ଶାସ୍ତ୍ରରେ ଏମିତି ବହୁତ ଉପାୟ ବିଷୟରେ କୁହାଯାଇଛି ଯାହା ଦ୍ଵାରା ବ୍ୟକ୍ତି ନିଜର ସମସ୍ୟା ଗୁଡିକର ସମାଧାନ କରି ପାରିବ । ଏହା ଦ୍ଵାରା ବ୍ୟକ୍ତି ସଙ୍ଗେ ସଙ୍ଗେ ପରିଣାମ ହାସଲ କରି ପାରିବ । ଏହି ସମସ୍ତ ଉପାୟ ମଧ୍ୟରୁ ଗୋଟିଏ ହେଉଛି ହଳଦୀର ଉପାୟ । ହିନ୍ଦୁ ଶାସ୍ତ୍ରରେ ହଳଦୀକୁ ବହୁତ ଶୁଭ ବୋଲି କୁହାଯାଇଛି । ହଳଦୀର ସମ୍ବନ୍ଧ ବୃହସ୍ପତି ଦେବଙ୍କ ସହ ହୋଇଥାଏ ।
ଜ୍ୟୋତିଷ ଶାସ୍ତ୍ରରେ ହଳଦୀ ସହ ଜଡିତ ବହୁତ ଉପାୟ ଉଲ୍ଲେଖ କରାଯାଇଛି । ଯାହାର ବ୍ୟବହାର ଯଦି ବ୍ୟକ୍ତି କରିବ ତେବେ ଏହା ଦ୍ଵାରା ତାହାର ଭାଗ୍ୟ ଚମିକି ଯିବ । ଆଜି ଆମେ ଆପଣଙ୍କୁ ଏହି ପୋଷ୍ଟ ମାଧ୍ୟମରେ ହଳଦୀର କିଛି ପ୍ରଭାବି ସୂଚନା ଦେବାକୁ ଯାଉଛୁ । ଯାହାକୁ ଆପଣାଇଲେ ଆପଣ ନିଜର ଧନ ବୃଦ୍ଧି କରି ପାରିବେ ।
ଆସନ୍ତୁ ଜାଣିବା ହଳଦୀର ଜ୍ୟୋତିଷୀୟ ଉପାୟ ଗୁଡିକ ବିଷୟରେ
· ଯଦି ଘର ପରିବାରରେ ରହୁଥିବା ବ୍ୟକ୍ତିମାନଙ୍କର ଉନ୍ନତି ହେଉ ନାହିଁ ତେବେ ଏହା ଘରର ବାସ୍ତୁ ଦୋଷ କାରଣରୁ ହୋଇପାରେ । ଯଦି ଆପଣ ଏଥିରୁ ବଞ୍ଚିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣ ଘରର ମୁଖ୍ୟ ଦ୍ଵାରର ବାହାରେ ହଳଦୀର ସିଧା ରେଖା ଟାଣି ଦିଅନ୍ତୁ । ଏହା ଛଡା ଆପଣ ଘରର ମୁଖ୍ୟ ଗେଟ ଉପରେ ହଳଦୀ ଓ ଗଙ୍ଗାପାଣିରେ ସ୍ୱସ୍ତିକ ଚିହ୍ନ ବି କରି ପାରିବେ । ଏହା ଦ୍ଵାରା ଆପଣଙ୍କ ଘରେ ସୁଖ ସମୃଦ୍ଧିର ବାସ ହୋଇଥାଏ ।
· ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କର ଜୀବନରେ ସୁଖ – ସମୃଦ୍ଧି ଆସୁ ତେବେ ଏଥିପାଇଁ ଆପଣ ଗୁରୁବାର ଦିନ ଯଜ୍ଞ କରୁଥିବା ସମୟରେ ସେଥିରେ ଚୁଟକୀ ମାତ୍ରାରେ ହଳଦୀ ପକାଇ ଦିଅନ୍ତୁ । ଏହା ଅତିରିକ୍ତ ଆପଣ ହଳଦୀ ର ମାଳା ଦ୍ଵାରା କୌଣସି ସିଦ୍ଧ ମନ୍ତ୍ରର ଜପ କରି ପାରିବେ । ଏହା ଦ୍ଵାରା ଆପଣଙ୍କର ବୁଦ୍ଧି ବିକାଶ ହୋଇଥାଏ ଓ ବୃହସ୍ପତି ଦେବ ବି ପ୍ରସନ୍ନ ହୁଅନ୍ତି ।
· ଯଦି କୌଣସି ବ୍ୟକ୍ତିର ବୈବାହିକ ଜୀବନରେ ସମସ୍ୟା ଉତ୍ପନ୍ନ ହେଉଛି ତେବେ ଏହି ସ୍ଥିତିରେ ଆପଣ ସୂର୍ଯ୍ୟଦେବଙ୍କୁ ହଳଦୀ ମିଶ୍ରିତ ପାଣି ଅର୍ପଣ କରନ୍ତୁ । ଏହା ଦ୍ଵାରା ଜୀବନ ସୁଖମୟ ହୋଇଥାଏ । ଏହା ଦ୍ଵାରା କନ୍ୟାମାନଙ୍କୁ ମନଇଚ୍ଛା ବର ବି ପ୍ରାପ୍ତ ହୁଏ ।
· ଯଦି ଆପଣଙ୍କୁ ରାତିରେ ଖରାପ ସ୍ଵପ୍ନ ଆସୁଛି ତେବେ ଶୋଇବା ସମୟରେ ନିଜ ମୁଣ୍ଡ ତଳେ ହଳଦୀକୁ ଗୁଳା କରି ତାହାକୁ ଲାଲ ଧାଗାରେ ଗୁଡାଇ ରଖି ଦିଅନ୍ତୁ ।
· ଯଦି ଆପଣ ନିଜର କ୍ୟାରିୟରରେ ସଫଳତା ହାସଲ କରିବାକୁ ଚାହୁଁଛନ୍ତି ତେବେ ଆପଣ ନିଜର ଗାଧୋଇବା ପାଣିରେ ହଳଦୀ ମିଶାଇ ଦିଅନ୍ତୁ । ଏହି ପ୍ରକ୍ରିୟାକୁ ଗୁରୁବାର ଦିନ ହିଁ କରନ୍ତୁ । ଏହା ଦ୍ଵାରା ଆପଣଙ୍କୁ ସଫଳତା ମିଳିବ ।
· ଆପଣ ଗୁରୁବାର ଦିନ ହଳଦୀ,ଭିଜା ଯାଇଥିବା ଚଣା ଓ କିସମିସ ବୃହସ୍ପତି ଦେବଙ୍କୁ ଅର୍ପଣ କରନ୍ତୁ, ଏହା ଦ୍ଵାରା ବୃହସ୍ପତି ଦେବ ପ୍ରସନ୍ନ ହୋଇଥାନ୍ତି ।
ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।