ଆମ ଶରୀରରେ ଅନେକ ପ୍ରକରାର ରୋଗ ଦେଖାଯାଏ । କିଛି ରୋଗର ଔଷଧ ଖାଇବା ଦ୍ଵାରା ଭଲ ହୁଏ ତ ଆଉ କେତେକ ରୋଗ ଯେତେ ଔଷଧ ଖାଇଲେ ମଧ୍ୟ ଭଲ ହୋଇ ନ ଥାଏ । ଯାହା ଫଳରେ ଆମେ ଅନେକ କଷ୍ଟ ଓ ଯନ୍ତ୍ରଣା ଅନୁଭବ କରିଥାଉ । ଆମ ଶରୀରେ ହେଉଥିବା ଆଁଠୁ, ଗଣ୍ଠି କିମ୍ବା ହାତ ବା ଗୋଡରେ ବେଳେବେଳେ କିଛି ଶବ୍ଦ ହୋଇଥାଏ ଯାହା ଫଳରେ ଆମେ ଅନେକ ଯନ୍ତ୍ରଣା ଅନୁଭବ କରିଥାଉ ।
ଏହାର ଯେତେ ଔଷଧ ଖାଇଲେ ମଧ୍ୟ କୌଣସି ପ୍ରତିକାର ହୋଇ ନ ଥାଏ । ଆଜି ଆମେ ଆପଣ ମାନଙ୍କୁ ଏହାର କାରଣ ଓ ନିରାକରଣ ବିଷୟରେ କହିବାକୁ ଯାଉଛୁ । ଆମ ଶରୀରରେ ହାଡ ଭିତରେ ଗ୍ଲିଭିରିୟାଣ୍ଟ ନାମରେ ଏକ ଦ୍ରବ୍ଯ ରହିଛି । ସେଥିରେ ପବନ ପଶିବା ଦ୍ଵାରା ତାହା ଫୁଲିଯାଇ ଆମ ହାଡରେ କିଛି ଶବ୍ଦ ହୋଇଥାଏ । ସେଥି ପାଇଁ ଆପଣ ମାନଙ୍କୁ ନିଜ ଖାଦ୍ଯରେ ୩ଟି ଜିନିଷର ସେବନ କରିବାକୁ ପଡିବ ।

ଯେଉଁ ମାନଙ୍କୁ ଏହି ଭଳି ସମସ୍ଯା ହେଉଥାଏ ସେମାନଙ୍କୁ ମେଥି ଦାନା ପ୍ରତି ଦିନ ଖାଇବା ଉଚିତ । ମେଥି ଦାନାରେ ଆଣ୍ଟି ଅକ୍ସିଡେଣ୍ଟ ଭରପୁର ହୋଇ ରହିଥାଏ । ଏହାକୁ ସେବନ କରିଲେ ଆମକୁ ଯେଉଁ ଯନ୍ତ୍ରଣା ହେଉଥିବା ତାହାକୁ ଦୂର କରିବାକୁ ମେଥି ଦାନା ସାହାଜ୍ଯ କରିଥାଏ । ଆପଣଙ୍କ ବୟସ ଅନୁଯାୟୀ କିଛି ମାତ୍ରାରେ ମେଥି ଦାନା ରାତିରେ ପାଣିରେ ତିନ୍ତାଇ ଦେବେ । ସକାଳୁ ଏହାକୁ ଗରମ କରି ଏହାରା ପାଣିକୁ ଛାଣି ପିଅନ୍ତୁ ଓ ମେଥି ଦାନାକୁ ଖାଆନ୍ତୁ ।

ଯେଉଁ ମହିଳା ମାନେ ଗର୍ଭବତୀ ଥିବେ ବା ଯେଉଁ ମାନଙ୍କୁ କିଛି ଆଲରଜି ରହିଥିବ ସେମାନଙ୍କୁ ମେଥି ଦାନା ଖାଇବା ଉଚିତ ନୁହେ । ଏହା ପରେ ଦିତୀୟ ଜିନିଷ ହେଉଛି କ୍ଷୀର ଯାହାକୁ ସବୁ ଦିନ ପିଇବା ଉଚିତ । ଯାହା ଫଳରେ ଆପଣଙ୍କ ଶରୀରରେ ହେଉଥିବା ଯନ୍ତ୍ରଣା ଦୂର ହେବା ସହ ଶରୀରରେ କମି ଥିବା କ୍ୟାଲସିୟମ ମଧ୍ୟ ବଢିବାରେ ଲାଗିବ । କ୍ଷୀର ଏମିତି ଏକ ଖାଦ୍ଯ ଯାହା ଆମ ଶରୀରକୁ ଅଧିକ ଶକ୍ତିଶାଳୀ କରିବା ସହ ଆମ ଶରୀରକୁ ଅଧିକ ଷ୍ଟ୍ରଙ୍ଗ ମଧ୍ୟ କରିବାରେ ସାହାଜ୍ଯ କରିଥାଏ ।

ସେଥି ପାଇଁ ଯଦି ଜଣେ ବ୍ୟକ୍ତି ରୋଗରେ ପଡିଥାଏ ତେବେ ତାକୁ କ୍ଷୀର ପିଇବାକୁ ଦିଆଯାଏ । କ୍ଷୀରରେ କିଛି ମାତ୍ରାରେ ହଳଦୀ ମିଶାଇ ପିଇଲେ ଏହାର ପ୍ରଭାବ ତିନି ଗୁଣା ଆମ ଶରୀରରେ ପଡିଥାଏ । ଯାହା ଫଳରେ ଆମେ ସୁସ୍ଥ ରହିଥାଉ । ଏହା ପରେ ତୃତୀୟ ଜିନିଷ ହେଉଛି ଗୁଡ ଓ ଚଣା ଯାହାକୁ ଖାଇଲେ ଆମ ହାଡରେ ହେଉଥିବା ଶବ୍ଦ ଆସିବା ବନ୍ଦ ହୋଇଯାଏ । ଏହା ଛଡା ଆମ ଶରୀରରେ କମି ଥିବା କ୍ୟାଲସିୟମ, ଆଇରନ, ଭିଟାମିନର ଅଭାବ ପୂରଣ ହୋଇଥାଏ । ଏହି ସବୁ ଜିନିଷର ସେବନ କରିଲେ ଆପଣ ମାନେ ଏହି କଷ୍ଟରୁ ମୁକ୍ତି ପାଇ ପାରିବେ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ହେଲଥ ଟିପ୍ସଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।