ହଜିଲା ମା’ କୁ ଫେରି ପାଇ ମୁଁ ଏବେ ବହୁତ ଖୁସି ! ହଁ ଆଜ୍ଞା ନିକଟରେ ଗୋଟିଏ ୧୫ ବର୍ଷର ବାଳକଟି ନିଜର ମା’ ଙ୍କୁ ହରାଇଥିବା କଥା ମିଡିଆ ସାମ୍ନାରେ ଜଣାଇଥିଲେ । ଏହା ସହ ସେହି ଗଣ ମାଧ୍ୟମ ଦ୍ଵାରା ଲୋକଙ୍କର ସାହାଜ୍ଯ ନେଇ ତା’ ମା’ ଙ୍କୁ କିପରି ଫେରିପାଇବ ମଧ୍ୟ କହିଥିଲା । କାରଣ ଗତ ମାସେ ତଳେ ଅଫରୋଚ ମହମ୍ମଦ ନାମକ ବାଳକଟିର ମା’ ହଜିଯାଇଥିଲେ । ତେବେ ବର୍ତ୍ତମାନର ସୂଚନା ଅନୁଯାଇ ସେହି ବାଳକଟି ନିଜର ମା’ ଙ୍କୁ ଫେରିପାଇଛି ।

ତେଣୁ ସେ ଏବେ ବହୁତ ଖୁସି ଅଛି ବୋଲି ମିଡିଆ ସାମ୍ନାରେ ବ୍ୟକ୍ତ କରିଛି । ଏଥିସହ ବାଳକଟି ସବୁ ଭାଇ, ଭଉଣୀ ମାନେ ଯେଉଁ ମାନେ ତାଙ୍କୁ ତା’ ର ମା’ କୁ ଖୋଜିବାରେ ସହାୟକ କରିଛନ୍ତି । ସେମାନଙ୍କୁ ମଧ୍ୟ ପିଲାଟି ଆନ୍ତରିକତାରୁ ଧନ୍ୟବାଦ ଜଣାଇଛି । ତେବେ ଉକ୍ତ ପିଲାଟି କହିବା ଅନୁଯାଇ ମୋ ମା’ ଙ୍କର ମାନସିକ ଅବସ୍ଥା ଏତେ ଭଲ ନାହିଁ । ଯେଉଁ କାରଣରୁ ମା’ କେବେ ଘରୁ କୁଆଡେ ପଳାଇ ଯାଆନ୍ତି । ପୁଣି ଖୋଜାଖୋଜି କରି ମା’ ଙ୍କୁ ଆମେ ଫେରାଇ ଆଣୁ ।

ହେଲେ ଏଥର ମା’ ଦୀର୍ଘ ମାସେ ଧରି କୁଆଡେ ଗାୟବ ହୋଇଯାଇଥିଲା । ଆଖପାଖରେ ଯେତେ ଖୋଜାଖୋଜି କରିଥିଲେ ମଧ୍ୟ ମା’ ଙ୍କୁ ପାଉନଥିଲୁ । ତାପରେ ମିଡିଆର ସହାୟତା ନେଇ ମା’ ଙ୍କୁ ଖୋଜିବା ପାଇଁ ମଧ୍ୟ ବାହାରିଥିଲୁ । ତେବେ ସେଥିରୁ ଜଣେ ବ୍ୟକ୍ତି ମୋ ମା’ ର ଠିକଣା ଆମକୁ ଜଣାଇଥିଲା । ତାପରେ ମୁଁ ଆଉ ସରପଞ୍ଚ ବାବୁଙ୍କ ସମେତ କିଛି ଲୋକ ଯାଇ ମା’ ଙ୍କୁ ସେହି ସ୍ଥାନରୁ ଉଦ୍ଧାର କରି ନେଇ ଆସିଥିଲୁ । ମା’ ବାରଙ୍ଗ ନିକଟ ଜଙ୍ଗଲରେ ରହିଥିଲା ।
ଆମେ ତା’ ପାଖକୁ ଯିବାରୁ ସେ ଆମ ସହ ପୁଣି ଘରକୁ ଫେରିଥିଲା । ତେବେ ପିଲାଟିର ବାପା ତାଙ୍କର ପରିବାର ଖବର କିଛି ବୁଝନ୍ତି ନାହିଁ । ତେଣୁ ବହୁ ଅଭାବ ମଧ୍ୟରେ ମା’ ଓ ଭଉଣୀଙ୍କ ସହ ଅଫରୋଚ ରହନ୍ତି । ଯଦି ସରକାରଙ୍କ ତରଫରୁ ତାଙ୍କ ପରିବାରକୁ କିଛି ସହାୟତା ମିଳିବ । ତେବେ ସେମାନେ ବହୁତ ଉପୋକୃତ ହୋଇପାରିବେ । ତେବେ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ