ବହୁତ ହିଁ ଚାଲାଖ ଓ ବୁଦ୍ଧିମାନ ହୋଇଥାନ୍ତି ଏହି 4 ଟି ଅଭ୍ଯାସ ଥିବା ବ୍ୟକ୍ତି- Chanakya Niti

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ଅନ୍ୟ ମାନଙ୍କ ଆଗରେ ନିଜର ବୁଦ୍ଧିମାନୀ ଦେଖାଇବା ନିମିନ୍ତେ ବିଭିନ୍ନ ପ୍ରକାର ଉପାୟର ଅବଲମ୍ବନ କରିଥାଏ, କିନ୍ତୁ ନିଜର ବୁଦ୍ଧିମାନୀ କୁ ସାବ୍ୟସ୍ତ କରିପାରି ନଥାଏ । ମହାନ ଜ୍ଞାନୀ ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁସାରେ ଏଭଳି କିଛି ଅଭ୍ୟାସ ରହିଛି ଯାହା କୌଣସି ବ୍ୟକ୍ତି କୁ ବୁଦ୍ଧିମାନ ବୋଲି ସାବ୍ୟସ୍ତ କରିଥାଏ । ନିଜର ବୁଦ୍ଧିକୁ ଅନ୍ୟ ଆଗରେ ପରିବେଷଣ କରିବା ନିମନ୍ତେ ଏହି ଅଭ୍ୟାସ ଗୁଡିକ ଜଣେ ମନୁଷ୍ୟ ମଧ୍ୟରେ ରହିବା ନିହାତି ଆବଶ୍ୟକ ।

ଏହି ସ୍ୱଭାବ ଦ୍ଵାରା ହିଁ ଜଣେ ବ୍ୟକ୍ତି ର ବୁଦ୍ଧିମାନୀ ସମ୍ବନ୍ଧରେ ଜଣା ପଡ଼ିଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁସାରେ କିଛି ଏଭଳି ଅଭ୍ୟାସ ସମ୍ବନ୍ଧରେ କହିବୁ ଯାହା ବ୍ୟକ୍ତି ର ବୁଦ୍ଧିମାନୀ ର ପରିଚୟ ଦେଇଥାଏ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମ ରେ ହେଉଛି, କହିବା ପୂର୍ବରୁ ବିଚାର କରିବା । କେତେକ ବ୍ୟକ୍ତି ଅଛନ୍ତି ଯେଉଁମାନେ କିଛି ବୁଦ୍ଧି ବିଚାର ନକରି ହିଁ ଅନ୍ୟ ମାନଙ୍କ ଆଗରେ କିଛିବି କହି ଦେଇଥାନ୍ତି ଏବଂ ଅପମାନ କରିଥାନ୍ତି । ଏହାଦ୍ବାରା ସାମ୍ନାରେ ଥିବା ବ୍ୟକ୍ତି ଆପଣଙ୍କ ସମ୍ବନ୍ଧରେ ତୁରନ୍ତ ଜାଣିଦେଇଥାଏ ଏବଂ ଆପଣଙ୍କ ଠାରୁ ଦୂରରେ ରହିବାକୁ ଚେଷ୍ଟା କରିଥାଏ । କିନ୍ତୁ ଯେଉଁ ବ୍ୟକ୍ତି କିଛି କହିବା ପୂର୍ବରୁ ବିଚାର କରି କହିଥାଏ ଏବଂ ଭାବି ଚିନ୍ତି ନିଜର ମତ ବ୍ୟକ୍ତ କରିଥାଏ । ସେଭଳି ବ୍ୟକ୍ତି ଙ୍କ ଉପରେ ସାମ୍ନା ରେ ଥିବା ବ୍ୟକ୍ତି ର ଭଲ ପ୍ରଭାବ ପଡ଼ିଥାଏ ଏବଂ ସେ ସେହି ବ୍ୟକ୍ତି ର ସମ୍ମାନ କରିଥାଏ ।

୨. ବନ୍ଧୁଗଣ ଦ୍ଵିତୀୟ ରେ ହେଉଛି, ତର୍କ ସମ୍ବନ୍ଧୀୟ ତଥ୍ୟ । ପ୍ରତ୍ୟେକ ବ୍ୟକ୍ତି କୁ ଅନ୍ୟ ବ୍ୟକ୍ତି ସାମ୍ନାରେ କିଛି ବି କହିବା ପୂର୍ବରୁ ସେହି ବିଷୟରେ ପୂର୍ଣ ଜ୍ଞାନ ରଖିବା ଆବଶ୍ୟକ । ପୂର୍ଣ ତଥ୍ୟ ନ ରଖି କୌଣସି ସମ୍ବନ୍ଧରେ କହିବା ଦ୍ଵାରା ଅନ୍ୟ ବ୍ୟକ୍ତି ଙ୍କ ସାମ୍ନାରେ ଆପଣଙ୍କ ପ୍ରଭାବ ଖରାପ ହୋଇଥାଏ । ତେଣୁ ସର୍ବଦା ପୂର୍ଣ ଜ୍ଞାନ ଥିବା ତଥ୍ୟ ସମ୍ବନ୍ଧରେ ହିଁ କୁହନ୍ତୁ । ତର୍କ ଦ୍ଵାରା କୌଣସି ବିଷୟରେ କହିବା ଦ୍ଵାରା ସ୍ୱୟଂ ଭବିଷ୍ୟତ ରେ ହଇରାଣ ହେବାକୁ ପଡ଼ିଥାଏ ।

୩. ବନ୍ଧୁଗଣ ତୃତୀୟ ରେ ହେଉଛି, କମ କଥା କହିବା । ଅନ୍ୟ ବ୍ୟକ୍ତି ଆଗରେ ସର୍ବଦା କମ କଥା କହିବା ଉଚିତ ଏବଂ ସେମାନଙ୍କ କଥା ଶୁଣିବା ଉଚିତ । ଏହାଦ୍ବାରା ସେମାନଙ୍କ ମାନସିକତା ସମ୍ବନ୍ଧରେ ଆପଣଙ୍କୁ ଜଣା ପଡ଼ିବ ଏବଂ ଆପଣ ତାଙ୍କ ସମ୍ବନ୍ଧରେ ଜାଣି ପାରିବେ । ସ୍ୱୟଂ ଅନ୍ୟ ମାନଙ୍କ ସାମ୍ନାରେ କମ କଥା କହିବା ଦ୍ୱାରା ଆପଣ ଅଧିକ ପରିପକ୍ଵ ନଜର ଆସନ୍ତି ଏବଂ ଆପଣଙ୍କ ବ୍ୟକିତ୍ବ ସମସ୍ତେ ପସନ୍ଦ କରିଥାନ୍ତି ।

୪. ବନ୍ଧୁଗଣ ଚତୁର୍ଥ ରେ ହେଉଛି, କୌଣସି ବ୍ୟକ୍ତି ର ପଛରେ ତା’ର ନିନ୍ଦା କରିବା । ଯଦି ଆପଣ ଅନ୍ୟ ଆଗରେ କୌଣସି ବ୍ୟକ୍ତି ର ନିନ୍ଦା କରିଥାନ୍ତି ତେବେ ସେହି ବ୍ୟକ୍ତି ଆପଣଙ୍କ ସମ୍ବନ୍ଧରେ ଜାଣି ଦେଇଥାଏ ଏବଂ ଆପଣଙ୍କୁ କେବେବି କୌଣସି କଥା କହି ନଥାଏ ଏବଂ ଏହା ସହିତ ଆପଣଙ୍କ ଠାରୁ ଦୂରରେ ରହିଥାଏ । ତେଣୁ କେବେବି ଅନ୍ୟ କୌଣସି ବ୍ୟକ୍ତି ର ନିନ୍ଦା କରନ୍ତୁ ନାହିଁ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।