ୍ଷମତାକୁ ଚିହ୍ନିବା

ରାମାୟଣର ଏକ ପ୍ରସଙ୍ଗ ରେ ହନୁମାନଙ୍କୁ ବିଶାଳ ସମୁଦ୍ର କୁ ପାର କରିବାର ଥିଲା । କିନ୍ତୁ ହନୁମାନ ଏହା ଅସମ୍ଭବ ଭାବିଥିଲେ ।  କିନ୍ତୁ ଏହି ସମୟରେ ଜାମ୍ବବାନ ତାଙ୍କୁ ତାଙ୍କ କ୍ଷମତା ବିଷୟରେ ପରିଚୟ କରାଇଥିଲେ । ଏହାଦ୍ଵାରା ହନୁମାନ ନିଜ ଶକ୍ତିକୁ ଜାଣି ପାରି ବିଶାଳ ସମୁଦ୍ରକୁ ଅତି ସହଜରେ ପାର କରିଥିଲେ । ଠିକ ଏହି ପରି ଯେଉଁ ଦିନ ଆମେ ନିଜ କ୍ଷମତାକୁ ଚିହ୍ନି ପାରିବା ସେଦିନ ଆମେ ସବୁ କାର୍ଯ୍ୟରେ ସଫଳତା ପାଇବା ।

୩ – ପରିସ୍ଥିତି ଅନୁସାରେ ନିଜକୁ ବଦଳେଇବା

ରାମାୟଣରେ ହନୁମାନ ଏହା କହିଛନ୍ତି ଯେ ସବୁ ବେଳେ ପରିସ୍ଥିତି ସାମ୍ନାରେ ଅଡି ବସି ବା ଦ୍ଵାରା ସମାଧାନ ମିଳିନଥାଏ । ଯେତେବେଳେ କୌଣସି ପରିସ୍ଥିତିକୁ ଆମକୁ ବଦଳେଇବାରେ ସମ୍ଭବ ହୋଇ ନଥାଏ ସେତେବେଳେ ପରିସ୍ଥିତି ଅନୁସାରେ ଆମକୁ ବଦଳିବାକୁ ହୋଇଥାଏ । ଏହା ଦ୍ଵାରା ସବୁ ସମଶ୍ୟାର ସମାଧାନ ହୋଇଥାଏ ।

୪ – ଭଲ କାମ କରନ୍ତୁ , ଭଲ ଫଳ ମିଳିବ

ଆମେ ଯେମିତି କାମ କରିବା ସେମିତି ଫଳ ପାଇବା । ଏହାର ଉଦାହରଣ ରାମାୟଣରେ ହନୁମାନଙ୍କର ଏକ ପ୍ରସଙ୍ଗରୁ ମିଳିଥାଏ । ଇନ୍ଦ୍ର ଦେବ ଥରେ ହନୁମାନଙ୍କ ଉପରେ ବଜ୍ର ଦ୍ଵାରା ପ୍ରହାର କରିଥିଲେ ଏହା ଫଳରେ ହନୁମାନ ମୁର୍ଚ୍ଛିତ ହୋଇଯାଇଥିଲେ । କିନ୍ତୁ ଯେତେବେଳେ ସବୁ ଦେବା ଦେବୀଙ୍କୁ ହନୁମାନଙ୍କ କର୍ମ ବିଷୟରେ ଜଣା ପଡିଲା ତ ସେମାନେ ହନୁମାନଙ୍କର ଗଭୀର କ୍ଷତ ର ବି ସମାଧାନ କରି ଦେଇଥିଲେ ଏବଂ ହନୁମାନ ଙ୍କୁ ଆଶୀର୍ବାଦ ଦ୍ଵାରା ବହୁତ ଶକ୍ତି ଓ ବରଦାନ ଦେଇଥିଲେ । ଏହି ଘଟଣା ଦ୍ଵାର ଆମେ ଶିକ୍ଷା ପାଇଥାଉ କି ଜୀବନ ରେ ଭଲ କର୍ମ କରିବା ଦ୍ଵାର ଆମ କୁ ଭଲ ଫଳ ମିଳିଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।