ନୂଆବର୍ଷର ଜବରଦସ୍ତ ପ୍ଳାନ ! ମାତ୍ର 1000 ଟଙ୍କା ନିବେଶ କରି ପାଆନ୍ତୁ 2 କୋଟି ଟଙ୍କା, ଦେଖନ୍ତୁ ଏଥିପାଇଁ କେଉଁଠି ଓ କେମିତି କରିବେ ନିବେଶ ?

ନୂଆବର୍ଷରେ କରନ୍ତୁ ନୂଆ ପ୍ଳାନ । ମାତ୍ର ହଜାରେ ଦେଲେ ପାଇବେ ୨ କୋଟି ଟଙ୍କା । ଏକଥା ଆପଣଙ୍କୁ ମିଛ ଲାଗିଲେ ବି ନିରାଟ ସତ । ମାସିକ ମାତ୍ର ଏତିକି ଟଙ୍କା ନିବେଶ କଲେ ଆପଣ କୋଟି କୋଟି ଟଙ୍କା ପାଇବାର ସୁଯୋଗ ରହିଛି । ତେବେ ଆସନ୍ତୁ ଜାଣିବା କିଭଳି ମାତ୍ର ହଜାରେ ଟଙ୍କା ନିବେଶ କରି କୋଟିପତି ହେବେ । ଅନେକ କୁହନ୍ତି କି ନିବେଶ କରିବା ପାଇଁ ମୋଟା ଅଙ୍କର ଟଙ୍କା ଦରକାର । ଏହିପରି ଦେଖିଲେ ଆପଣ କେବେ ମଧ୍ୟ ମୋଟା ଅଙ୍କର ଟଙ୍କା ଏକତ୍ର କରିପାରିବେ ନାହିଁ କି ନିବେଶ କରିପାରିବେ ନାହିଁ ।

ଏଥିପାଇଁ କେବଳ ଦରକାର ଇଚ୍ଛାଶକ୍ତି । ଯଦି ଆପଣ ଏପରି ଚିନ୍ତା କରି ନିବେଶ କରି ପାରୁ ନାହାନ୍ତି ତେବେ ଆଉ ଡେରି ନକରି ନୂଆବର୍ଷ ଆରମ୍ଭରେ ଏପରି କରନ୍ତୁ । ଦେଖିବେ ଅଳ୍ପ ପଇସା ନିବେଶ କରି ଆପଣ ଦିନେ ବଡ ଲକ୍ଷକୁ ହାସଲ କରିବାକୁ ସମର୍ଥ ହେବେ । ଏଥିପାଇଁ ଆପଣ ମ୍ୟୁଚୁଆଲ ଫଣ୍ଡରେ କେବଳ ହଜାରେ ଟଙ୍କା ସିଷ୍ଟମେଟିକ ଇନଭେଷ୍ଟମେଣ୍ଟ ପ୍ଳାନ ବା SIP ଜମାକରି କୋଟିପତି ହୋଇପାରିବେ । ତେଣୁ ଏଥର ମାତ୍ର ହଜାରେ ଟଙ୍କା ଆପଣ ଆରମ୍ଭ କରନ୍ତୁ ଏହିପରି ପ୍ଳାନ ।

ବ୍ଯାଙ୍କରେ ଆପଣ ଟଙ୍କା ରଖିଲେ ଆଉ ଭଲ ଲାଭ ମିଳୁନାହିଁ । ଏଥିପାଇଁ ଆପଣଙ୍କୁ ମାସିକ ମାତ୍ର ହଜାରେ ଟଙ୍କା ମ୍ୟୁଚୁଆଲ ଫଣ୍ଡରେ ଜମା କରିବାକୁ ପଡିବ । ଗତ ବର୍ଷରେ ଜମା ଆଧାରରେ ମ୍ଯୁଚୁଆଲ ଫଣ୍ଡ ଭଲ ରିଟନ୍ ଦେଇଛି । କିଛି ଫଣ୍ଡ ୨୦% ପର୍ଯ୍ୟନ୍ତ ରିଟନ୍ ଦେଉଛନ୍ତି । ଯଦି ଆପଣ ପ୍ରତିମାସରେ ହଜାରେ ଟଙ୍କା ଜମା କରୁଛନ୍ତି ଏବଂ ବାର୍ଷିକ ସର୍ବନିମ୍ନ ୧୨% ରିଟନ୍ ମିଳୁଛି ତେବେ ୨୦ ବର୍ଷ ପରେ ଆପଣଙ୍କୁ ୯ ଲକ୍ଷ ୯୯ ହଜାର ୧୪୮ ଟଙ୍କା ବା ପାଖାପାଖି ୧୦ ଲକ୍ଷ ଟଙ୍କା ମିଳିବ ।

୨୦ ବର୍ଷରେ ଆପଣଙ୍କୁ ପୁରା ୨ ଲକ୍ଷ ୪୦ ହଜାର ଟଙ୍କା ଜମା କରିବାକୁ ପଡିବ । ଯଦି ଆପଣଙ୍କୁ ଏହି ନିବେଶ ଉପରେ ୧୫% ରିଟନ୍ ମିଳେ, ତା’ହେଲେ ଆପଣ ୧୫ ଲକ୍ଷରୁ ଅଧିକ ଟଙ୍କା ପାଇବେ । ସେହିପରି ୨୦% ହିସାବରେ ଦେଖିଲେ ହଜାରେ ଟଙ୍କା ହିସାବରେ ୨୦ ବର୍ଷ ପରେ ୩୧ ଲକ୍ଷ ୬୧ ହଜାର ୪୭୯ ଟଙ୍କା ଜମା ହେବ । ଜଣେ ଯୁବା ଅବସ୍ଥାରେ ନିବେଶ କରିବାକୁ ଚାହିଁଲେ ଅତି ସହଜରେ ୩୦ ବର୍ଷ ପର୍ଯ୍ୟନ୍ତ ନିବେଶ କରିପାରିବେ ।

ଏପରି ମାସକୁ ହଜାର ଟଙ୍କା SIP ରେ ୩୦ ବର୍ଷ ପରେ ୧୨% ରିଟନ୍ ହିସାବ କଲେ ୩୫ ଲକ୍ଷ ୨୯ ହଜାର ୯୧୪ ଟଙ୍କା ମିଳିବ । ଯଦି ୧୫% ହିସାବରେ ରିଟନ୍ ମିଳେ ତା’ହେଲେ ୭୦ ଲକ୍ଷ ଟଙ୍କା ମିଳିବ । ଯଦି ସେହି ହଜାର ଟଙ୍କା ନିବେଶରେ ୨୦% ରିଟନ୍ ମିଳେ, ତେବେ ୩୦ ବର୍ଷ ପରେ ୨ କୋଟି ୩୩ ଲକ୍ଷ ୬୦ ହଜାର ୮୦୨ ଟଙ୍କା ମିଳିବ ।

୩୦ ବର୍ଷର ନିବେଶକଙ୍କୁ କେବଳ ୩ ଲକ୍ଷ ୬୦ ହଜାର ଟଙ୍କା ଜମା କରିବାକୁ ହେବ । ମ୍ୟୁଚୁଆଲ ଫଣ୍ଡରେ ନିବେଶ କଲେ ଚକ୍ରବର୍ତ୍ତୀ ସୁଧ ମିଳିଥାଏ ଓ ଏହାସହ ପ୍ରତ୍ଯେକ ମାସ ନିବେଶ କରିବାର ସୁବିଧା ମିଳିଥାଏ । ତେବେ ନିବେଶ କରିବା ପୂର୍ବରୁ ଆପଣ ଅର୍ଥ ବିଶେଷଜ୍ଞଙ୍କ ସହ ପରାମର୍ଶ ନେଲେ ସଠିକ ତଥ୍ୟ ପାଇପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।