ହନୁମାନ ଚାଳିଶା ପଢିବା ସମୟରେ ନିଶ୍ଚୟ ଧ୍ୟାନ ରଖିବେ ଏହି ସବୁ କଥା, ନଚେତ କ୍ଷତିରେ ପଡିପାରନ୍ତି

କଳିଯୁଗରେ ମହାବଳି ହନୁମାନ ଏମିତି ଏକ ମାତ୍ର ଦେବତା ଯିଏ ନିଜର ସବୁ ଭକ୍ତଙ୍କର ମନୋକାମନା ପୂର୍ଣ୍ଣ କରନ୍ତି । ଯେଉଁ ବ୍ୟକ୍ତି ଶ୍ରଦ୍ଧାର ସହିତ ହନୁମାନଙ୍କର ପୂଜାର୍ଚ୍ଚନା କରିଥାଏ ତା ଉପରେ ହନୁମାନଙ୍କର କୃପାଦୃଷ୍ଟି ରହିଥାଏ ଓ ତାର ଜୀବନରେ ଆସୁଥିବା ସବୁ ସମସ୍ୟା ଦୂର ହୋଇଥାଏ । ଲୋକେ ମାନନ୍ତି କି ଯଦି ମହାବଳି ହନୁମାନ କୌଣସି ବ୍ୟକ୍ତି ଉପରେ ପ୍ରସନ୍ନ ହୋଇଯାନ୍ତି ତେବେ ତାର ଜୀବନରୁ ସବୁ ଦୁଷ୍ଟ ଶକ୍ତିଙ୍କର ନାସ ହୋଇଥାଏ ଓ ସେ ତାର ଜୀବନ ହସ ଖୁସିରେ କାଟିଥାଏ ।

ଏଥିପାଇଁ ହନୁମାନଙ୍କର କୃପା ପାଇବା ପାଇଁ ସବୁ ଲୋକ ତାଙ୍କୁ ପୂଜା ଅର୍ଚ୍ଚନା କରିଥାନ୍ତି । ହିନ୍ଦୁ ଧର୍ମର ଲୋକ ହନୁମାନ ଚାଳିଶାର ପାଠ ଅବଶ୍ୟ କରିଥାନ୍ତି । ଏମିତି ମାନନ୍ତି କି ହନୁମାନ ଚାଳିଶାର ପାଠ କରିବା ଦ୍ଵାରା ମଣିଷର ସବୁ ମନୋକାମନା ପୂର୍ଣ୍ଣ ହୋଇଥାଏ ଓ ତାର ଜୀବନରେ କେବେ ବି ଧନର ସମସ୍ୟା ରହିନଥାଏ ।

ଆସନ୍ତୁ ଜାଣିବା ହନୁମାନ ଚାଳିଶା ପଢିବାବେଳେ କେଉଁ ଜିନିଷର ଧ୍ୟାନ ରଖିବା

୧. ଯଦି ଆପଣ ହନୁମାନ ଚାଳିଶା ପଢିବାକୁ ଯାଉଛନ୍ତି ତେବେ ଭୁଲରେ ବି ସ୍ନାନ ନ କରି ହନୁମାନ ଚାଳିଶା ପଢନ୍ତୁ ନାହିଁ । ଯଦି ଆପଣ ଏମିତି କରନ୍ତି ତେବେ ହନୁମାନ ଆପଣଙ୍କ ଉପରେ ବହୁତ କ୍ରୋଧିତ ହୋଇପାରନ୍ତି ଯାହାର ପରିଣାମ ବହୁତ ଖରାପ ହୋଇଥାଏ ।

୨. ହନୁମାନ ଚାଳିଶା ପଢିବା ସମୟରେ ଯେବେ ଆପଣ ମହାବଳି ହନୁମାନଙ୍କୁ ପ୍ରସାଦ ଅର୍ପଣ କରିବେ ତେବେ ଆପଣଙ୍କୁ ଏହି କଥାର ଧ୍ୟାନ ରଖିବାକୁ ପଡିବ କି ଅର୍ପଣ କରାଯାଉଥିବା ପ୍ରସାଦ ବୁନ୍ଦି ବା ଗୁଡ ଓ ଚଣା ର ହୋଇଥିବା ଆବଶ୍ୟକ ।

୩. ହନୁମାନ ଚାଳିଶା ପଢିବା ପୂର୍ବରୁ ମହାବଳି ହନୁମାନଙ୍କ ପ୍ରତିମାକୁ ମାଳତି ତେଲ ଓ ସିନ୍ଦୁରରେ ସଜାନ୍ତୁ ଓ ତାଙ୍କୁ ପଇତା ମଧ୍ୟ ପିନ୍ଧାନ୍ତୁ ।

୪. ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ମହାବଳି ହନୁମାନ ଭଗବାନ ଶ୍ରୀରାମଙ୍କର ପରମ ଭକ୍ତ ଅଟନ୍ତି ଏଥିପାଇଁ ଲୋକେ ମାନନ୍ତି କି ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ସର୍ବପ୍ରଥମେ ପ୍ରଭୁ ଶ୍ରୀରାମଙ୍କର ନାମ ଉଚ୍ଚାରଣ କରିବା ଉଚ୍ଚିତ । ଏଥି ପାଇଁ ବ୍ୟକ୍ତିର ସବୁ ମନୋକାମନା ହନୁମାନ ପୂରଣ କରିଥାନ୍ତି ।

୫. ହନୁମାନ ଚାଳିଶା ପଢିବା ଆପଣ ମଙ୍ଗଳବାର ବା ଶନିବାର ଦିନ ଆରମ୍ଭ କରି ପାରନ୍ତି ଓ ଅତି କମରେ ୪୦ ଦିନ ପର୍ଯ୍ୟନ୍ତ ଏହାକୁ ଅବଶ୍ୟ ପାଠ କରିବେ ।

ଆମେ ଆପଣଙ୍କୁ ଉପରେ ଯେଉଁ ୫ଟି କଥା କହିଲୁ ଆପଣ ଯଦି ଏହି କଥାର ଧ୍ୟାନ ରଖିବେ ତେବେ ମହାବଳି ହନୁମାନଙ୍କର କୃପା ସବୁବେଳେ ଆପଣଙ୍କ ଉପରେ ରହିବ ଓ ଆପଣଙ୍କର ସବୁ ମନୋକାମନା ହନୁମାନ ଅବଶ୍ୟ ପୂର୍ଣ୍ଣ କରିବେ । ଆପଣଙ୍କ ଜୀବନରେ ସବୁ କଷ୍ଟ ଦୂରେଇଯିବ ଓ ଆପଣଙ୍କ ଘର ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ ।